ସରପଞ୍ଚଙ୍କ ସହ କଥାହେବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର(ଓଟି): ରାଜ୍ୟର ସରପଞ୍ଚମାନଙ୍କ ସହ ବୁଧବାର କଥା ହେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଭିଡିଓ କନ୍‌ଫରେନ୍ସିଂରେ ସରପଞ୍ଚମାନଙ୍କ ସହ ଗୁରୁତ୍ଵପୂର୍ଣ୍ଣ ବିଷୟରେ ଆଲୋଚନା କରିବା ସହ ଆବଶ୍ୟକ ପରାମର୍ଶ ଦେବେ ବୋଲି ଜଣାପଡ଼ିଛି। ପଞ୍ଚାୟତସ୍ତରରେ କରୋନା ମୁକାବିଲାକୁ ଅଧିକ କ୍ରିୟାଶୀଳ କରିବାକୁ ଏଥିରେ ଗୁରୁତ୍ଵ ଦିଆଯିବ।

ଅନ୍ୟପକ୍ଷରେ କରୋନା ଲଢ଼େଇରେ ସମ୍ପୃକ୍ତ ଯୋଦ୍ଧାଙ୍କର କାର୍ଯ୍ୟକ୍ଷେତ୍ରରେ ଥାଇ ମୃତ୍ୟୁ ହେଲେ ତାଙ୍କୁ ସହିଦ ମାନ୍ୟତା ଦିଆଯିବ। ଯେଉଁ ସ୍ୱାସ୍ଥ୍ୟକର୍ମୀ ମହାମାରୀ କରୋନା ସଂକ୍ରମଣ ଭଳି ବିପଦ ବେଳେ ଅସାଧାରଣ ସାହସ ଦେଖାଉଛନ୍ତି ସେମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀ ବଡ଼ ଘୋଷଣା କରିଛନ୍ତି। କରୋନା ଯୁଦ୍ଧରେ ସ୍ୱାସ୍ଥ୍ୟକର୍ମୀଙ୍କ ନିଧନ ଘଟିଲେ ତାଙ୍କ ପରିବାରକୁ ୫୦ଲକ୍ଷ ଟଙ୍କ ସହୟତା ଦିଆଯିବ ବୋଲି କହିଛନ୍ତି। ଏହାସହ ତାଙ୍କର ଅବସର ସମୟ ପର୍ଯ୍ୟନ୍ତ ସେ ପାଇବାକୁ ଥିବା ଦରମା ମଧ୍ୟ ନିକଟ ଆତ୍ମୀୟ ପାଇବେ। ଭିଡିଓ ବାର୍ତ୍ତାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହା ପ୍ରକାଶ କରିଛନ୍ତି। ଏଥିସହ ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀଙ୍କ ଉପରେ ଆକ୍ରମଣକାରୀଙ୍କ ବିରୋଧରେ କଡ଼ା ଦଣ୍ଡ ପାଇଁ ଆଇନ୍‌ (NSA) ଲାଗୁ ହେବ ବୋଲି ଜଣାପଡ଼ିଛି।

Leave a Reply

Your email address will not be published. Required fields are marked *