କୋଭିଡ୍‌୧୯: ମୁଖ୍ୟମନ୍ତ୍ରୀଙ୍କ ୨୨୦୦ କୋଟି ଟଙ୍କାର ସାମାଜିକ ସହାୟତା ପ୍ୟାକେଜ୍‌

ଭୁବନେଶ୍ଵର, (ଓଟି): କୋଭିଡ୍‌-୧୯ କରୋନା ବିପର୍ଯ୍ୟୟକୁ ମୁକାବିଲା ତଥା ଗରିବ ଲୋକଙ୍କ ସାମାଜିକ ସୁରକ୍ଷା ଲାଗି ଇଓଡ଼ିଶା ସରକାର ଏକ ୨୨୦୦ କୋଟି ଟଙ୍କାର ସ୍ଵତନ୍ତ୍ର ପ୍ୟାକେଜ୍‌ ଘୋଷଣା କରିଛନ୍ତି। ଖାଦ୍ୟ ସୁରକ୍ଷା ଯୋଜାରେ ଅନ୍ତର୍ଭୁକ୍ତ ସମସ୍ତ ହିତାଧିକାରୀଙ୍କ ଲାଗି ସରକାର ୩ ମାସର ରାସନ୍‌ ଆଗୁଆ ଘୋଷଣା କରିବା ସହ ଏହି ଯୋଜନାରେ ଅନ୍ତର୍ଭୁକ୍ତ ୯୪ ଲକ୍ଷ ପରିବାରଙ୍କୁ ମାସିକ ଏକ ହଜାର ଟଙ୍କା ଲେଖାଏଁ ତିନିମାସ ସହାୟତା ଦେବାଲାଗି ଘୋଷଣା କରିଛନ୍ତି। ଏଥିଲାଗି ୯୪୦ କୋଟି ଟଙ୍କେ ଖର୍ଚ ହେବ ବୋଲି ସରକାର ଆକଳନ କରିଛନ୍ତି।

ସାମାଜିକ ସୁରକ୍ଷା ଯୋଜରେ ଅନ୍ତର୍ଭୁକ୍ତ ୪୮ ଲକ୍ଷ ହିତାଧିକାରୀଙ୍କୁ ୪ ମାସର ଆଗୁଆ ଭତ୍ତା ଦିଆଯିବ। ଏଥିଲାଗି ୯୩୨ କୋଟଇ ଟଙ୍ଖା ଖର୍ଚ ହେବ ବୋଲି ସରକାର ଘୋଷଣା କରିଛନ୍ତି।

୨୨ ଲକ୍ଷ ନିର୍ମାଣ ଶ୍ରମିକଙ୍କୁ ୧୫ଶହ ଟଙ୍କା ଲେଖାଏଁ ସହାୟତା ସରକାର ଘୋଷଣା କରିଛନ୍ତି। ଏଥିରେ ୩୩୦ କୋଟି ଟଙ୍କା ଖର୍ଚ ହେବ ବୋଲି ରାଜ୍ୟ ସରକାର ଆକଳନ କରିଛନ୍ତି।

ରାଜ୍ୟରେ ୨୩ ତାରିଖଠାରୁ ଲକ୍‌ଡାଉନ୍‌ ଜାରି ରହିଛି। ଏଣୁ ସରକାର ଲୋକଙ୍କୁ ବାହାରକୁ ନଯାଇ ଏହି ମହାମାରୀ ବ୍ୟାପିବାରେ ପ୍ରତିବନ୍ଧକ ହେବା ପାଇଁ ସମସ୍ତ ନାଗରିକଙ୍କୁ ଅନୁରୋଧ କରିଛନ୍ତି।

Leave a Reply

Your email address will not be published.