ଆଜିଠୁ ଗୋଳିଆ ମିଶା ଆରମ୍ଭ , ସରକାର ହାତ ଟେକିଦେଲେ
ଭୁବନେଶ୍ଵର, (ଓଡ଼ିଶା ଟାଇମ୍): ଆଜିଠୁ ରାଜ୍ୟରେ ପ୍ରବାସୀ ଓ ସ୍ଥାନୀୟଙ୍କ ଭିତରେ ଗୋଳିଆ ମିଶା ପ୍ରକ୍ରିୟା ଆରମ୍ଭ ହେବ। କାରଣ ଯେଉଁ କଟକଣା ଓ ପ୍ରୋଟୋକଲ ପୂର୍ବରୁ ନିର୍ଦ୍ଧାରଣ କରାଯାଇଥିଲା ତାହାକୁ ଉଚ୍ଛେଦ କରାଯାଇଛି। ରାଜ୍ୟ ପାଖରେ ବସ୍, ଟ୍ରେନ୍ ବା ବିମାନ ଯୋଗେ ଆସିବାକୁ ଥିବା ଯାତ୍ରୀଙ୍କ ବାବଦରେ ସୂଚନା ରହୁ ନଥିବାରୁ ରାଜ୍ୟରେ ଏପରି ଅବ୍ୟବସ୍ଥା ହୋଇପାରେ ବୋଲି ଆଶଙ୍କା କରିଛନ୍ତି ସ୍ଵତନ୍ତ୍ର ରିଲିଫ୍ କମିଶନର ପ୍ରଦୀପ କୁମାର ଜେନା।
ଏଭଳି ପରିସ୍ଥିତିରେ ଜନସାଧାରଣ ଅଧିକ ସତର୍କ ରହିବାକୁ ସେ ଅନୁରୋଧ କରିଛନ୍ତି। ପୁଣି ଟ୍ରେନ୍ରେ ଆସୁଥିବା ପ୍ରବାସୀଙ୍କ ବାବଦରେ ତଥ୍ୟ ସମ୍ପୃକ୍ତ ରାଜ୍ୟର ପ୍ରବାସୀ ଓଡ଼ିଆମାନେ ସଂଗ୍ରହ କରି ରାଜ୍ୟ ସରକାରଙ୍କୁ ଦେବା ବ୍ୟବସ୍ଥା କରନ୍ତୁ ବୋଲି ସେ ଅନୁରୋଧ କରିଛନ୍ତି।
ସରକାରଙ୍କ ଏହି ନିଷ୍ପତ୍ତି ଦ୍ଵାରା ରାଜ୍ୟରେ ଯେଉଁ ଭଳି କଡ଼ା କଟକଣାରେ କରୋନା ଭୁତାଣୁକୁ କ୍ଵାରେଣ୍ଟୀନ୍ କେନ୍ଦ୍ରଗୁଡ଼ିକରେ ଅବରୋଧ କରାଯାଇଥିଲା ତାହା ସେହିଭଳି ହୋଇ ନପାରେ। ରାଜ୍ୟ କରୋନା ସଂକ୍ରମଣରେ ଯେଉଁ ଅଦ୍ଭୁତ ସଫଳତା ପାଇଥିଲା ସେଥିରେ ବି ସାଲିସ ହୋଇପାରେ ବୋଲି ଶଅୀ ଜେନା ଆଶଙ୍କା କରହିଛନ୍ତି। ଉହାହରଣ ଦେବାକୁ ଯାଇ ଶଅ୍ରୀ ଜେନା ଆଜି ତେଲେଙ୍ଗାନାରୁ ବିନା ସୂଚନାରେ ଆସିବାକୁ ଥିବା ୧୨ଟି ଟ୍ରେନ୍ କଥା କହିଛନ୍ତି।
ଶନିବାର ରାତିରେ ତେଲେଙ୍ଗାନାରୁ ଆମ ରାଜ୍ୟକୁ ୧୨ଟି ଟ୍ରେନ୍ ଆସୁଛି। ସେଥିରେ ପ୍ରାୟ ୨୦ ହଜାର ଯାତ୍ରୀ ଆସୁଛନ୍ତି। ହେଲେ ଏହି ଟ୍ରେନ୍ରେ କେଉଁ ଯାତ୍ରୀ ଆସୁଛନ୍ତି ସେ ବାବଦରେ ତେଲେଙ୍ଗାନା ଆମକୁ ସୂଚନା ଦେଇ ନାହିଁ। ରେଳବାଇ ପକ୍ଷରୁ ଯେଉଁ ସୂଚନା ରହିଛି ତାହା ଅସମ୍ପୂଣ୍ଣ। ଏମାନେ ଭିବିନ୍ନ ଷ୍ଟେସନ୍ରେ ଓହ୍ଲାଇବା ସମ୍ଭାବନା ରହିଛି। ଯେହେତୁ ପ୍ରାକ୍ ସୂଚନା ନାହିଁ ଏଣୁ ସବୁ ଷ୍ଟେସନ୍ରର ତାଙ୍କର ଯେଉଁ ପରୀକ୍ଷା ହେଉଥିଲା, ପର୍ଯ୍ୟାପ୍ତ ସୁବିଧା ଯୋଗାଇବା ଅସୁବିଧା ହେବ। ବୋଲି ଶ୍ରୀ ଜେନା କହିଛନ୍ତି।
