ଲିଙ୍ଗରାଜ ମନ୍ଦିର ସାମ୍ନାରେ ନିର୍ମାଣ ହେବ ୱାଚ୍‌ ଟାୱାର୍‌

ଭୁବନେଶ୍ଵର, (ଓଟି): ଲିଙ୍ଗରାଜ ମନ୍ଦିରର ସୌନ୍ଦର୍ଯ୍ୟ ଏବଂ କାରୁକାର୍ଯ୍ୟ ଦେଖିବା ପାଇଁ ଏକ ସ୍ଵତନ୍ତ୍ର ୱାଚ୍‌ ଟାୱାର ନିର୍ମାଣ ହେବ। ମନ୍ଦିର ସମ୍ମୁଖରେ ଏହି ୱାଚ୍‌ ଟାୱାର ନିର୍ମାଣ ପାଇଁ ମୁଖ୍ୟମନ୍ତ୍ରୀ ଅର୍ଥ ମଞ୍ଜୁର କରିଛନ୍ତି। ଏହାଦ୍ଵାରା ବିଦେଶୀ ତଥା ଅନ୍ୟ ଧର୍ମାବଲମ୍ବୀମାନେ ଲିଙ୍ଗରାଜ ମନ୍ଦିରକୁ ବାହାରୁ ଦେଖିବା ସମ୍ଭବ ହୋଇପାରିବ। 

ମନ୍ଦିରର ମୁଖ୍ୟଦ୍ଵାରା ସମ୍ମୁଖରେ ଏହି ୱାଚ୍‌ ଟାୱାର୍‌ ନିର୍ମାଣ ହେବ। ଏହା ସହ ଏକ ବିଶାଳ ଭଜନ ମଣ୍ଡପ ନିର୍ମାଣ ହେବ। ଏଥିଲାଗି ସରକାର ଏକାମ୍ର ସାଂସ୍କୃତିକ ପ୍ରକାଶନୀ ପାଇଁ ୫ କୋଟି ଟଙ୍କା ମଞ୍ଜୁର କରିଛନ୍ତି। ପ୍ରତିବର୍ଷ ଶୀବରାତ୍ରୀ ଜାଗରରେ ଏଠାରେ ଭଜନ ସମାରେହ ଅନଷ୍ଠିତ ହୁଏ। ଏହି ମଣ୍ଡପର ଊପରେ ୱାଚ୍‌ ଟାୱାର ରହିବ  ଏହା ସହ ଲିଙ୍ଗରାଜ ଓ ପୁରୁଣା ଭୁବନେଶ୍ଵର ତଥା ଓଡ଼ିଶା ସମ୍ପର୍କରେ ଗବେଷଣା ପାଇଁ ଏଠାରେ ଏକ ଏଠାରେ ଏକ ଗବେଷଣା କେନ୍ଦ୍ର ନିର୍ମାଣ ହେବ। ଏହାର ନାମ ରହିବ ଲିଙ୍ଗରାଜ ଗବେଷଣା କେନ୍ଦ୍ର। 

ଏନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସ୍ପଷ୍ଟ କରାଯାଇଛି।  ଏଥିରେ କୁହାଯାଇଛଇ ଯେ, ଏଥିଲାଗି କାର୍ଯ୍ୟ ଖୁବ୍‌ ଶୀଘ୍ର ଆରମ୍ଭ ହେବ। 

Leave a Reply

Your email address will not be published.