#OdishaFightsWithCorona: ଆଉ ୨ଜଣ ସୁସ୍ଥ
ଭୁବନେଶ୍ୱର(ଓଡ଼ିଶା ଟାଇମ୍): ଗୋଟିଏପଟେ ରାଜ୍ୟରେ ନୂଆ ସଂକ୍ରମିତଙ୍କ ସଂଖ୍ୟା ସାମ୍ନାକୁ ଆସୁଥିବାବେଳେ ଅନ୍ୟପଟେ ଆଶ୍ଵସ୍ତିକର ଖବର ମଧ୍ୟ ଆସଛି। ଆଜି ରାଜ୍ୟରେ ଆଉ ୨କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହି ଦୁଇଜଣ ରାଜଧାନୀ ଭୁବନେଶ୍ୱରର ବୋଲି ଜଣାପଡ଼ିଛି। ଏହି ଦୁଇଜଣଙ୍କୁ ମିଶାଇ ରାଜ୍ୟରେ ମୋଟ ୩୭ଜଣ ସୁସ୍ଥ ହୋଇସାରିଲେଣି। ଏନେଇ ଟୁଇଟ୍ ଜରିଆରେ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆାଯାଇଇଛି।
ସୂଚନାଯୋଗ୍ୟ ଯେ ଆଜି ଆଉ ୫ ଜଣ କରୋନା ଆକ୍ରାନ୍ତ ବାଲେଶ୍ଵର କଣ୍ଟେନମେଣ୍ଟ ଅଞ୍ଚଳରୁ ଚିହ୍ନଟ ହୋଇଥିବା ସୂଚନା ମିଳିଛି। ଫଳରେ ରାଜ୍ୟରେ ଚିହ୍ନଟ ହୋଇଥିବା ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୦୮ରେ ପହଞ୍ଚିଛି। ଆଜି ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ୪ଜଣ ମହିଳା ଓ ଜଣେ ପୁରୁଷ। ସେହିପରି କେବଳ ବାଲେଶ୍ଵର ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୫କୁ ବୃଦ୍ଧି ପାଇଛି।