ରାଜ୍ୟ କର୍ମଚାରୀଙ୍କ ୫% ମହଙ୍ଗାଭତ୍ତା ବୃଦ୍ଧି, ସାଢ଼େତିନିଲକ୍ଷ କର୍ମଚାରୀ ହେବେ ଉପକୃତ
ଭୁବନେଶ୍ଵର, (ଓଟି): ରାଜ୍ୟ ସରକାରୀ କର୍ମଚାରୀଙ୍କ ମହଙ୍ଗାଭତ୍ତା ବୃଦ୍ଧି ପାଇଛି। ବିଧାନସଭା ବଜେଟ୍ ଅଧିବେଶନ ଆରମ୍ଭ ହେବାର କିଛଇସମୟ ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଘୋଷଣା କରିଛନ୍ତି। ଏହି ଘୋଷଣଶ ଅନୁସାରେ ଜାନୁୟାରୀ ୧ ତାରିଖରୁ ପିଛିଲା ଭାବେ କର୍ମଚାରୀଙ୍କ ମହଙ୍ଗାଭତ୍ତାରେ ୫ ପ୍ରତିଶତ ଅଭିବୃଦ୍ଧି ହେବ। ଉଭୟ କାର୍ଯ୍ୟରତ କର୍ମଚାରୀ ଓ ଅବସରପ୍ରାପ୍ତ କର୍ମଚାରୀଙ୍କ କ୍ଷେତ୍ରରେ ଏହା ଲାଗୁ ହେବ।
ଗୁରୁବାରଦିନ ରାଜ୍ୟ ସରକାର କର୍ମଚାରୀଙ୍କ ଦରମାରେ ସପ୍ତମ ବେତନ କମିଶନଙ୍କ ସୁପାରିସି ଅନୁସାରେ ୧୦ ପ୍ରତିଶତ ବକେୟା ରାଶି ପ୍ରଦାନ ଘୋଷଣା କରିଥିଲେ। ଜାନୁୟାରୀ ୧ ୨୦୧୬ରୁ ୩୧ ଅଗଷ୍ଟ ୨୦୧୭ ଭିତରେ ୧୦ ପ୍ରତିଶତ ଅଧିକ ମହଙ୍ଗାଭତ୍ତା ପ୍ରଦାନ ପାଇଁ ସରକାର ଘୋଷଣା କରିଥିଲେ।
ସରକାରଙ୍କ ଏହି ଘୋଷଣା ଦ୍ଵାରା ସାଢ଼େ ତିନିଲକ୍ଷ ସରକାରୀ କର୍ମଚାରୀଙ୍କ ଖୁସିର କାରଣ ହୋଇଛି। ଏହା ପୂର୍ବରୁ କେନ୍ଦ୍ର ସରକାର ଜୁଲାଇ ମାସରେ କେନ୍ଦ୍ର ସରକାରଙ୍କ କର୍ମଚାରୀଙ୍କ ଲାଗି ଅତିରିକ୍ତ ୫ ପଅତିଶତ ମହଙ୍ଗାଭତ୍ତା ଘୋଷଣା କରିଥିଲେ।