ସ୍ଵତନ୍ତ୍ର ଭାବେ ଯାତ୍ରୀଙ୍କ ଆଗମନ ସମ୍ପର୍କରେ ସୂଚନା ଦେଇ ଶ୍ରୀ ଜେନା କହିଛନ୍ତି, ଗତ ଦୁଇ ସପ୍ତାହ ମଧ୍ୟରେ କରୋନା ରୋଗୀଙ୍କ ସଂଖ୍ୟା କିଛି ବୃଦ୍ଧି ହୋଇଥିଲେ ମଧ୍ୟ ତାହା ନିୟନ୍ତ୍ରଣରେ ରହିଛି। ଆମ ରାଜ୍ୟକୁ ନିୟନ୍ତ୍ରିତ ଭାବେ ପ୍ରବାସୀ ଆସୁଛନ୍ତି। ସୀମା, ଷ୍ଟେସନ୍ ଓ ଏୟାରପୋର୍ଟରେ ଯାଞ୍ଚ କରାଯାଇ ସେମାନଙ୍କୁ କ୍ଵାରେଣ୍ଟୀନ କରୁଛନ୍ତି। ସହରାଞ୍ଚଳରେ ୱାର୍ଡ ଅଧିକାରୀ ଏବଂ ଗାଁରେ ସରପଞ୍ଚ କରୁଛନ୍ତି। କିନ୍ତୁ ଆଜିଠାରୁ ରାଜ୍ୟ ପାଖରେ ଯାତ୍ରୀଙ୍କ ବାବଦରେ ପ୍ରାକ୍ ସୂଚନା ରହିବା ନିଷ୍ପତ୍ତି ଅକାମୀ ହୋଇଥିବାରୁ ସମସ୍ୟା ଉପୁଜିବା ଆଶଙ୍କା ରହିଛି। ପୂର୍ବ ଭଳି ଯାତ୍ରୀଙ୍କୁ ଯାଞ୍ଚ କରିବା ଏବଂ ନିର୍ଦ୍ଧାରିତ ଜିଲ୍ଲାରେ ପହ୍ଞ୍ଚାଇବା ସମ୍ଭବ ହୋଇ ନପାରେ ବୋଲି ସେ ଆଶଙ୍କା କରହିଛନ୍ତି।
ଏହାଛଡ଼ା କେନ୍ଦ୍ର ସରକାର ଆସନ୍ତା କାଲିଠାରୁ ବିମାନ ଚଳାଚଳକୁ ଆରମ୍ଭ କରିବା ପାଇଁ ନିଷ୍ପତ୍ତି ନେଇଥିବାରୁ ଭୁବନେଶ୍ଵର ଏବଂ ଝାରସୁଗୁଡ଼ାରୁ ଯାତ୍ରୀବାହୀ ବିମାନ ସେବା ଆରମ୍ଭ ହେବ। ନିକଟ ଭବିଷ୍ୟତରେ ରେଳ ଚଳାଚଳଳ ସ୍ଵଭାବିକ ହେବା ସମ୍ଭାବନା ରହିଛି। । ଏଣୁ ବିନା ସୂଚନାରେ ଯାତ୍ରୀ ଆସିବେ। ଏଣୁ ସେମାନଙ୍କୁ କ୍ଵାରେଣ୍ଟୀନ କରିବା ଅସୁବିଧା ହେବ। ଏଣୁ ଜନସାଧାରଣଙ୍କ ସହଯୋଗରେ ହିଁ ଏହି ସମସ୍ୟାର ସମାଧାନ କରିହେବ। କୌଣସି ବ୍ୟକ୍ତି ଯଦି ରାଜ୍ୟ ବାହାରୁ ଆପଣଙ୍କ ଅଞ୍ଚଳକୁ ଆସନ୍ତି ତେବେ ନିକଟସ୍ଥ ପଞ୍ଚାୟତ ଓ ସହରାଞ୍ଚଳ ଅଧିକାରୀଙ୍କୁ ଦେବାରେ ସହାୟତା କରନ୍ତୁ ବୋଲି ଶ୍ରୀ ଜେନା କହିଛନ୍ତି।
ଜନସାଧାରଣଙ୍କୁ ମଧ୍ୟ ସତର୍କ ରହିବାକୁ କୁହାଯାଇଛି। ଯଦି କେହି ବ୍ୟକ୍ତି ବାହାରୁ ତାଙ୍କ ସାହି ବା ଗାଁକୁ ଆସନ୍ତି ତେବେ ସମ୍ପୃକ୍ତ ଲୋକ ବାବଦରେ ବିବରଣୀ ଜିଲ୍ଲା ପ୍ରଶାସନକୁ ଦେବାକୁ କୁହାଯାଇଛି।