#OdishaFightsWithCorona: ସୁସ୍ଥହେଲେ ଆଉ ୫ ଜଣ

ଭୁବନେଶ୍ୱର(ଓଟି): ମହାମାରୀ କରୋନା ସଂକ୍ରମଣ ବଢ଼ି ଚାଲିଥିବାବେଳେ ସେଥିରୁ ମୁକୁଳି ସୁସ୍ଥହେଲେ ସାଧାରଣରେ ଖୁସି ପ୍ରକାଶ ପାଉଛି। ତେବେ ଗତ ସୋମବାର ଓଡ଼ିଶାରେ ୧୩ ଜଣଙ୍କ ପଜିଟିଭ୍‌ ରିପୋର୍ଟ ଆସିଥିବାବେଳେ ଆଜି ମଧ୍ୟ ୫ ଜଣ ସଂକ୍ରମିତ ରିପୋର୍ଟ ଆସିବା ପରଠୁ ସାଧାରଣରେ ଭୟ ଖେଳି ଯାଇଥିଲା। ଏଭଳି ସ୍ଥିତିରେ ୫ ଜଣ ସଂକ୍ରମିତ ସୁସ୍ଥ ହେବା ଖବର ନିଶ୍ଚିତ ଆଶ୍ଵସ୍ତିକର ବିଷୟ।

ସୂଚନା ଅନୁସାରେ ରାଜ୍ୟରେ ଆଉ ୫ଜଣ କରୋନା ଆକ୍ରାନ୍ତ ରୋଗୀ ସୁସ୍ଥ ହୋଇଛନ୍ତି। ପୂର୍ବରୁ ୨୪ଜଣ ସୁସ୍ଥ ହୋଇଥିଲେ। ଫଳରେ ମୋଟ ୨୯ଜଣ ସୁସ୍ଥ ହୋଇଛନ୍ତି। ଭୁବନେଶ୍ୱର, କଳାହାଣ୍ଡି, ସୁନ୍ଦରଗଡ଼, କେନ୍ଦ୍ରାପଡ଼ା ଓ ଢେଙ୍କାନାଳରୁ ଜଣେ ଲେଖାଏଁ ଆକ୍ରାନ୍ତ ସୁସ୍ଥ ହୋଇଥିବା ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଉଲ୍ଲେଖଯୋଗ୍ୟ ଯେ ରାଜ୍ୟରେ ମୋଟ କରୋନା କେସ୍‌ ୭୯ ହୋଇଥିବାବେଳେ ସେମାନଙ୍କ ମଧ୍ୟରୁ ୨୯ଜଣ ସୁସ୍ଥ ହୋଇଛନ୍ତି ଏବଂ ଜଣଙ୍କର ମୃତ୍ୟୁ ହୋଇଛି। ଅନ୍ୟ ୪୯ଜଣ ସକ୍ରିୟ ଚିକିତ୍ସାଧୀନ ରହିଛନ୍ତି।

Leave a Reply

Your email address will not be published. Required fields are marked *