ରାଜ୍ୟରେ ସୁସ୍ଥ ସଂଖ୍ୟା ୨୧, କେବଳ ଭୁବନେଶ୍ଵରରୁ ୧୪
ଭୁବନେଶ୍ୱର(ଓଟି): ରାଜ୍ୟ ପାଇଁ ଶୁଭ ସୂଚନା ମିଳିଛି। ଆଜି ଆଉ ଦୁଇ ‘କରୋନା’ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଉଭୟ ଭୁବନେଶ୍ୱର ଅଞ୍ଚଳର ଏବଂ ସେମାନଙ୍କ ରିପୋର୍ଟ ନେଗେଟିଭ୍ ଆସିଛି। ଏହି ଦୁଇ ଜଣଙ୍କୁ ମିଶାଇ ମୋଟ ୨୧ ଜଣ ସୁସ୍ଥ ହୋଇଥିବା ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ୱିଟ୍ କରି ସୂଚନା ଦେଇଛି।
ଉଲ୍ଲେଖଯୋଗ୍ୟ ଯେ ‘କରୋନା’ରେ ରାଜ୍ୟରୁ ଜଣଙ୍କ ପ୍ରାଣହାନୀ ଘଟିଛି। ଅନ୍ୟ ୫୯ ଜଣ ସଂକ୍ରମିତଙ୍କ ମଧ୍ୟରୁ ୨୧ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଫଳରେ ଆଉ ୩୮ ଜଣ ବିଭିନ୍ନ କୋଭିଡ୍ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି। ସେହିପରି ଆଜି ସୁସ୍ଥ ହୋଇଥିବା ୨ ଜଣଙ୍କୁ ମିଶାଇ କେବଳ ଭୁବନେଶ୍ୱରରେ ୧୪ ଜଣ କରୋନା କବଳରୁ ସୁସ୍ଥ ହୋଇଛନ୍ତି। ଅନ୍ୟପକ୍ଷରେ ଖୋର୍ଦ୍ଧା ଜିଲ୍ଲାକୁ ହଟ୍ସ୍ପଟ୍ ଭାବେ କେନ୍ଦ୍ର ସରକାର ଘୋଷଣା କରିଛନ୍ତି। କିନ୍ତୁ ଏହାକୁ ମୁକାବିଲା ପାଇଁ ରାଜ୍ୟ ସରକାର ଅଧିକ ତତ୍ପରତା ପ୍ରକାଶ କରିବା ସହ ଭୁବନେଶ୍ୱର ପାଇଁ ସରକାର ସ୍ଵତନ୍ତ୍ର ମୁକାବିଲା ନୀତି ପ୍ରସ୍ତୁତ କରିଛନ୍ତି।