ସରକାରଙ୍କ ବାତ୍ୟା ମୁକାବିଲା ଚିନ୍ତା: ସବୁ ଜିଲ୍ଲାପାଳଙ୍କୁ ସତର୍କ ନିର୍ଦେଶ
ଭୁବନେଶ୍ଵର, (ଓଟି): ଆଣ୍ଡାମାନ ସାଗରରେ ସୃଷ୍ଟ ଲଘୁଚାପ କ୍ରମଶଃ ଘନୀଭୂତ ହୋଇ ବାତ୍ୟା ସହ ଓଡ଼ିଶା ମୁହାଁ ହେବା ଆଶଙ୍କା ଥିବାରୁ ପରିସ୍ଥିତିର ମୁକାବିଲା ପାଇଁ ସରକାର ପ୍ରସ୍ତୁତ ହୋଇଛନ୍ତି। ସ୍ଵତନ୍ତ୍ର ରିଲିଫ କମିସନର ପ୍ରଦୀପ କୁମାର ଜେନା କହିଛନ୍ତି, ‘ଏବେଠୁ #ବାତ୍ୟାକୁ ନେଇ ଅଯଥା ଭୟଭୀତ ହେବାର ଆବଶ୍ୟକ ନାହିଁ। ଏହା ଓଡ଼ିଶା ଉପକୂଳ ନ ଛୁଇଁପାରେ’।
ଆଗାମୀ ୮ ତାରିଖରୁ ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି। ଏଣୁ ଆମେ ରାଜ୍ୟ ସରକାର ବର୍ଷା ଉପରେ ଗୁରୁତ୍ଵ ଦେଉଛନ୍ତି , କାରଣ ବାତ୍ୟାର ରୂପରେଖ ଏ ଯାଏ ସ୍ପଷ୍ଟ ହୋଇନାହିଁ, ୨୪ ଘଣ୍ଟାରେ ବାତ୍ୟା ରୂପ ନେଇପାରେ ବୋଲି ସେ କହିଛନ୍ତି।
ଏଥିଲାଗି ଓଡ଼ିଶାର୧୫ ଜିଲ୍ଲାକୁ ସତର୍କ ରହିବା ପାଇଁ ଜିଲ୍ଲା ପ୍ରଶାସନ ସ୍ଵତନ୍ତ୍ର ରିଲିଫ କମିସନର ନିର୍ଦେଶ ଦେଇଛନ୍ତି। ଏହି ଜିଲ୍ଲାଗୁଡ଼ିକ ହେଲା: ବାଲେଶ୍ଵର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ଗଞ୍ଜାମ, ପୁରୀ, ଗଜପତି, କୋରାପୁଟ, ରାୟଗଡ଼ା, ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ବୌଦ୍ଧ, ନୂଆପଡ଼ା ଓ ମାଲକାନଗିରି। ସମ୍ଭାବ୍ୟ ବାତ୍ୟା ଓ ବର୍ଷାକୁ ଦୃଷ୍ଟିରେ ରଖି ସତର୍କ ରହିବାକୁ ନିର୍ଦେଶ ଦେଇଛନ୍ତି ସ୍ବତନ୍ତ୍ର ରିଲିଫ କମିସନର। ବନ୍ୟା ଓ ଜଳ ନିଷ୍କାସନ ପାଇଁ ମୁକାବିଲା ପାଇଁ ପ୍ରସ୍ତୁତ ରହିବାକୁ ଚିଠି ମାଧ୍ୟମରେ କୁହାଯାଇଛି।