ପ୍ରଧାନ ଶିକ୍ଷକଙ୍କ ଦରମା ବନ୍ଦ ପାଇଁ ନିର୍ଦେଶ ଦେଲେ ରାଜ୍ୟ ସରକାର
ଭୁବନେଶ୍ଵର, (ଓଟି): ପ୍ରଧାନ ଶିକ୍ଷକ ଓ ଦଶମ ଶ୍ରେଣୀ ପାଠ ପଢ଼ାଉଥିବା ଶିକ୍ଷକଙ୍କୁ ସରକାର ଦେଇଥିବା ଧମକ ଏବେ କାର୍ଯ୍ୟକାରୀ ହୋଇଛି। ରାଜ୍ୟ ଗଣଶିକ୍ଷ ନିର୍ଦେଶକ ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଏନେଇ କାର୍ଯ୍ୟାନୁଷ୍ଠାନ ନେବା ଲାଗି କହିଛନ୍ତି। ସେମାନଙ୍କ ପାଖକୁ ପଠାଯାଇଥିବା ଆଦେଶପତ୍ରରେ କୁହାଯାଇଛି ଯେ, ଯେଉଁ ସ୍କୁଲ୍ଗୁଡ଼ିକ ୨୦୧୯ରେ ଶୂନ୍ୟ ବା ୫୦ ପ୍ରତିଶତଠୁ କମ୍ ପ୍ରଦର୍ଶନ କରିଛନ୍ତି, ସେହି ଅନୁଷ୍ଠାନଗୁଡ଼ିକର ପ୍ରଧାନଶିକ୍ଷକ ଏବଂ ଦଶମ ଶ୍ରେଣୀ ପାଠ ପଢ଼ାଉଥିବା ଶିକ୍ଷକଙ୍କ ଦରମା ବନ୍ଦ କରାଯାଉ। ଏହି ଅବିଳମ୍ବେ କାର୍ଯ୍ୟକାରୀ କରିବା ପାଇଁ ନିର୍ଦେଶ ଦିଆଯାଇଛି।
ସରକାର ୨୦୧୯ ଦଶମ ଶ୍ରେଣୀ ବୋର୍ଡ଼ ପରୀକ୍ଷାରେ ସ୍କୁଲ୍ ଗୁଡ଼ିକର ନୈରାଶ୍ୟଜନକ ପ୍ରଦର୍ଶନକୁ ନେଇ ଆପତ୍ତି ଉଠାଇଥିଲେ। ପ୍ରଧାନ ଶିକ୍ଷକ ଏବଂ ସମ୍ପୃକ୍ତ ଶ୍ରେଣୀର ଶିକ୍ଷକମାନେ ଆବଶ୍ୟକ ଅନୁସାରେ ପିଲାଙ୍କୁ ପାଠ ପଢ଼ାଉ ନଥିବା ନେଇ ହ୍ୟଦ୍ବୋଧ କରି ଦେମାନଙ୍କୁ ପ୍ରଥମେ କାରଣ ଦର୍ଶାଅ ନୋଟିସ୍ ଜାରି କରିଥିଲେ। କିନ୍ତୁ ସେହି କାରଣ ଦର୍ଶାଅ ନୋଟିସ୍ର ଜବାବରେ ଉପଯୁକ୍ତ ଉତ୍ତର ନପାଇବାରୁ ମଙ୍ଗଳବାରଦିନ ପ୍ରତି ଜିଲ୍ଲା ଶିକ୍ଷାଧିକାରୀଙ୍କୁ ଏନେଇ କାର୍ଯ୍ୟାନୁଷ୍ଠାନ ନେବାକୁ ଆଦେଶ ଦେଇଛନ୍ତି।
ଗୋଟିଏଥର ଏହି ଆଦେଶ ସଫଳତାର ସହ କାର୍ଯ୍ୟକାରୀ ହେଲେ ଆଗକୁ ଏହା ନିୟମିତ ହେବାର ଆଶଙ୍କା ରହିଛି। ଫଳରେ ତାହା ଶିକ୍ଷାନୁଷ୍ଠନେ ଓ ଶିକ୍ଷକଙ୍କ ଉତ୍ତର ଦାୟିତ୍ଵ ବୃଦ୍ଧି କରିବାରେ ସହାୟକ ହେବ ବୋଲି ଆଶା କରାଯାଇଛି।











