#କରୋନା ଆତଙ୍କ: ୪୯ ଓ ୫୦ ନଂ ତଥ୍ୟ ପ୍ରକାଶିତ

ଭୁବନେଶ୍ୱର(ଓଟି): ଶୁକ୍ରବାର ରାତି ସୁଦ୍ଧା ରାଜ୍ୟରେ ଆଉ ଦୁଇଜଣ ‘କରୋନା’ ଆକ୍ରାନ୍ତ ହୋଇଥିବା ସରକାରୀ ଭାବେ ଘୋଷଣା କରାଯାଇଥିଲା। ସମ୍ପୃକ୍ତ ମାମଲା ନଂ ୪୯ ଓ ୫୦ ରୋଗୀଙ୍କ ସମ୍ପର୍କରେ ଆଜି ତଥ୍ୟ ପ୍ରକାଶ କରିଛି ସୂଚନା ଓ ଲୋକ ସମ୍ପର୍କ ବିଭାଗ। ଉଭୟଙ୍କ ଘର ଭୁବନେଶ୍ୱର ହୋଇଥିବାବଳେ ମଧୁସୂଦନ ନଗର ‘କରୋନା’ ଆକ୍ରାନ୍ତଙ୍କ ନିକଟ ସମ୍ପର୍କୀୟ ବୋଲି ସ୍ପଷ୍ଟ କରାଯାଇଛି। ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଅନୁସାରେ ଚିହ୍ନଟ ୨ ଜଣଙ୍କ ମଧ୍ୟରୁ ଜଣେ ୩୫ ବର୍ଷୀୟା ମହିଳା ଓ ଅନ୍ୟ ଜଣେ ୨୩ ବର୍ଷର ଯୁବକ।  ଉଭୟଙ୍କୁ ଆଇସୋଲେସନ୍‌ରେ ରଖାଯାଇ ଚିକିତ୍ସା କରାଯାଉଛି ଏବଂ ସେମାନଙ୍କ କଣ୍ଟାକ୍ଟ ସମ୍ପର୍କରେ ତନାଘନା ଚାଲିଛି।

ଅନ୍ୟପକ୍ଷରେ ରାଜ୍ୟରେ ‘କରୋନା’ ଜଣିତ ଜଣଙ୍କର ମୃତ୍ୟୁ ଘଟିଥିଲା ବେଳେ ୪୯ ଜଣ ଆକ୍ରାନ୍ତ ହୋଇଛନ୍ତି। ସେମାନଙ୍କ ଭିତରୁ ୧୨ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ୩୭ ଜଣ ଚିକିତ୍ସାଧୀ ରହିଥିବା କୁହାଯାଇଛି। ଗୁରୁତ୍ଵପୂର୍ଣ୍ଣ ଯେ ୩୭ ଜଣଙ୍କ ଭିତରୁ ୩୫ ଜଣଙ୍କ ନିକଟରେ ‘କରୋନା’ ଲକ୍ଷଣ ନାହିଁ ବୋଲି ଜାତୀୟ ସ୍ୱାସ୍ଥ୍ୟ ମିଶନ ନିର୍ଦ୍ଦେଶିକା ଶାଳିନୀ ପଣ୍ଡିତ କହିଛନ୍ତି।

Leave a Reply

Your email address will not be published.