କରୋନା ଆତଙ୍କ: ପୁଣି ସତର୍କ କରାଇଲେ ସଚିବ

ଭୁବନେଶ୍ୱର (ଓଟି): କରୋନା ମୁକାବିଲା ପାଇଁ ଭାରତ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୂତ। ସେହିପରି ରାଜ୍ୟ ସରକାର ମଧ୍ୟ ପୂରା ସଜାଗ। ଏନେଇ ସ୍ଵାସ୍ଥ୍ୟ ସଚିବ ନିକୁଞ୍ଜ ଧଳ ପୁଣି ସତର୍କ କରାଇଛନ୍ତି। ୧୧୦ ଦେଶକୁ ବ୍ୟାପୀଥିବା କରୋନା ଭାଇରସ୍‌ ୧ ଲକ୍ଷ ୨୦ ହଜାରରୁ ଅଧିକ ଲୋକଙ୍କୁ ଆକ୍ରାନ୍ତ କରିଛି ଓ ଭାରତରେ ୬୨ ଲୋକ ଆକ୍ରାନ୍ତ ହୋଇଛନ୍ତି। ଚୀନ୍‌ ପରେ ପରେ ଇଟାଲୀକୁ ଖୁବ୍‌ ମାଡ଼ିଛି ଏହି ମାରାତ୍ମକ ଭୂତାଣୁ। ସେହିଭଳି ଆମ ଦେଶରେ ଦିଲ୍ଲୀ, ରାଜସ୍ଥାନ, ଉତ୍ତରପ୍ରଦେଶ, ମହାରାଷ୍ଟ୍ର, ତେଲେଙ୍ଗାନା କର୍ଣ୍ଣାଟକ, କେରଳରେ ଚିହ୍ନଟ ହୋଇଛନ୍ତି ସଂକ୍ରମିତ ରୋଗୀ। ତେଣୁ ରାଜ୍ୟ ସ୍ଵାସ୍ଥ୍ୟ ସଚିବ ପୁଣି ସତର୍କ କରାଇଛନ୍ତି ସାଧାରଣ ଜନତାଙ୍କୁ।

କଣ କରିବା ଉଚିତ?

  • ନିହାତି ଦରକାର ନଥିଲେ ବିଦେଶ ଯାଆନ୍ତୁ ନାହିଁ।
  • ଯଦି ଯାଉଛନ୍ତି ତେବେ ନିଜ ସ୍ୱାସ୍ଥ୍ୟର ଉପଯୁକ୍ତ ଯତ୍ନ ନିଅନ୍ତୁ।
  • ସ୍ଵାସ୍ଥ୍ୟ ବିଭାଗ ଓ ଡାକ୍ତରଖାନା ସହ ଯୋଗାଯୋଗରେ ରୁହନ୍ତୁ।

ଅନ୍ୟପକ୍ଷରେ ସଚିବ ଶ୍ରୀ ଧଳ କହିଛନ୍ତି ଯେ ଇରାନରୁ ଫେରୁଥିବା ଲୋକଙ୍କ ଉପରେ ତୀକ୍ଷଣ ନଜର ରଖାଯାଇଛି। ରାଜ୍ୟରେ କେହି ଲୋକ କରୋନା ଆକ୍ରାନ୍ତ ହୋଇଥିବା ସ୍ପଷ୍ଟ ହୋଇନାହିଁ। ୧୬ଟି ନମୁନା ପରୀକ୍ଷା ହେବା ପରେ ୧୪ଟି ନେଗେଟିଭ ଆସିଥିବାବେଳେ ୨ଟି ରିପୋର୍ଟକୁ ଅପେକ୍ଷା କରାଯାଇଛି। ସେହିପରି ଭୁବନେଶ୍ୱରସ୍ଥିତ ଆର୍‌ଏମ୍‌ଆର୍‌ସିରେ ଦିନକୁ ୨୦ଟି ନମୁନା ପରୀକ୍ଷା କରାଯିବା  ବ୍ୟବସ୍ଥା ହୋଇଥିବା ସେ ସୂଚନା ଦେଇଛନ୍ତି।

Leave a Reply

Your email address will not be published. Required fields are marked *