#OdishaFightsWithCorona: ମନ୍ତ୍ରୀସ୍ତରୀୟ ବୈଠକରେ ତାଲିମ ପ୍ରତି ଗୁରୁତ୍ଵାରୋପ

ଭୁବନେଶ୍ଵର(ଓଟି): ମହାମାରୀ କରୋନା ମୁକାବିଲା ପାଇଁ ରାଜ୍ୟ ମନ୍ତ୍ରୀସ୍ତରୀୟ ବୈଠକ ହୋଇଯାଇଛି। ଏଥିରେ ବ୍ୟାପକ ପଦକ୍ଷେପ ନିଆଯିବା ସହ ଟ୍ରେନିଂ ଓ ଚିକିତ୍ସା ବ୍ୟବସ୍ଥା ବଢ଼ାଇବା ଉପରେ ଗୁରୁତ୍ଵାରୋପ କରାଯାଇଛି। ଗୋଷ୍ଠୀ ସ୍ତରରେ କରୋନା ମୁକାବିଲା ପାଇଁ କିଭଳି ଅଧିକ ମ୍ୟାନ ପାୱାର ନିୟୋଜିତ ହୋଇପାରିବେ ସେନେଇ ମଧ୍ୟ ଆଲୋଚନା ହୋଇଛି।

ସୂଚନା ଅନୁସାରେ ଅଙ୍ଗନବାଡ଼ି, ଆଶାକର୍ମୀ, ଏଏନ୍ଏମ୍  ଓ ଡାକ୍ତରମାନଙ୍କୁ ଅଧିକ ସଂଖ୍ୟାରେ ତାଲିମ ପାଇଁ ବୈଠକରେ ଗୁରୁତ୍ଵ ଦିଆଯାଇଛି। ବର୍ତ୍ତମାନ ସୁଦ୍ଧା ୧ ଲକ୍ଷ ୫୩ ହଜାର ଜଣଙ୍କୁ ତାଲିମ ଦିଆଯାଇଥିବା ବେଳେ ଅଧିକ ତାଲିମ ଦିଆଯିବା ପାଇଁ ବ୍ୟବସ୍ଥା କରାଯାଉଥିବା ମତ ପ୍ରକାଶ ପାଇଛି। ସେହିପରି ସବୁ ପୁରୁଣା ଏବଂ ନୂଆ ମେଡିକାଲ କଲେଜ ଓ ହସ୍ପିଟାଲରେ କରୋନା ଟେଷ୍ଟିଂ ଲାବ୍ରୋଟୋରୀ ପାଇଁ ବୈଠକରେ ଆଲୋଚନା କରାଯାଇଥିବା ମନ୍ତ୍ରୀ ପ୍ରତାପ ଜେନା ସୂଚନା ଦେଇଛନ୍ତି। ଅନୁରୂପ ଭାବେ ଅଧିକ ଆଜିଥ୍ରୋମାଇସିନ ଓ ରାପିଡ୍ ଟେଷ୍ଟ ପାଇଁ କିଟ୍ କିଣିବାକୁ ସୁପାରିସ କରାଯାଇଥିବା ଜଣାପଡ଼ିଛି।

Leave a Reply

Your email address will not be published. Required fields are marked *