୧୮ରୁ ଖରା ଛୁଟି

ଭୁବନେଶ୍ଵର, (ଓଟି): ବଢ଼ୁଥିବା ରୌଦ୍ରତାପକୁ ଆଖିରେ ରଖି ରାଜ୍ୟ ସରକାର ଆଗୁଆ ଖରାଛୁଟି ଘୋଷଣା କରିଛନ୍ତି। ଏହିକ୍ରମରେ ୧୮ ତାରିଖରୁ ସମସ୍ତସ୍କୁଲ୍‌ କଲେଜ୍‌, ଶିକ୍ଷାନୁଷ୍ଠାନ ବନ୍ଦ ରହିବ। ଏ ବାବଦରେ ସ୍ଵତନ୍ତ୍ର ରିଲିଫ୍‌ କମିଶନର ବିଷ୍ଣୁପଦ ସେଠୀ ସୂଚନା ଦେଇଛନ୍ତି।

ଏବେ ରାଜ୍ୟର ବିଭିନ୍ନ ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀ ଟପିଛି। ଅନେକ ସ୍ଥାନରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ରାଜଧାନୀର ତାପମାତ୍ରା ଆଜି ୪୧ ଡିଗ୍ରୀ ରହିଛି। ଏହି ଗ୍ରୀଷ୍ମ ତାପ ବିପତ୍ତିରୁ ରକ୍ଷା ପାଇବା ଲାଗି ଏହିପରି ନିଷ୍ପତ୍ତି ନିଆଯାଇଛି।

ପୂର୍ବରୁ ମେ ମାସ ୧ ତାରିଖରୁ ସାଧାରଣତଃ ଖରାଛୁଟି ହୋଇଥାଏ। ଏବେ ତାହାକୁ ୧୨ ଦିନ ପୂର୍ବରୁ ଲାଗୁ କରାଯାଇଛି ।

ଗ୍ରୀଷ୍ମ ପ୍ରବାହକୁ ଆଖରେ ରଖି ଏପ୍ରିଲ୍‌ ୬ ତାରିଖରୁ ସ୍କୁଲ୍‌ଗୁଡ଼ିକୁ ସକାଳୁଆ କରାଯାଇଛି। ଦିନ ୧୧ଟା ସୁଦ୍ଧା ସମସ୍ତ ସ୍କୁଲ୍‌ ଶେଷ କରିବାକୁ ନିର୍ଦେଶ ଦିଆଯାଇଥିଲା।

Leave a Reply

Your email address will not be published. Required fields are marked *