#Corona Update: ଭୁବନେଶ୍ଵରରେ ଆଉଜଣଙ୍କ ମୃତ୍ୟୁ, କଟକକୁ ଫେରିଲା କରୋନା, ସମୁଦାୟ ସଂଖ୍ୟା ୧୭୭
ଭୁବନେଶ୍ଵର, (ଓଡ଼ିଶା ଟାଇମ୍): ରାଜ୍ୟରେ ଆଉ ଜଣଙ୍କ କରୋନା ଭୁତାଣୁ ଆକ୍ରମଣ ଜନିତ ମୃତ୍ୟୁ ହୋଇଛି। ଏହା ପୂର୍ବରୁ ଜଣଙ୍କ ମୃତ୍ୟୁ ହୋଇଥିଲା। ଏହି ଦୁଇଜଣ ପୁରୁଷ ଏବଂ ସେମାନଙ୍କ ବୟସ ୭୦ ବର୍ଷରୁ ଅଧିକ ବୋଲି ଜଣାପଡ଼ିଛି। ଉଭୟଙ୍କ ଘର ଭୁବନେଶ୍ଵର ଅଞ୍ଚଳରେ। ଏହା ପୂର୍ବରୁ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିଲା। ସେ ମୃତ୍ୟୁ ପୂର୍ବରୁ କରୋନାରୁ ମୁକ୍ତ ହୋଇଥିଲେ। ଭୁବନେଶ୍ଵରରେ ଏବେ କରୋନା ଆକାନ୍ତଙ୍କ ସଂଖ୍ୟା ୧୫ ରହିଛି। ଗଲା ଦୁଇଦିନ ହେଲା କେହି ସୁସ୍ଥ ହୋଇ ଘରକୁ ଫେରି ନାହାନ୍ତି।
ସ୍ଵାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି ଯେ, ମଙ୍ଗଳବାର ମୃତ୍ୟୁ ଘଟିଥିବା ବ୍ୟକ୍ତି ମଧୁସୂଦନନଗର ବାସିନ୍ଦା। ତାଙ୍କ ବୟସ ୭୭ ବର୍ଷ। ସେ କରୋନା ଭୁତାଣୁ ସହ ଅନ୍ୟ ରୋଗରେ ପୀଡ଼ିତ ଥିଲେ।
ଆଉ ଏକ ଗୁରୁତ୍ଵପୂଣ୍ଣ ଘଟଣା କ୍ରମେ କଟକ ଜିଲ୍ଲାକୁ ପୁଣି କରୋନା ଫେରିଛି। ସେ ଜଣେ ୩୪ ବର୍ଷୀୟ ଯୁବକ ଏବଂ ତାଙ୍କ ଘର କଟକ ତିଗିରିଆ ଅଞ୍ଚଳରେ ବୋଲି ସୂଚନା ଓ ଲୋକସମ୍ପର୍କ ବିଭାଗ ସ୍ପଷ୍ଟ କରିଛି। ସେ ନିକଟରେ କୋଲକତାରୁ ଫେରିଥିଲେ।
ସେହିପରି ଗଲା ୨୪ ଘଣ୍ଟା ଭିତରେ ରାଜ୍ୟରେ ୭ଜଣ ନୂଆ ରୋଗୀଙ୍କ ଦେହରେ କରୋନା ଭୁତାଣୁ ଚିହ୍ନଟ କରାଯାଇଛି। ବେଳେ ବାଳେଶ୍ଵରରେ ୩ ଜଣ, ସୁନ୍ଦରଗଡ଼, କଟକ, ଗଞ୍ଜାମ ଏବଂ ଯାଜପୁର ଜିଲ୍ଲାରୁ ଜଣେ ଲେଖାଏ ରହିଛନ୍ତି।
ବାଲେଶ୍ଵରରୁ ଚିହ୍ନିତ କରୋନା ରୋଗୀ ମାନଙ୍କ ଭିତରେ ଜଣେ ୫୦୦ ବର୍ଷୀୟ ମହିଳାଙ୍କ ସମେତ ଜଣେ ୨୬ ବର୍ଷୀୟ ପୁରୁଷ ରହିଛନ୍ତି। ଏମାନେ ସମସ୍ତେ ପଶ୍ଚିମବଙ୍ଗ ଫେରନ୍ତା। ଆଉଜଣେ ୪୦ ବର୍ଷୀୟ ମହିଳାଙ୍କ ପାଖରେ କରୋନା ଭୁତାଣୁ ଚିହ୍ନଟ କରାଯାଇଛି। ତାଙ୍କ ସମ୍ପର୍କରେ ଅଧିକ ତଥ୍ୟ ସଂଗ୍ରହ କରାଯାଉଥିବା ସୂଚନା ମିଳିଛି।
