#Corona Update: ରାଜ୍ୟରେ ୧୦୦ ଛୁଇଁଲା କରୋନା ସଂକ୍ରମିତଙ୍କ ସଂଖ୍ୟା, ଆଜି ଯାଜପୁରରେ ୬ ଚିହ୍ନଟ
ଭୁବନେଶ୍ଵର, (ଓଡ଼ିଶା ଟାଇମ୍): ଯାଜପୁର ଜିଲ୍ଲାରେ ଆଜି ୬ଜଣ କରୋନା ପଜିଟିଭ୍ଙ୍କୁ ଚିହ୍ନଟ କରାଯାଇଛି। ଏହାଫଳରେ ରାଜ୍ୟରେ କରୋନା ଚିହ୍ନିତ ରୋଗୀଙ୍କ ସମୁଦାୟ ସଂଖ୍ୟା ୧୦୦ରେ ପହଞ୍ଚିଛି। ଏଥିରୁ ୬୫ଜଣଙ୍କ ଶରୀରରେ କରୋନା ଭୁତାଣୁ ଏବେ ସକଅିୟ ଥିବାରୁ ସେମାନେ ରାଜ୍ୟର ବିଭିନ୍ନ କୋଭିଡ୍ ହସ୍ପିଟାଲ୍ରେ ଚିକିତ୍ସିତ ହେଉଛନ୍ତି। କୋଭିଡ୍ ଆକ୍ରାନ୍ତରେ ଜଣଙ୍କ ମୃତ୍ୟୁ ହୋଇଛି। ୩୪ଜଣ ଏ ଭିତରେ ସୁସ୍ଥ ହୋଇଥିବା ବେଳେ ସେହି ସୁସ୍ଥଙ୍କ ମଧ୍ୟରୁ ଜଣଙ୍କ କ୍ୟାନ୍ସର ହେତୁ ମୃତ୍ୟୁ ଘଟିଥିବା ରାଜ୍ୟ ସରକାରଙ୍କ ପକ୍ଷରୁ କୁହାଯାଇଛି।
ସଦ୍ୟ ମିଳିଥିବା ଖବର ଅନୁସାରେ ରାଜ୍ୟରେ ୨୦ ହଜାର ୫୯୯ଟି ସ୍ଵାବ୍ ନମୁନା ପରୀକ୍ଷଣ କରାଯାଇଛି। ଆଜି ହୋଇଥିବା ପରୀକ୍ଷଣରେ ଯାଜପୁର ଜିଲ୍ଲାର ନମୁନାରେ ୬ଜଣଙ୍କ ପାଖରେ କରୋନା ଭୁତାଣୁ ପଜିଟିଭ୍ ସ୍ପଷ୍ଟ କରାଯାଇଛି। ଏମାନଙ୍କ ଭିତରୁ ଯାଜପୁର ଜିଲ୍ଲା ଦଶରଥପୁର କଟିକଟା ଗ୍ରାମର କଟିକଟା ଗାଁର ୪ ଜଣ ପୁରୁଷ ଥିବା ବେଳେ ମହାନ୍ତିପାଟଣାର ଜଣେ ଏବଂ ବିରଜାପୁରର ଜଣେ ପୁରୁଷ ଆକ୍ରାନ୍ତ ବୋଲି କୁହାଯାଇଛି। ଏମାନେ ସମସ୍ତେ କୋଲକତା ଫେରନ୍ତା ବୋଲି କୁହାଯାଇଛି।
ଅସେନ୍ତୁ ନଜର ପକାଇବା ରାଜ୍ୟରେ କରୋନା ସ୍ଥିତି ଉପରେ । ଏହି ତଥ୍ୟ ରାତି୧୧ ଟା, ୨୫ଏପ୍ରିଲ୍୨୦୨୦ ସୁଦ୍ଧା ସ୍ଵସ୍ଥେ୍ୟ ବିଭାଗର ଓ୍ବେବ୍ସାଇଟ୍କୁ ଆଧାର କରି ପ୍ରସ୍ତୁତ କରାଯାଇଛି।
ଜିଲ୍ଲା | ୨୫ ଏପ୍ରିଲ୍ ସ୍ଥିତି | ସୁସ୍ଥ | ଆକ୍ରାନ୍ତ |
ଖୋର୍ଦ୍ଧା | ୪୬ | ୨୨ | ୨୩ |
ବାଲେଶ୍ଵର | ୧୦ | ୦ | ୧୦ |
ଭଦ୍ରକ | ୧୬ | ୨ | ୧୪ |
ଯାଜପୁର | ୧୮ | ୧ | ୧୭ |
ସୁନ୍ଦରଗଡ଼ | ୩ | ୨ | ୧ |
କେନ୍ଦ୍ରାପଡ଼ା | ୨ | ୧ | ୧ |
କଳାହାଣ୍ଡି | ୨ | ୨ | ୦ |
ପୁରୀ | ୧ | ୧ | ୦ |
କଟକ | ୧ | ୧ | ୦ |
ଢେଙ୍କାନାଳ | ୧ | ୧ | ୦ |
ସମୁଦାୟ | ୧୦୦ | ୩୪ | ୬୫ |
- ଜଣଙ୍କ ମୃତ୍ୟୁ ହୋଇଛି। ସେ ଭୁବନେଶ୍ଵରର ଏମ୍ସରେ ତାଙ୍କର ମୃତ୍ୟୁ ହୋଇଥିଲା। ତାଙ୍କ ଘର ଝାରପଡ଼ା ଅଞ୍ଚଳର
ଅଧିକ ଖବର