ଗ୍ରୀନ୍ ଜୋନ୍ରେ ବସ୍ ଚାଲିବ
ଭୁବନେଶ୍ଵର, (ଓଡ଼ିଶା ଟାଇମ୍): ରାଜ୍ୟର ଗ୍ରୀନ୍ ଜୋନ୍ରେ ବସ୍ ଚାଲିବ। ଏଥିଲାଗି ସ୍ଵତନ୍ତ୍ର ରିଲିଫ୍ କମିଶନରଙ୍କ ପକ୍ଷରୁ ସଂଶୋଧନ ବିଜ୍ଞପ୍ତି ପ୍ରକାଶ କରାଯାଇଛି। ଗତକାଲି ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତିରେ ରାଜ୍ୟର କୌଣସି ଅଞ୍ଚଳରେ ବସ୍ ଚଳାଚଳକୁ ଅନୁମତି ଦିଆଯାଇ ନଥିଲା। ହେଲେ କେନ୍ଦ୍ର ସରକାରଙ୍କ ଗାଇଡ୍ଲାଇନ୍ ଅନୁସାରେ ଏହି ଅଞ୍ଚଳରେ ଆନ୍ତଃ ଜିଲ୍ଲା ଓ ଜିଲ୍ଲା ଭିତରେ ବସ୍ ଚଳାଚଳକୁ ଅନୁମତି ଦିଆଯାଇଥିଲା।
ସଂଶୋଧଡ଼ିତ ବିଜ୍ୟପ୍ତି ଅନୁସାରେ ରାଜ୍ୟର କୋଭିଡ୍-୧୯ ଗ୍ରୀନ ଜୋନ୍ ଗୁଡ଼ିକରେ ବସ୍ ଚଳାଚଳ କରିବ। ଉଭୟ ଜିଲ୍ଲା ଭିତରେ ଏବଂ ଜିଲ୍ଲା ବାହାରେ ଅନ୍ୟ ଜିଲ୍ଲାକୁ ମଧ୍ୟ ଏହି ବସ୍ ଚଳାଚଳ କରାଯାଇପାରିବ। ଏଥିଲାକି କିନ୍ତୁ କିଛି ସର୍ତ୍ତ ପାଳନ କରିବାକୁ ହେବ ବୋଲି ସ୍ଵତନ୍ତ୍ର ରିଲିଫ୍ କମିଶନର ପ୍ରଦୀପ କୁମାର ଜେନା କହିଛନ୍ତି।
ପ୍ରଥମତଃ ବସ୍ଗୁଡ଼ିକର ଆବଶ୍ୟକ ରୁଟ୍ ଅନୁମତି ଓ ଆବଶ୍ୟକ କାଗଜପତି ରହିଥିବା ଆବଶ୍ୟକ। ସେହିପରି ଯେଉଁ ବସ୍ ଗ୍ରୀନ୍ ଜୋନ୍ରେ ଚଳାଚଳ କରିବ ସେହି ବସ୍ କେବଳ ଗ୍ରୀନ୍ ଜୋନ୍ ଜିଲ୍ଲାରେ ହିଁ ଗତି କରିପାରିବ। କୌଣସି ପ୍ରକାରେ ଏହା ରେଡ୍ ବା ଅରେଞ୍ଜଜୋନ୍ ଭିତରେ ପ୍ରବେଣ କରି ପାରିବ ନାହିଁ।
ଦ୍ଵିତୀୟ ବସ୍ର କ୍ଷମତାଠାରୁ ୫୦ ପ୍ରତିଶତରୁ ଅଧିକ ଯାତ୍ରୀଙ୍କ ବସିବା ଲାଗି ଅନୁମତି ନାହିଁ।
ରାଜ୍ୟର ୧୬ ଜିଲ୍ଲାକୁ ସରକାରଙ୍କ ପକ୍ଷରୁ ଗ୍ରୀନ୍ ଜୋନ୍ ଭାବେ ଘୋଷଣା କରାଯାଇଛି। କେନ୍ଦ୍ର ସରକାରଙ୍କ ପକ୍ଷରୁ ପୂର୍ବରୁ ଏହି ସଂଖ୍ୟା ୨୧ ଥିଲା। ମେ’ ତିନି ତାରିଖ ନିର୍ଦେଶାବଳୀରେ ଯେଉଁ ଜିଲ୍ଲାଗୁଡ଼ିକ ସବୁଜ ଅଞ୍ଚଳ ବର୍ଗ ଭିତରେ ଆସୁଛନ୍ତି ସେଗୁଡ଼ିକ ହେଲା: ଅନୁଗୁଳ, ବରଗଡ଼, ବୌଦ୍ଧ, ସମ୍ବଲପୁର, ଗଜପତି, ଜଗତସିଂହପୁର, କନ୍ଧମାଳ, ମାଲକାନଗିରି, ମୟୁରଭଞ୍ଜ, ନବରଙ୍ଗପୁର, ନୟାଭଡ଼, ନୂଆପଡ଼ା, ରାୟଗଡ଼ା, ସୋନପୁର, କଟକ ଏବଂ ପୁରୀ। କେବଳ ଏହି ଜିଲ୍ଲା ଗୁଡ଼ିକ ଭିତରେହି ବସ୍ ଚଳାଚଳ କରିପାରିବ। କିନ୍ତୁ ଯଦି ପୁରୀରୁ କଟକ କୌଣସି ବସ୍ ଯିବାକୁ ଚାହିଁବ ତେବେ ଅନୁମତି ମିଳିବ ନାହିଁ। କାରଣ ପୁରୀରୁ କଟକ ଯିବାକୁ ହେବେ ସମ୍ପୃକ୍ତ ବସ୍କୁ ଭୁବନେଶ୍ଵର ଦେଇ ଯିବାକୁ ହେବ। ଭୁବନେଶ୍ଵର ରେଡ୍ ଜୋନ୍ ଅନ୍ତର୍ଗତ ହେଉଥିବାରୁ ଏହାକୁ ବାରଣ କରାଯାଇଛି।