ରାଜ୍ୟ ସରକାର ଦେବେ ଗ୍ରୀଷ୍ମକାଳୀନ ସହାୟତା
ଭୁବନେଶ୍ୱର(ଓଡ଼ିଶା ଟାଇମ୍): ରାଜ୍ୟ ସରକାରଙ୍କ ତରଫରୁ ହିତାଧିକାରୀଙ୍କୁ ଗ୍ରୀଷ୍ମକାଳୀନ ସହାୟତା ଦିଆଯିବ। ମଧୁବାବୁ ପେନସନ ଯୋଜନା ଏବଂ ଜାତୀୟ ସାମାଜିକ ଯୋଜନାରେ ସହାୟତା ପ୍ରଦାନ କରାଯିବ ବୋଲି ଜଣାପଡ଼ିଛି। ଏଥିରେ ୪୮ଲକ୍ଷ ହିତାଧିକାରୀ ଉପକୃତ ହେବେ।
ସୂଚନା ଅନୁସାରେ ସମସ୍ତଙ୍କୁ ଶହେ ଟଙ୍କା ଲେଖାଏଁ ସହାୟତା ଯୋଗାଇଦେବେ ସରକାର। ମେ ଶେଷ ସୁଦ୍ଧା ସମସ୍ତ ହିତାଧିକାରୀଙ୍କୁ ସହାୟତା ଦିଆଯିବାକୁ ନିଷ୍ପତ୍ତି ନିଆଯାଇଛି। ସେହିପରି କିନ୍ନରଙ୍କ ପାଇଁ କାମ କରୁଥିବା ୧୧ଟି ଅନୁଷ୍ଠାନକୁ ସହାୟତା ଯୋଗାଇ ଦିଆଯିବ। ସମ୍ପୃକ୍ତ ୧୧ଟି ଅନୁଷ୍ଠାନକୁ ୨କୋଟି ୫୦ଲକ୍ଷ ଟଙ୍କା ପ୍ରଦାନ କରାଯିବ। କିନ୍ନରମାନଙ୍କୁ ସଚେତନତା କରିବା ଏବଂ ସେମାନଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ କରିବା ଦିଗରେ ସମ୍ପୃକ୍ତ ଅନୁଷ୍ଠାନ ଗୁଡ଼ିକ କାମ କରିବେ। ଅନ୍ୟପକ୍ଷରେ ଷ୍ଟେଟ୍ କମିନସର ଫର୍ ପର୍ସନ୍ସ ୱିଥ୍ ଡିସଆବିଲିଟିସ୍ (ଏସସିପିଡି) ଅଧୀନରେ ରହିଛି ୧୦୩ଟି ସ୍ୱତନ୍ତ୍ର ବିଦ୍ୟାଳୟ ରହିଥିବାବେଳେ ସେଠାରେ ପଢ଼ୁଥିବା ପିଲାଙ୍କୁ ମାସିକ ୧୭୬୦ଟଙ୍କା ମିଳିବ। ଏହା ପୂର୍ବରୁ ପିଲାଙ୍କୁ ୧୨ଶହ ଟଙ୍କା ଦିଆଯାଉଥିଲା। ଏନେଇ ସାମାଜିକ ସୁରକ୍ଷା ମନ୍ତ୍ରୀ ଅଶୋକ ପଣ୍ଡା ସବିଶେଷ ସୂଚନା ଦେଇଛନ୍ତି।