ଆନ୍ତର୍ଜାତିକ ଖେଳ ଟୁଣ୍ଣାମେଣ୍ଟ ପାଇଁ ସରକାର ଅଥୟ ହେଲେ ନିଜସ୍ଵ ଖେଳ ନୀତି ନାହିଁ

ଭୁବନେଶ୍ଵର, (ଓଟି): ଦିନକୁ ଦିନ ରାଜ୍ୟରେ ଆନ୍ତର୍ଜାତିକ ଖେଳ ଟୁଣ୍ଣାମେଣ୍ଟ ସଂଖ୍ୟା ରାଜ୍ୟରେ ବଢ଼ିଚାଲିଛି। କେତେବେଳେ ହକି ତ କେତେବେଳେ କବାଡ଼ି ପୁଣି କେତେବେଳେ ଟେବଲ୍‌ ଟେନିସ୍‌। ହେଲେ ରାଜ୍ୟରେ ଖେଳ ଓ ଖେଳାଳିଙ୍କୁ ପ୍ରୋତ୍ସାହନ ଦେବା କୌଣସି ନିର୍ଦିଷ୍ଟ ନୀତି ନାହିଁ। ପଚାରିଲେ ଉତ୍ତର ମିଳୁଛି କେନ୍ଦ୍ର ସରକାରଙ୍କ ନୀତିକୁ ଆଧାର କରି ରାଜ୍ୟରେ କ୍ରୀଡ଼ାର ପ୍ରୋତ୍ସାହନ ଚାଲିଛି ଆଉ ଖୁବ୍‌ ଶୀଘ୍ର ରାଜ୍ୟରେ ନୂଆ ଖେଳ ନୀତି ଘୋଷଣା କରାଯିବ।

୨୦୦୧ ମସିହାରେ ଭାରତ ସରକାର ଜାତୀୟ ଖେଳ ନୀତି ଘେkଷଣା କରିଥିଲେ। ଏ ଭିତରେ ଖେଳ ନୀତିରେ ଅନେକ ସଂଶୋଧନ ହୋଇଛି। ଅର୍ଥାତ୍‌ ଏ ନୀତି ପ୍ରଣୟ ହେବାର ୧୮ ବର୍ଷ ସମୟ ବିତି ଗଲାଣି, ହେଲେ ରାଜ୍ୟରେ ଏକ ସ୍ଥିର ସରକାର ଥାଇ ମଧ୍ୟ ସ୍ଵତନ୍ତ୍ର କ୍ରୀଡ଼ା ନୀତି ହୋଇପାରୁ ନାହିଁ।

ଏ ବିଷୟକୁ ନେଇ ପୂର୍ବତନ ବିରୋଧୀ ଦଳ ନେତା ତଥା ବର୍ତ୍ତମାନ ଶାସକ ଦଳର ସଦସ୍ୟ ଭୂପିନ୍ଦର ସିଂହ ରାଜ୍ୟ କ୍ରୀଡ଼ାମନ୍ତ୍ରୀଙ୍କ ଧ୍ୟାନ ଆକର୍ଷଣ କରିଥିଲେ। ତାଙ୍କ କଥାକୁ ସମର୍ଥନ କରିଥିଲେ ବିରୋଧୀ ଦଳ ଉପନେତା ବିଷ୍ଣୁଚରଣ ସେଠୀ, କଂଗ୍ରେସ ଦଳର ନେତା ନରସିଂହ ମିଶ୍ର, କଂଗ୍ରେସ ନେତା ସୁରେଶ କୁମାର ରାଉତରାୟ, ବିଜେପି ନେତା ଜୟନାରାୟଣ ମିଶ୍ର ଏବଂ ଅନ୍ୟମାନେ।

ଶ୍ରୀ ସେଠୀ କହିଥିଲେ ଯେ, ରାଜ୍ୟରେ ଏଯାଏ କ୍ରୀଡ଼ା ନୀତି ନହୋଇପାରିବା ଦୁର୍ଭାଗ୍ୟଜନକ। ଏବେ ନୂଆ ନୀତି ପାଇଁ ଯେଉଁ ଚର୍ଚା ଚାଲିଛି ବୋଲି ମନ୍ତ୍ରୀ କହୁଛନ୍ତି ସେଥିରେ ପାରମ୍ପରିକ ଖେଳକୁ କିପରି ବିକଶିତ କରିବା ପାଇଁ ଧ୍ୟାନ ଦିଆଯିବ ସେ ନେଇ ବ୍ୟବସ୍ଥା କରାଯାଉ।

ବରିଷ୍ଠ କଂଗ୍ରେସ ନେତା ନରସିଂହ ମିଶ୍ର ରାଜ୍ୟ ସରକାର ନିଜସ୍ଵ କ୍ରୀଡ଼ା ନୀତି ଘୋଷଣା ପାଇଁ ପଦେକ୍ଷେପ ନେବେ କି ବୋଲି ପ୍ରଶ୍ନ କରିଛନ୍ତି।

