ଚାଷୀଙ୍କୁ ସହାୟତା ଦେବ ନଂ ୧୮୦୦୧୦୨୫୧୬୬

ଭୁବନେଶ୍ୱର(ଓଟି): କରୋନା ମହାମାରୀ ଆତଙ୍କ ପାଇଁ ସତର୍କତାମୂଳକ ସମସ୍ତ ପଦକ୍ଷେପ ନେଉଛନ୍ତି କେନ୍ଦ୍ର ଓ ରାଜ୍ୟ ସରକାର। ଏଥିପାଇଁ ଦେଶରେ ଲକ୍‌ଡାଉନ୍‌ ଜାରି ରହିଥିବାବେଳେ ଏଥିରେ ଚାଷୀମାନଙ୍କ ପାଇଁ କଟକଣା କୋହଳ କରିଛନ୍ତି ରାଜ୍ୟ ସରକାର। ଏଥିସହ କୃଷିକୁ ଗୁରୁତ୍ଵ ଦେବା ପୂର୍ବକ ଚାଷୀମାନଙ୍କ ସହାୟତା ପାଇଁ ଜାରି କରିଛନ୍ତି ‘ଆମ କୃଷି’ ନାମକ ଟୋଲ ଫି ନମ୍ବର। ଟୋଲ ଫି ନମ୍ବର ହେଉଛି ୧୮୦୦୧୦୨୫୧୬୬ ରେ କଲ୍‌ କରି ଚାଷୀମାନେ ଆବଶ୍ୟକ ସହାୟତା ପାଇପାରିବେ ବୋଲି କୁହାଯାଇଛି।

ସୂଚନା ଅନୁସାରେ କରୋନା ସମ୍ପର୍କିତ ସୂଚନା ଦେଇ ରାଜ୍ୟ ସରକାରଙ୍କ ମୁଖପାତ୍ର କହିଛନ୍ତି ଯେ ଚାଷୀଙ୍କ ପାଇଁ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ନେଇଛନ୍ତି। କୃଷି କାର୍ଯ୍ୟକୁ କଟକଣାମୁକ୍ତ କରିଛନ୍ତି। ଏଥିସହ କୃଷି ସାମଗ୍ରୀ ପରିବହନକୁ ମଧ୍ୟ ସୁବିଧା ଦିଆଯାଇଛି। ସେହିପରି ମୁଖପାତ୍ର କହିଛନ୍ତି ଯେ ରବି ଋତୁରେ ୨୬.୬୬ ଲକ୍ଷ ହେକ୍ଟର ଜମିରେ ଚାଷ ହୋଇଛି ଏବଂ ଇ-ସମୃଦ୍ଧି ଜରିଆରେ ଚାଷୀମାନେ ପଞ୍ଜୀକୃତ କରିବା ଫଳରେ ସର୍ବନିମ୍ନ ସହାୟତା ମୂଲ୍ୟର ଲାଭ ପାଇପାରିବେ।

ଏଥିସହ ମୁଖପାତ୍ର କହିଛନ୍ତି ଯେ:

  • ବାହାର ରାଜ୍ୟରେ ଓଡ଼ିଶାର ୭୭ ହଜାର ଅଟକି ରହିଛନ୍ତି।
  • ଶ୍ରମିକଙ୍କ ରହିବା ପାଇଁ ଶିବିରର ବ୍ୟବସ୍ଥା କରାଯାଇଛି।
  • ରାଜ୍ୟର ୩୦ଜିଲ୍ଲାରେ ୩୫ଟି କୋଭିଡ୍‌ ହସ୍ପିଟାଲ କରିବାକୁ ଲକ୍ଷ୍ୟ ରଖାଯାଇଛି।
  • ଓଡ଼ିଶାର ପଦକ୍ଷେପକୁ ଅନ୍ତର୍ଜାତୀୟ ସ୍ତରରେ ପ୍ରଶଂସା କରାଯାଇଛି।

Leave a Reply

Your email address will not be published. Required fields are marked *