ଓଡ଼ିଶାରେ ପରିସ୍ଥିତି ସାଂଘାତିକ: ଭୁବନେଶ୍ଵର ସମେତ ଭଦ୍ରକ, କଟକ ଓ ପୁରୀରେ କରୋନା ରୋଗୀ
ଭୁବନେଶ୍ଵର, (ଓଟି): ମାନବ ସମାଜ ପାଇଁ ଆତଙ୍କ ସୃଷ୍ଟି କରିଥିବା କରୋନା ଭୁତାଣୁ ସଂକ୍ରମିତ କୋଭିଡ୍୧୯ ରୋଗୀଙ୍କୁ ଖୋଜିବା ଲାଗି ଓଡ଼ିଶା ସରକାରଙ୍କ ପାଇଁ ଅଗ୍ନି ପରୀକ୍ଷାରେ ବେଳ ଆସି ପହଞ୍ଚିଛି। ସେଥିଲାଗି ପୁଲିସ ବଳ , ଟେକ୍ନୋଲୋଜି ଏବଂ ମେଡିକାଲ୍ ବଳର ମିଳିତ ସହଯୋଗରେ ଶୁକ୍ରବାରଠାରୁ ଆରମ୍ଭ ହୋଇଛି କରୋନା ବିରୁଦ୍ଧରେ ସବୁଠାରୁ ବଡ଼ ରଣ କୌଶଳ- କଣ୍ଟାକ୍ଟ ଟ୍ରେସିଂ ବା ସଂସ୍ପର୍ଶରେ ଆସିଥିବେ ବ୍ୟକ୍ତିଙ୍କୁ ଖୋଜା ଖୋଜି। ଯଦି ସରକାର ଏଥିରେ ସଫଳତା ପାଆନ୍ତି ତେବେ କରୋନା ପଜିଟିଭ୍ଙ୍କ ଉପରେ ନିୟନ୍ତ୍ରଣ ଆସିପାରେ ନହେଲେ ତାହା ରାଜ୍ୟରେ ପରିସ୍ଥିତିକୁ ସାଂଘାତିକ କରିପାରେ ବୋଲି ଆଶଙ୍କା ପ୍ରକାଶ ପାଇଛି । ଏକ୍ଷେତ୍ରରେ ଯଦି ଜନସାଧାରଣ ପୁଲିସକୁ ସହଯୋଗ କରନ୍ତି ତେବେ ରାଜ୍ୟ ଏକ ବିପଦରୁ ରକ୍ଷା ପାଇପାରେ। ଏଣୁ ପ୍ରଶାସନ ପକ୍ଷରୁ ଲୋକଙ୍କୁ ସ୍ଵତଃ ୧୦୪ ହେଲ୍ପଲାଇନ୍ ମାଧ୍ୟମରେ ଆବଶ୍ୟକ ସୂଚନା ପାଇଁ ଅନୁରୋଧ କରାଯାଇଛି।
ଅବଶ୍ୟ ସରକାରୀ ଭାବେ କରୋନାର ଓଡ଼ିଶାରେ କରୋନା ଭୁତାଣୁର ଗୋଷ୍ଠୀ ସଂକ୍ରମଣ ହୋଇଛି ବୋଲି କୁହାଯାଇ ନାହିଁ କିନ୍ତୁ ଯେଉଁ ପ୍ରକାରେ ଏହା ଲୋକଙ୍କଠୁ ଅନ୍ୟ ଲୋକଙ୍କୁ ବ୍ୟାପୁଛି ତାହା ଗୋଷ୍ଠୀ ସଂକ୍ରମଣ ଆଶଙ୍କାକୁ ଯଥେଷ୍ଟ ବଢ଼ାଇଛି। ଏବେ ପୁଲିସ ପାଖରେ ଦୁଇଟି ମୁଖ୍ୟ ସଂଯୋଗ ରହିଛଇ ତାହା ହେଲା ନିଜାମ୍ମୁଦ୍ଦିନରେ ଆୟୋଜିତ ମୁସ୍କୁଲିମ୍ ଧର୍ମସଭାକୁ ଯାଇଥିବା ବ୍ୟକ୍ତି ଏବଂ ଭୁବନେଶ୍ଵର ସୂର୍ଯ୍ୟନଗରରୁ ଠାବ ହୋଇଥିବା ପଞ୍ଚମ ପ୍ରଦୀପ୍ତ କୁମାର ଦଳ ବେହେରା। ପ୍ରଥମରେ ଏକ ଗୋଷ୍ଠୀ ଏବଂ ଦ୍ଵିତୀୟରେ ଜଣେ ବ୍ୟକ୍ତି ବିଶେଷ ଯେଉଁମାନେ ଓଡ଼ିଶାରେ କରୋନା ରୋଗୀଙ୍କ ସଂଖ୍ୟା ବଢ଼ାଇବାରେ ସହାୟକ ହୋଇଛନ୍ତି ସେମାନେ ଆଉ କିଛିଦିନ ପରେ ସୁପର ସ୍ପ୍ରେଡର ଆଖ୍ୟା ପାଇପାରନ୍ତି। କାରଣ ପ୍ରଥମ ଗୋଷ୍ଠୀ ଯେଉଁମାନେ ନିଜାମୁଦ୍ଦିନ ଯାଇଥିଲେ ସେମାନଙ୍କ ଭିତରୁ ଓଡ଼ିଶାରେ ୨୮ ଜଣଙ୍କ ଚିହ୍ନଟ କରାଯାଇଛି। ଏହି ୨୮ରୁ ୩ଜଣଙ୍କ ଦେହରେ କରୋନା ଭୁତାଣୁ ପଜିଟିଭ୍ ଲକ୍ଷ୍ୟ କରାଯାଇଛି। ପୁଣି ଏହି ତିନିଜଣଙ୍କ ଭିତରୁ କଟକ, ପୁରୀ ଏବଂ ଯାଜପୁରରେ ଜଣେ ଲେଖାଏଁ ବ୍ୟକ୍ତିଙ୍କ ଦେହରେ କରୋନା ଭୁତାଣୁ ଠାବ କରାଯାଇଛି।

