କୋଭିଡ୍-୧୯: ଲକ୍ଷଣ ଦେଖାଗଲେ ତୁରନ୍ତ କଲ୍ ନଂ ୧୦୪
ଭୁବନେଶ୍ଵର (ଓଟି): ଧୀରେଧୀରେ ରାଜ୍ୟରେ ମହାମାରୀ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬୦ରେ ପହଞ୍ଚି ଗଲାଣି। ସ୍ଥିତି ନିୟନ୍ତ୍ରାଣଧୀନ ରହିବା ସହ ରାଜ୍ୟ ସରକାର ସମସ୍ତ ତ୍ଵରିତ୍ ପଦକ୍ଷେପ ନେଉଥିଲେ ମଧ୍ୟ ଭୟ ସମ୍ପୂର୍ଣ୍ଣ ଟଳିନି। ତେଣୁ ଦେଶର ପ୍ରଥମ ରାଜ୍ୟ ଭାବେ ସରକାର ଲକ୍ଡାଉନ୍ ଅବଧିକୁ ବଢ଼ାଇ ଦେଇଥିଲେ। ଆଜି କେନ୍ଦ୍ର ସରକାର ମଧ୍ୟ ଲକ୍ଡାଉନ୍ର ଦ୍ଵିତୀୟ ପର୍ଯ୍ୟାୟ ଅବଧି ମେ ୩ ପର୍ଯ୍ୟନ୍ତ ବୃଦ୍ଧି ଘୋଷଣା କରିସାରିଛନ୍ତି। ତେବେ ଓଡ଼ିଶା ସରକାର ସ୍ଥିତିକୁ ଲକ୍ଷ୍ୟ କରି ଓ ଜନତାଙ୍କ ହିତ ସାଧାନ ଦୃଷ୍ଟରୁ କଠୋର ହେବାକୁ ବାଧ୍ୟ ହୋଇଛନ୍ତି। ଏଥିସହ ସାଧାରଣ ଜନତାଙ୍କୁ ନିୟମ ମାନିବାକୁ ନିବେଦନ କରିଛନ୍ତି। ଏହିକ୍ରମରେ ରାଜ୍ୟ ସରକାର ଆଜି ପୁଣି ଏକ ଅନୁରୋଧ କରିଛନ୍ତି। କରୋନା ଜନିତ କିଛଇ ବି ଲକ୍ଷଣ ଦେଖାଗଲେ ଆଦୌ ଭୟ ନକରି ତୁରନ୍ତ ୧୦୪ରେ ପଞ୍ଜୀକରଣ କରିବାକୁ ଅନୁରୋଧ କରିଛନ୍ତି।
ସୂଚନା ଅନୁସାରେ ସରକାର ଅଧିକ ମାତ୍ରାରେ ସାମ୍ପଲ ପରୀକ୍ଷା ଉପରେ ଗୁରୁତ୍ଵ ଦେଇଛନ୍ତି। ପୂର୍ବରୁ ଦୈନିକ ୨ ଶହରୁ ୩ ଶହ ସାମ୍ପଲ ପରୀକ୍ଷା କରାଯାଉଥିବା ବେଳେ ସୋମବାର ୫୬୪ଟି ସ୍ଵାବ୍ ଟେଷ୍ଟ କରାଯାଇଥିଲା। ତେବେ ଏହି ସଂଖ୍ୟାକୁ ୮ଶହକୁ ବଢ଼ାଇବାକୁ ଉଦ୍ୟମ କରାଯାଉଛି। ତେଣୁ କୋଭିଡ୍-୧୯ ତଥା କରୋନା ଲକ୍ଷଣ ଥିବା ଅନୁଭବ କଲେ ଯଥାଶୀଘ୍ର ୧୦୪କୁ ଫୋନ୍ କରି ନାଁ ପଞ୍ଜୀକରଣ କରିବାକୁ ସରକାର ସାନି ନିବେଦନ କରିଛନ୍ତି। ଅନ୍ୟଥା ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସରକାର ପ୍ରକାଶ କରିଛନ୍ତି।