‘କରୋନା’ ଦୁଃଖ: ପ୍ରବାସୀ ଓଡ଼ିଆଙ୍କ ପାଇଁ ନୋଡାଲ୍‌ ଅଫିସର୍

ଭୁବନେଶ୍ୱର (ଓଟି): କିଏ ଛାଡ଼ିଥିଲା ଭିଟାମାଟି ରୋଜଗାର ପାଇଁ। ସେହିପରି ଆଉକିଏ ଯାଇଥିଲା ଦାଦନ। ତେବେ ମହାମାରୀ କରୋନା ଦେଇଛି ଦାରୁଣ ଦୁଃଖ। ତେବେ ଏଥିପାଇଁ ଓଡ଼ିଶା ସରକାର ବେଶ୍‌ ତତ୍ପରତା ପ୍ରକାଶ କରିବା ସହ ସେମାନଙ୍କ ସୁରକ୍ଷା ପାଇଁ ନେଇଛନ୍ତି ପଦକ୍ଷେପ। ବିଭିନ୍ନ ରାଜ୍ୟରେ ଫସିରହିଥିବା ଓଡ଼ିଆଙ୍କ ପାଇଁ ନିଯୁକ୍ତ ହୋଇଛନ୍ତି ନୋଡାଲ୍‌ ଅଫିସର୍‌। ଫଳରେ ଓଡ଼ିଶା ବାହାରେ ରହୁଥିବା ସମସ୍ତ ଓଡ଼ିଆ ସମ୍ପୃକ୍ତ ଅଞ୍ଚଳ ପାଇଁ ନିଯୁକ୍ତ ନୋଡାଲ ଅଫିସରଙ୍କୁ ସିଧାସଳଖ ନିଜର ସମସ୍ୟା ଜଣାଇ ପାରିବେ।

ସୂଚନା ଅନୁସାରେ ଆଜି ରାଜ୍ୟ ସରକାର ଓଡ଼ିଶା ବାହାରେ ଥିବା ହଜାର ହଜାର ପ୍ରବାସୀ ଶ୍ରମିକଙ୍କ ପାଇଁ ଜଣେ ନୋଡାଲ ଅଫିସରଙ୍କୁ ଦାୟିତ୍ୱ ଦେଇଛନ୍ତି। ଆଇଏଏସ ଅଫିସରଙ୍କୁ ଏହି ଦାୟିତ୍ଵ ଦିଆଯାଇଛି।

ଜାଣନ୍ତୁ କୋଉ ରାଜ୍ୟ ଦାୟିତ୍ଵରେ କିଏ:

  • ତେଲେଙ୍ଗାନା   : ୟେଦୁଲା ବିଜୟ – ୦୬୭୪-୨୩୨୩୦୬୮
  • ଆନ୍ଦ୍ରପ୍ରଦେଶ   : ବି.ପରମେଶ୍ୱରନ – ୦୬୭୪-୨୩୯୩୨୭୫
  • ପଶ୍ଚିମବଙ୍ଗ   : ଏସ୍‌ବି ଜ୍ୟୋତି ଶର୍ମା -୦୬୭୪-୨୩୯୦୧୧୬
  • ଗୁଜୁରାଟ   : ଜେ. ନୀତିନ ଭାନୁଦାଶ – ୦୬୭୪-୨୫୪୩୪୬୧
  • ମହାରାଷ୍ଟ୍ର   : ରାଜେଶ ପି ପାଟିଲ -୦୬୭୪-୨୩୯୨୯୦୬
  • ତାମିଲନାଡୁ   : ଚିତ୍ରା ଅରୁମୁଗମ – ୦୬୭୪-୨୫୩୬୬୩୧
  • ବିହାର   : ସାଦିମ ଆଲାମ – ୦୬୭୪-୨୫୭୩୩୧୦
  • ଝାଡ଼ଖଣ୍ଡ   : ସାଦିକ ଆଲାମ – ୦୬୭୪-୨୫୭୩୩୧୦
  • କେରଳ   : ଏମ.ମୁଥୁକୁମାର – ୦୬୭୪-୨୩୯୫୫୩୨
  • ନୂଆଦିଲ୍ଲୀ : ସଞ୍ଜୀବ ମିଶ୍ର – ୦୬୭୪-୨୩୦୧୮୪୮୮
  • ଅନ୍ୟ ରାଜ୍ୟ: ଅମିତାଭ ଠାକୁର – ୦୬୭୪-୨୫୩୩୨୩୦

Leave a Reply

Your email address will not be published.