#ଲକ୍ଡାଉନ୍: ପୁଲିସ୍ କର୍ମଚାରୀଙ୍କ ୮ ଘଣ୍ଟା ଡ୍ୟୁଟି
ଭୁବନେଶ୍ୱର (ଓଟି): ଲକ୍ଡାଉନ ସମୟରେ ୮ ଘଣ୍ଟା ଡ୍ୟୁଟି କରିବେ ପୁଲିସ୍ କର୍ମଚାରୀ। ଏଥିସହ ପ୍ରତ୍ୟେକ ପୁଲିସ ଅଫିସର ଓ କର୍ମଚାରୀଙ୍କୁ ସପ୍ତାହରେ ଦିନେ ଛୁଟି ମିଳିବ। ଡିଜି ଅଭୟ ଏଭଳି ନିର୍ଦ୍ଦେଶ ଦେଇଛନ୍ତି। ପ୍ରତ୍ୟେକ ଜିଲ୍ଲାର ଏସପି/ଡିସିପିଙ୍କୁ ଏ ସମ୍ପର୍କରେ ଅବଗତ କରାଯାଇଛି।
ଉଲ୍ଲେଖଯୋଗ୍ୟଯେ ୨୧ଦିନିଆ ଲକ୍ଡାଉନ୍ ଆସନ୍ତା ୧୪ ତାରିଖ ପର୍ଯ୍ୟନ୍ତ ଜାରି ରହିବ। ସେଥିପାଇଁ ପୁଲିସ୍ ଅଫିସର୍ ଓ କର୍ମଚାରୀ ଯେପରି ବିଶ୍ରାମ ନେଇପାରିବେ ସେଥିପ୍ରତି ଦୃଷ୍ଟି ଦିଆଯାଇଛି। କରୋନାର ମୁକାବିଲା କରିବା ପାଇଁ ସାରା ଦେଶରେ ଗତ ୨୨ ତାରିଖରୁ ଜନତା କର୍ଫ୍ୟୁ ଜାରି ହୋଇଥିବା ବେଳେ ଆସନ୍ତା ଏପ୍ରିଲ ୧୪ ତାରିଖ ଯାଏ ଲକ୍ଡାଉନ୍ ବଳବତ୍ତର ରହିବ। ଏଥିପାଇଁ ଭିଡ଼ ନିୟନ୍ତ୍ରଣ ଓ ସୁରକ୍ଷା ବ୍ୟବସ୍ଥାରେ ନିୟୋଜିତ ହୋଇଥିବା ପୁଲିସ ଅଫିସର ଓ କର୍ମଚାରୀ ଓଭର ଡ୍ୟୁଟି କରୁଥିବା ଘଟଣା ସାମ୍ନାକୁ ଆସିଥିଲା। ଏହାକୁ ଡିଜି ଗୁରୁତ୍ଵର ସହ ବିଚାର କରି ଏଭଳି ନିଷ୍ପତ୍ତି ନେଇଛନ୍ତି।
ଅନ୍ୟପକ୍ଷରେ ବିଭିନ୍ନ ଜିଲ୍ଲାର ଏସପି/ଡିସିପିଙ୍କ ସହିତ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଆଲୋଚନା କରିଛନ୍ତି ଡିଜି। କାର୍ଯ୍ୟରେ ନିୟୋଜିତ ହୋଇଥିବା ପୁଲିସ ଅଫିସର ଓ କର୍ମଚାରୀଙ୍କ ପାଇଁ ଏକ ଆଡଭାଇଜାରୀ ଜାରି କରିଛନ୍ତି।