୧୪ରୁ ପ୍ରାକ୍‌ ମୌସୁମୀ ବର୍ଷା, ୧୬ରେ ଛୁଇଁବ ମୌସୁମୀ

ଆଉ ଦୁଇଦିନ ପରେ ତାପମାତ୍ରା ସାମାନ୍ୟ କମିବ। କିନ୍ତୁ ଯେଉଁ ଗରମ ଓ ଗୁଳୁଗୁଳି ରହିଛି ତାହା ଅପରିବର୍ତ୍ତିତ ରହିବ। ଏହି ପାଗ ଜଳ ଭାଗରୁ ମୌସୁମୀକୁ ଟାଣିବାରେ ସହାୟକ ହେବ ବୋଲି କହିଛି ସୋଆ ବିଶ୍ଵବିଦ୍ୟାଳୟର ପାଣିପାଗ ବିଭାଗ।

ବିଭାଗର ଏକ ବାର୍ତ୍ତା ସ୍ପଷ୍ଟ କରିଛି ଯେ, ଯେଉଁ ବାତାବରଣ ଏବେ ରହିଛି ତାହା ମୌସୁମୀକୁ ସ୍ଥଳ ଭାଗକୁ ଆକଷର୍ର୍ଣ କରିବା ଲାଗି ଅନୁକୁଳ ହେଉଛି। ଏହିକ୍ରମରେ ଆସନ୍ତା ୧୬ ତାରିଖରେ ମୌସୁମୀ ବାୟୁ ଓଡ଼ିଶା ଉପକୂଳ ଛୁଇଁବା ଆଶା କରାଯାଉଛି। ଏହାର ଦୁଇ-ତିନିଦିନ ଭିତରେ ଅର୍ଥାତ୍‌ ଜୁନ୍‌ ୧୯ରୁ ୨୦ ତାରିଖ ଭିତରେ ସାରା ଓଡ଼ିଶାରେ ବର୍ଷା ଋତୁ ଆରମ୍ଭ ହେବ ବୋଲି ସମ୍ଭାବନା ବ୍ୟକ୍ତ କରାଯାଇଛି।

ବିଭାଗ ପକ୍ଷରୁ କୁହାଯାଇଛି ଯେ, ଆଭ୍ୟନ୍ତରୀଣ ଓଡ଼ିଶାରେ ଯେଉଁ ଗ୍ରୀଷ୍ମ ପ୍ରବାହ ଚାଲିଛି ତାହା ୧୩ ଯାଏ ଜାରି ରହିବ।

Leave a Reply

Your email address will not be published.