ଗଞ୍ଜାମ ଜିଲ୍ଲାର ନବ ଚିହ୍ନିତ କରୋନା ରୋଗୀ ସୁରାଟ୍ ଫେରନ୍ତା। ତାଙ୍କ ବୟସ ୧୮ ବର୍ଷ। ସେ ଫେରିବା ପରେ କ୍ଵାରେଣ୍ଟୀନ୍ରେ ଥିଲେ। ରାଉରକେଲାରୁ ଗତକାଲି ଚିହ୍ନିତ କରୋନା ରୋଗୀ ମଧ୍ୟ କୋଲକତାରୁ ଫେରିଥିଲେ। ସେ ଜଣେ ୪୯ ବର୍ଷ ପୁରୁଷ। ଏବଂ ତାଙ୍କୁ କୋଲକତାରୁ ଫେରୁବା ପରେ ସରକାରୀ କ୍ଵାରେଣ୍ଟୀନ୍ରେ ରଖାଯାଇଥିଲା।
ଏବେ ନଜର ପକାନ୍ତୁ ରାଜ୍ୟରେ କରୋନା ସ୍ଥିତି ଉପରେ। ସ୍ଵାସ୍ଥ୍ୟ ବିଭାଗଦ୍ଵାରା ସକାଳ 7 ଟା, ୦୬ମେ’ ୨୦୨୦ ସୁଦ୍ଧା ଜାରି ସୂଚନା ଆଧାରରେ ଏହି ସାରଣୀ ପ୍ରସ୍ତୁତ।
ଜିଲ୍ଲା | ସମୁଦାୟ ପଜିଟିଭ୍ | ସୁସ୍ଥ | ଆକ୍ରାନ୍ତ | |||
୫ ମେ’ | ୬ ମେ’ | ୫ ମେ’ | ୬ ମେ’ | ୫ ମେ’ | ୬ ମେ’ | |
ଖୋର୍ଦ୍ଧା | ୪୭ | ୪୭ | ୩୧ | ୩୧ | ୧୫ | ୧୪ |
ଯାଜପୁର | ୫୨ | ୫୩ | ୦୧ | ୦୧ | ୫୧ | ୫୨ |
ବାଲେଶ୍ଵର | ୨୧ | ୨୪ | ୦୪ | ୦୪ | ୧୭ | ୨୦ |
ଭଦ୍ରକ | ୨୧ | ୨୧ | ୦୯ | ୦୯ | ୦୯ | ୦୯ |
ସୁନ୍ଦରଗଡ଼ | ୧୧ | ୧୨ | ୦୫ | ୦୫ | ୦୬ | ୦୭ |
କେନ୍ଦ୍ରାପଡ଼ା | ୦୨ | ୦୨ | ୦୨ | ୦୨ | ୦୦ | ୦୦ |
କଳାହାଣ୍ଡି | ୦୨ | ୦୨ | ୦୨ | ୦୨ | ୦୦ | ୦୦ |
ପୁରୀ | ୦୧ | ୦୧ | ୦୧ | ୦୧ | ୦୦ | ୦୦ |
କଟକ | ୦୧ | ୦୨ | ୦୧ | ୦୧ | ୦୦ | ୦୧ |
ଢେଙ୍କାନାଳ | ୦୧ | ୦୧ | ୦୧ | ୦୧ | ୦୦ | ୦୦ |
କୋରାପୁଟ | ୦୧ | ୦୧ | ୦୦ | ୦୦ | ୦୧ | ୦୧ |
ଝାରସୁଗୁଡ଼ା | ୦୨ | ୦୨ | ୦୦ | ୦୦ | ୦୨ | ୦୨ |
ଦେବଗଡ଼ | ୦୧ | ୦୧ | ୦୦ | ୦୦ | ୦୧ | ୦୧ |
କେନ୍ଦୁଝର | ୦୨ | ୦୨ | ୦୦ | ୦୦ | ୦୨ | ୦୨ |
ବଲାଙ୍ଗୀର | ୦୨ | ୦୨ | ୦୦ | ୦୦ | ୦୨ | ୦୨ |
ଗଞ୍ଜାମ | ୦୩ | ୦୪ | ୦୦ | ୦୦ | ୦୩ | ୦୪ |
ସମୁଦାୟ | ୧୭୦ | ୧୭୭ | ୬୦ | ୬୦ | ୧୦୯ | ୧୧୫ |