ଦିଲ୍ଲୀରେ ସମୀର ଦାଶ: ସ୍କୁଲ୍ ଏବଂ ଗଣଶିକ୍ଷା ବ୍ୟବସ୍ଥା ସୁଧୁରିବା ଆଶା
ଭୁବନେଶ୍ୱର, (ଓଟି): ବିପର୍ଯ୍ୟସ୍ତ ବୋଲି ଚହଳ ପଡ଼ିଥିବା ଓଡ଼ିଶାର ସ୍କୁଲ୍ ଓ ଗଣଶିକ୍ଷା ବବସ୍ଥାକୁ ସୁଧାରିବା ଲାଗି ଉଦ୍ୟମ ଆରମ୍ଭ କରିଛନ୍ତି ନବ ନିଯୁକ୍ତ ମନ୍ତ୍ରୀ ସମୀର ଦାଶ । ଏହିକ୍ରମରେ ସେ ଦିଲ୍ଲୀ ସ୍କୁଲ୍ ବ୍ୟବସ୍ଥାକୁ ମଡେଲ୍ ଆକାରରେ ଗ୍ରହଣ କରିବାକୁ ଯାଉଛନ୍ତି । ଯେହେତୁ ଏହି ରାଜ୍ୟର ସରକାରୀ ଶିକ୍ଷା ବ୍ୟବସ୍ଥା ଗଲା ୫ ବର୍ଷ ଭିତରେ ଯଥେଷ୍ଟ ବିକଶିତ ହୋଇଛି, ସେହି କ୍ରମରେ ଏହି ଶିକ୍ଷାକୁ ମଡେଲ୍ ଭାବେ ରାଜ୍ୟ ସରକାର ଗ୍ରହଣ କରିପାରନ୍ତି ।
ଏହିକ୍ରମରେ ଶ୍ରୀ ଦାଶ ଦିଲ୍ଲୀ ଶିକ୍ଷାମନ୍ତ୍ରୀ ମନୀଶ ସିସୋଦିଆଙ୍କ ସହ ଦିଲ୍ଲୀର କିଛି ସ୍କୁଲ୍ ପରିଦର୍ଶନ କରିଛନ୍ତି । ଏହି ସମୟରେ ସ୍କୁଲ ଶୀକ୍ଷା ଢାଞ୍ଚାରେ ପରିବର୍ତ୍ତନ ଆଣିବାକୁ ଚେଷ୍ଟା କରୁଥିବା ସୋନମ୍ ୱାନ୍ଚୁକ୍ ମଧ୍ୟ ଉପସ୍ଥିତ ଥିଲେ । ଦିଲ୍ଲୀ ସରକାରଙ୍କ କର୍ମଚାରୀଙ୍କ ଉପସ୍ଥିତିରେ ଶ୍ରୀ ଦାଶ ଦିଲ୍ଲୀର ପଶ୍ଚିମ ବିନୋଦନଗର ସ୍ଥିତ ସର୍ବୋଦୟ କନ୍ୟା ସ୍କୁଲ୍ ଏବଂ ପଟ୍ଟ ପରଗଙ୍ଜସ୍ଥିତ ଆଉ ଏକ ଶିକ୍ଷାନୁଷ୍ଠାନ ପରିଦର୍ଶନ କରିଥିଲେ । ସେଠାରେ ସ୍କୁଲ୍ ଛାତ୍ରଛାତ୍ରୀ ଓ ଶିକ୍ଷକଙ୍କ ସହ ଆଲୋଚନା ମଧ୍ୟ କରିଥିଲେ । ଶିକ୍ଷା କ୍ଷେତ୍ରରେ ଚାଲିଥିବା ବିଭିନ୍ନ ପରୀକ୍ଷା ନିରୀକ୍ଷା ଓ ଏହାର ଫଳାଫଳ ବାବଦରେ ପଚାରି ବୁଝିଥିଲେ ।