ଓଡ଼ିଶାରେ #କୋଭିଡ୍-୧୯ ଆକ୍ରାନ୍ତ ସଂଖ୍ୟା ୫୪କୁ ବୃଦ୍ଧି

ଭୁବନେଶ୍ଵର(ଓଟି): ମହାମାରୀ କରୋନା ଆକ୍ରାନ୍ତରେ ରାଜ୍ୟର ପୁଣି ୪ ଜଣ। ଶନିବାର ରାତି ସୁଦ୍ଧା ରାଜ୍ୟ ସ୍ଵାସ୍ଥ୍ୟ ବିଭାଗର ସୂଚନା ଅନୁସାରେ ଏହି ସଂଖ୍ୟା ମିଶିବା ପରେ ମୋଟ କେସ୍‌ ସଂଖ୍ୟା ୫୪କୁ ବୃଦ୍ଧି ପାଇଛି।

ସ୍ଵାସ୍ଥ୍ୟ ବିଭାଗର ୱେବ୍‌ସାଇଟ୍‌ରେ ଏନେଇ ସୂଚନା ଉପଲବ୍ଧ ହୋଇଛି। ତେବେ ସେଥିରେ ପ୍ରଥମେ ତଥ୍ୟକୁ ନେଇ କିଛି ଦ୍ଵନ୍ଦ୍ଵ ଦେଖାଯିବା ପରେ ସୁଧାର କରାଯାଇଛି। ସେହିପରି ସମ୍ପୃକ୍ତ ବିଭାଗୀୟ ଟୁଇଟର୍‌ ହ୍ୟାଣ୍ଡେଲ୍‌ରେ ସୂଚନା ପ୍ରଦାନ କରାଯାଇଛି। କିନ୍ତୁ ଏନେଇ କୌରସି ବିସ୍ତୃତ ତଥ୍ୟ ଦିଆଯାଇନି। ଆସନ୍ତା କାଲି ସେମାନଙ୍କ ବିଷୟରେ ସ୍ପଷ୍ଟ ହେବ ବୋଲି ମନେକରାଯାଉଛି। ଏଠାରେ ପ୍ରକାଶ ଥାଉକି ପୂର୍ବର ୨ ଜଣ ଓ ଶୁକ୍ରବାର ୧୦ ଜଣଙ୍କୁ ମିଶାଇ ମୋଟ ୧୨ ଜଣ କରୋନା କବଳରୁ ମୁକ୍ତ ତଥା ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ସେହିପରି ଜଣଙ୍କ ପ୍ରାଣହାନୀ ଘଟିଛି।

Leave a Reply

Your email address will not be published.