ବିକାଶ ପାଇଁ ବିନାଶ ହୋଇଛି ୬ଶ’ ହେକ୍ଟର ଜଙ୍ଗଲ

ଭୁବନେଶ୍ୱର(ଓଟି): ଜଙ୍ଗଲ ସୃଷ୍ଟି କରିବା ପାଇଁ କ’ଣ ପଦକ୍ଷେପ ନେଇଛନ୍ତି ସରକାର? ଏଭଳି ପ୍ରଶ୍ନରୁ ସାରମର୍ମ ଉତ୍ତର ହେଉଛି- ବିକାଶ ପାଇଁ ବିନାଶ ହୋଇଛି ପ୍ରାୟ ୬ଶହ ହେକ୍ଟର ଜଙ୍ଗଲ। ତାହାପୁଣି ଏକ ଦଶନ୍ଧି ମଧ୍ୟରେ ଉଜୁଡ଼ି ଯାଇଛି। ଶିଳ୍ପ ପାଇଁ ଟଳି ପଡୁଛନ୍ତି ମୂଲ୍ୟବାନ ଗଛ। ଜଙ୍ଗଲ ସରୁଛି- ସୃଷ୍ଟି କ୍ଷେତ୍ରରେ ଉଠିଛି ପ୍ରଶ୍ନ। ଆଉ ଏହି ପ୍ରଶ୍ନ ଆଜି ଉଠାଇଛନ୍ତି କଂଗ୍ରେସର ବରିଷ୍ଠ ବିଧାୟକ ନରସିଂହ ମିଶ୍ର। ସେ ଗୃହରେ ପ୍ରଶ୍ନ କରିଥିଲେ ଯେ ସରକାର ଜଙ୍ଗଲ ସୃଷ୍ଟି ପାଇଁ କଣ ସବୁ ପଦକ୍ଷେପ ନେଇଛନ୍ତି? ଆଉ ଏହାର ଉତ୍ତର ଦେଇଥିଲେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ।

ମନ୍ତ୍ରୀଙ୍କ ସୂଚନା ଅନୁସାରେ- ଡେରାଡୁନସ୍ଥିତ ଭାରତୀୟ ବନ ସର୍ବେକ୍ଷଣ ସଂସ୍ଥା ଦ୍ୱାରା ଜଙ୍ଗଲିଆ ଅଞ୍ଚଳରେ ସର୍ବେକ୍ଷଣ କରାଯାଇ ପ୍ରତି ଦୁଇ ବର୍ଷରେ ଥରେ ତଥ୍ୟ ପ୍ରଦାନ କରାଯାଉଛି । ୨୦୧୧ର ସର୍ବେକ୍ଷଣ ଅନୁସାରେ ରାଜ୍ୟରେ ୫୮,୧୩୬ ବର୍ଗ କିଲୋମିଟର ଜଙ୍ଗଲ ଜମି ରହିଥିଲା। ସେହିପରି ୨୦୧୦ରୁ ୨୦୧୯ ମଧ୍ୟରେ ରାଜ୍ୟରେ ଶିଳ୍ପ ତଥା ଆନୁସଙ୍ଗିକ ଅନୁଷ୍ଠାନ ପାଇଁ ୧୦ଟି ଜିଲ୍ଲାରେ ୫୯୯.୭୪୬ ହେକ୍ଟର ଜଙ୍ଗଲ ନଷ୍ଟ ହୋଇଯାଇଛି। ସମ୍ବଲପୁର, ଅନୁଗୁଳ, ସୁନ୍ଦରଗଡ଼, ଜଗତସିଂହପୁର, କଟକ, ଢ଼େଙ୍କାନାଳ, ଖୋର୍ଦ୍ଧା, ବରଗଡ଼ ଓ କେନ୍ଦୁଝର ଆଜି ଜିଲ୍ଲାରେ ଶିଳ୍ପର ବିକାଶ ପାଇଁ ଜଙ୍ଗଲ ଜମି ନଷ୍ଟ ହୋଇଥିବା ମନ୍ତ୍ରୀ ଗୃହରେ ପ୍ରକାଶ କରିଛନ୍ତି।

Leave a Reply

Your email address will not be published. Required fields are marked *