#କୋଭିଡ୍-୧୯: ଟେଷ୍ଟିଂ କିଟ୍ ପାଇଁ କେନ୍ଦ୍ରକୁ ଦାବି
ଭୁବନେଶ୍ୱ(ଓଟି): ମହାମାରୀ କରୋନାର ସ୍ଥିତି ଓ ସେମ୍ପର୍କିତ କାର୍ଯ୍ୟାବଳୀର ସମୀକ୍ଷା କରାଯାଇଛି। ରାଜ୍ୟ ଲୋକସେବା ଭବନରେ ଏହି ସମୀକ୍ଷା ବୈଠକ ହୋଇଥିବାବେଳେ କେନ୍ଦ୍ରକୁ ବିଭିନ୍ନ ଦାବି ରଖିଛି ରାଜ୍ୟ। ବିଶେଷକରି କରୋନା ପରୀକ୍ଷା ପାଇଁ କିଟ୍ ଯୋଗାଇବାକୁ କେନ୍ଦ୍ର ସରକାରଙ୍କ ନିକଟରେ ଦାବି କରାଯାଇଛି।
ଭିଡିଓ କନ୍ଫରେନ୍ସି ଜରିଆରେ ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କ ସହ କେନ୍ଦ୍ର କ୍ୟାବିନେଟ୍ ସଚିବଙ୍କ ଆଲୋଚନା ହୋଇଥିବାବେଳେ ବୈଠକରେ ରାଜ୍ୟ ସ୍ୱାସ୍ଥ୍ୟ ଓ ଗୃହ ସଚିବଙ୍କ ସମେତ ପୁଲିସ୍ ଡିଜି ଉପସ୍ଥତି ଥିଲେ। ରାଜ୍ୟରେ କରୋନା ସ୍ଥିତି ଓ ଲକ୍ଡାଉନ୍ର ସମୀକ୍ଷା କରାଯାଇଥିବାବଳେ ବିଭିନ୍ନ ଦିଗ ଉପରେ ଗୁରୁତ୍ଵପୂର୍ଣ୍ଣ ଆଲୋଚନା ହୋଇଥିଲା। ଚିକିତ୍ସା ପାଇଁ ଅଧିକ କିଟ୍ ପ୍ରଦାନକୁ ରାଜ୍ୟ ପକ୍ଷରୁ ଗୁରୁତ୍ଵାରୋପ କରାଯାଇଥିବାବେଳେ ପ୍ରବାସୀ ଶ୍ରମିକ ଓ ଅତ୍ୟାବଶକ ସାମଗ୍ରୀର ଦରଦାମ୍ ବୃଦ୍ଧି ସମ୍ପର୍କରେ ମଧ୍ୟ ସବିଶେଷ ଆଲୋଚନା ହୋଇଥିଲା।