ବିଦେଶ ଫେରନ୍ତାଙ୍କୁ ସରକାରଙ୍କ ନିର୍ଦେଶ: ଏକାନ୍ତରେ ରୁହ
ଭୁବନେଶ୍ଵର, (ଓଟି): ରାଜ୍ୟରେ କରୋନା ଭୂତାଣୁର ଗଣ ସଂକ୍ରମଣ ରୋକିବା ପାଇଁ ବିଦେଶରୁ ଫେରିଥିବା ଲୋକମାନେ ନିଜ ଘରେ ତୁରନ୍ତ ସଙ୍ଗରୋଧରେ ବା ହୋମକ୍ୱାରେଂଟାଇରେ ରହିବାକୁ ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି । ବାହାରକୁ ଲକ୍ଷଧଣ ଜଣାପଡ଼ୁନଥିଲେ ବି ବିଦେଶରୁ ଫେରିଥିବା ଲୋକମାନେ କୋରୋନାରେ ସଂକ୍ରମିତ ହୋଇଥିବା ସନ୍ଦେହ କରାଯାଉଥିବାରୁ ସେମାନେ ସଙ୍ଗରୋଧରେ ରହିବାକୁ କୁହାଯାଇଛି । ଏହି ନିର୍ଦ୍ଦେଶକୁ ପାଳନ ନକଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସରକାରଙ୍କ ପକ୍ଷରୁ କଡ଼ା କଡ଼ି ଭାବେ ପୁଣି ଥରେ କୁହାଯାଇଛି ।