ଏମାନଙ୍କ ପରିବାର ବ୍ୟକ୍ତି ଓ ଏମାନଙ୍କ ସଂସ୍ପର୍ଶରେ ଆସିଥିବା ବସ୍ତୁ, ସାମଗ୍ରୀ ତଥା ଲୋକ କରୋନା ବାହକ ହୋଇଥାଇପାରନ୍ତି। ଠିକ୍ ସେହିପରି ଭୁବନେଶ୍ଵର ସୂର୍ଯ୍ୟ ନଗରର ପ୍ରଦୀପ୍ତ ବିଶ୍ଵାଳଙ୍କ ପାଷଖର କୌଣସି ବିଦେଶ ବା ରାଜ୍ୟ ଗସ୍ତ ଇତିହାସ ନାହିଁ। ସେ କୌଣସି ସୂତ୍ରରୁ ସଂକ୍ରମିତ ହୋଇ ଅନ୍ୟ ସାତଜଣଙ୍କୁ ସଂକ୍ରମିତ କରିଥିବା ସ୍ପଷ୍ଟ ହୋଇଛି। ଏହାଦ୍ଵାରା ରାଜ୍ୟରେ କୋଭିଡ୍୧୯ ରୋଗୀଙ୍କ ସଂଖ୍ୟା ୨୦କୁ ବୃଦ୍ଧି ପାଇଛି। ଗୋଟିଏ ଦିନରେ ୧୫ଜଣ ରୋଗୀଙ୍କୁ ଚିହ୍ନଟ କରାଯାଇଛି।
ପ୍ରଦୀପ୍ତଙ୍କ ପତ୍ନୀ, ଝିଅ ଏଂବ ତାଙ୍କ ଘରେ ଭଡ଼ା ରହୁଥିବା ଲୋକ କରୋନା ଆକ୍ରାନ୍ତ। ଏମାନଙ୍କ ସହ ସେ ସାତଜଣଙ୍କୁ କରୋନା ଭୁତାଣୁ ପହଞ୍ଚାଇଥିବା ଜଣାପଡ଼ିଛି। ଏହି ସଂକ୍ରମଣକୁ ଯେତେଶୀଘ୍ର ଆମେ ଚିହ୍ନଟ କରିପାରିବା ସେତେ ଶୀଘ୍ର ସାରା ସହର ଓ ରାଜ୍ୟକୁ କରୋନା କବଳରୁ ରକ୍ଷା କରିବପାରିବା।
ଏହି ସଂଖ୍ୟା ଆଜି ପୁଣି ବଢ଼ିପାରେ। ରାଜ୍ୟ ସରକାର ତୁରନ୍ତ ଏହି ସଂକ୍ରମଣ ଶୃଙ୍ଖଳକୁ ଠାବ କରି ସମ୍ପୃକ୍ତ ଲୋକଙ୍କୁ କ୍ଵାରେଣ୍ଟାଇନ୍ରେ ନେବାକୁ ଉଦ୍ୟମ କରିଛନ୍ତି। ଏଥିଲାଗି ୪୮ ଘଣ୍ଟା ଲାଗି ଓଡ଼ିଶାର ତିନି ପ୍ରମୁଖ ସଂହର କଟକ, ଭୁବନେଶ୍ଵର ଏବଂ ଭଦ୍ରକରେ ଶଟ୍ଡାଉନ୍ ଘୋଷଣା କରାଯାଇଛି। ଲୋକଙ୍କୁ ଘରେ ରଖି ସଂକ୍ରମିତ ରୋଗୀଙ୍କ ସମ୍ପର୍କକୁ ଖୋଜିବା ତଥା ସିଏ ବିଗତ ଦିନମାନଙ୍କରେ କେଉଁଆଡ଼କୁ ଗସ୍ତ କରିଥିଲେ, କେଉଁ ଲୋକଙ୍କ ସହ ମିଶିଥିଲେ ତାହାକୁ ଠାବ କରିବା ଉଦ୍ୟମ ଆରମ୍ଭ କରିଛି। ଟେକ୍ନୋଲୋଜି ବ୍ୟବହାର ଏଥିଲାଗି କରିବ। କିନ୍ତୁ କେତେ ସଫଳ ହେବ ତାହା କହିବା ସୁସ୍କିଲ୍। କାରଣ କରୋନା ସଂକ୍ରମଣର ଏହା ଏକ କଠୋର ସମୟ ବୋଲି ଆମକୁ ବୁଝିବାକୁ ହେବ।
ପୁଣି ଏହି ଶଟ୍ଡାଉନ୍ରେ ପୁରୀ ସହରକୁ ସାମିଲ୍ କରାଯାଇ ନାହିଁ, ଯଦିଓ ପୁରୀରେ ଜଣେ କରୋନା ରୋଗୀଙ୍କୁ ଚିହ୍ନଟ କରାଯାଇଛି ଏବଂ ପୁରୀର ଜନସଂଖ୍ୟା ସାନ୍ଧ୍ରତା ଓଡ଼ିଶାରେ ଅନ୍ୟ ସମସ୍ତ ସହର ତୁଳନା ଅଧିକ ଏଠାରେ ମଧ୍ୟ ସଂକ୍ରମଣର ଭୟାବହତା ରହିଛି।