ସେହିପରି ବିଜେପି ନେତା ଜୟ ନାରାୟଣ ମିଶ୍ର, ରାଜ୍ୟରେ ଘରୋଇ ଏକାଡେମୀ ମାନଙ୍କୁ କ୍ରୀଡ଼ାର ପ୍ରୋତ୍ସାହନ ପାଇ ସହଯୋଗ କରିବାକୁ ନିବେଦନ କରିଥିଲେ। ଯେହେତୁ ସରକାରୀ ଏକାଡେମୀଗୁଡ଼ିକ ଅପେକ୍ଷା ଘରୋଇ ଏକାଡେମୀମାନେ ଭଲ ପ୍ରଦର୍ଶନ କରୁଛନ୍ତି ଏହାକୁ ଗୁରୁତ୍ଵ ଦେବା ଆବଶ୍ୟକ ବୋଲି ଯୁକ୍ତି ଉପସ୍ଥାପନ କରିଥିଲେ। ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ୍‌ ରାଜ୍ୟର ବିଭିନ୍ନ ଜିଲ୍ଲା କ୍ରୀଡ଼ା ସଂଘ ଗୁଡ଼ିକ ଭିତରେ ବିବାଦ ରହିଥିବା ନେଇ ମନ୍ତ୍ରୀଙ୍କ ଧ୍ୟାନ ଆକର୍ଷଣ କରିଥିଲେ।

ମନ୍ତ୍ରୀଙ୍କ ଉତ୍ତର

ଏ ସବୁ ପ୍ରଶ୍ନର ଉତ୍ତର ଗୋଟି ଗୋଟି କରି ମନ୍ତ୍ରୀ ତୁଷାରକାନ୍ତି ବେହେରା ଉପସ୍ଥାପନ କରିଥିଲେ। ନୂଆକରି ବିଭାଗର ଦା୍ରିତ୍ଵ ନେଇ ଥିବା ମନ୍ତ୍ରୀ କହିଥିଲେ, ରାଜ୍ୟ ସରକାର ନିଜସ୍ଵ କ୍ରୀଡ଼ା ନୀତି ପାଇଁ ତ୍‌ପର ଅଛନ୍ତି। ଏହାର ଡ୍ରାଫ୍ଟ ଚାଲିଛି। ଖୁବଶୀଘ୍ର ଏହା ଗୃହରେ ଉପସ୍ଥାପନ କରାଯିବ।

ରାଜ୍ୟରେ କେତେଜଣ ଖେଳାଳି ରହିଛନ୍ତି ତାହାର ସମ୍ପୂଣ୍ଣ ସର୍ବେକ୍ଷଣ ହୋଇ ନାହିଁ। କିନ୍ତୁ ପଦକଧାରୀ ଖେଳାଳୀଙ୍କ ନିଯୁକ୍ତି ପାଇଁ ରାଜ୍ୟ ସରକାର ପଦକ୍ଷେପ ନେଉଛନ୍ତି। ରାଜ୍ୟ ପୁଲିସରେ ୯୬ ଜଣ ପଦକଧାରୀ ନିଯୁକ୍ତି ପାଇଥିବା ସେ କହିଛନ୍ତି। ଏହାବାଦ୍‌ ରାଜ୍ୟ ସରକାରଙ୍କ ଅଧୀନସ୍ଥ ଓଏମ୍‌ସି ଏବଂ ଓଏଚ୍‌ପିସିରେ ଦୁଇଜଣ ବିଶିଷ୍ଟ ଖୋଳିଙ୍କୁ ନିଯୁକ୍ତି ପ୍ରଦାନ କରାଯାଇଛି। ବିଭିନ୍ନ ଖେଳରେ ଅଂଶଗ୍ରହଣ କରିଥିବା ଖୋଳାଳିଙ୍କ ଲାଗି ସରକାରୀ ଚାକିରି କ୍ଷେତ୍ରରେ ୧ ପ୍ରତିଶତ ସ୍ଥାନ ସଂରକ୍ଷଣ ବ୍ୟବସ୍ଥା ହୋଇଥିବା ସେ ଗୃହକୁ ସୂଚନା ଦେଇଛନ୍ତି।

ରାଜ୍ୟରେ କେଉଁ ଜିଲ୍ଲା ସଂଗଠନ ଭିତରେ ଫାଟ ରହିଛି ତାହା ସରକାରଙ୍କ ହସ୍ତଗତ ହୋଇ ନାହିଁ ବୋଲି ସେ କହିଛନ୍ତି। ପାରଦର୍ଶୀ ଖେଳାଳିଙ୍କୁ କଳିଙ୍ଗ ଷ୍ଟାଡିୟମ୍‌ ଆଣି ସେଠାରେ ତାଲିମ ଦେବାର ବ୍ୟବସ୍ଥା ହୋଇଥିବା ମନ୍ତ୍ରୀ କହିଛନ୍ତି।

Leave a Reply

Your email address will not be published. Required fields are marked *