କୋରାପୁଟକୁ ବ୍ୟାପିଲା କରୋନା, ରାଜ୍ୟରେ ପୁଣି ୨ ପଜିଟିଭ୍
ଭୁବନେଶ୍ୱର(ଓଡ଼ିଶା ଟାଇମ୍): ରାଜ୍ୟ ପାଇଁ ପୁଣି ଦୁଃଖ ବଢ଼ାଇଛି ମହାମାରୀ କରୋନା। ଆଜି ପ୍ରଥମେ ୫ ଜଣ ଚିହ୍ନଟ ହୋଇ ମୋଟ ସଂଖ୍ୟା ୧୦୮କୁ ବୃଦ୍ଧି ପାଇଥିଲା। ତେବେ ଅପରାହ୍ଣରେ ମିଳିବା ଖବର ଅନୁସାରେ ଆଉ ଦୁଇଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେ ମଧ୍ୟରୁ ଜଣେ ହେଉଛନ୍ତି କୋରାପୁଟର ୨୨ ବର୍ଷୀୟ ପୁରୁଷ ସ୍ଵାସ୍ଥ୍ୟକର୍ମୀ। ଅନ୍ୟଜଣେ ୩୨ ବର୍ଷୀୟ ପୁରୁଷ ବାଲେଶ୍ଵରରୁ ଚିହ୍ନଟ ହୋଇଥିବାବେଳେ ତାଙ୍କର କୋଲକାତା ସହ ଲିଙ୍କ୍ ରହିଥିବା ଜଣାପଡ଼ିଛି। ଏଥିସହ ବାଲେଶ୍ଵର ଜିଲ୍ଲାରେ ମୋଟ ସଂଖ୍ୟା ୧୬କୁ ବଢ଼ିଥିବାବେଳେ ଗ୍ରୀନ୍ ଜୋନ୍ରେ ରହିଥିବା କୋରାପୁଟ ଜିଲ୍ଲା ପାଇଁ ଭୟର ବାତାବାରଣ ସୃଷ୍ଟି ହୋଇଛି।
ସୂଚନାଯୋଗ୍ୟ ଯେ ନୂଆ ଚିହ୍ନଟ ୨ ଜଣଙ୍କୁ ମିଶାଇ ରାଜ୍ୟରେ ମୋଟ ସଂଖ୍ୟା ୧୧୦କୁ ବୃଦ୍ଧି ପାଇଛି। ତେବେ ପ୍ରଥମଥର ପାଇଁ କରୋପୁଟରୁ ଚିହ୍ନଟ ଆକ୍ରାନ୍ତ ଜଣଙ୍କ ରାଜ୍ୟର ୬୧ ନମ୍ବର ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିଥିବା ସୂଚନା ମିଳିଛି। ସମସ୍ତଙ୍କ ଗସ୍ତ ବିବରଣୀ ଓ କେଉଁମାନଙ୍କ ସମ୍ପର୍କରେ ଆସିଛନ୍ତି ସେନେଇ ସ୍ଵାସ୍ଥ୍ୟ ବିଭାଗ ପକ୍ଷରୁ ତନାଘନା ଜାରି ରହିଥିବା ଜଣାପଡ଼ିଛି।