ଫୋନି କ୍ଷତିଗ୍ରସ୍ତଙ୍କ ପାଇଁ ୫ ଲକ୍ଷ ପ୍ରଧାନମନ୍ତ୍ରୀ ଆବାସ ଦାବିକଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ଵର, (ଓଟି): ବାତ୍ୟା ‘ଫୋନି’ ଦ୍ଵାରା ୧୪ଟି ଜିଲ୍ଲାରେ ୫ଲକ୍ଷ ଘର ସମ୍ପୂଣ୍ଣ ବା ଅଧିକାଂଶ ଭାଙ୍ଗିଛି। ଏହିସବୁ ଘରକୁ ପୁଣିଥରେ ଠିଆ କରିବା ପାଇଁ ପ୍ରଭାବିତଙ୍କୁ ସହାୟତା ଆବଶ୍ୟକ। ଏଣୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଏହି ଘର ନିର୍ବାଣ ପାଇଁ ସହାୟତା ଦେବାକୁ ମୁଖ୍ୟମନ୍ତ୍ରୀ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି। ଏହାବାଦ୍‌ ଏଥିରେ କେନ୍ଦ୍ର ରାଜ୍ୟ ଅଂଶକୁ ୯୦-୧୦କୁ ସ୍ଵତନ୍ତ୍ର ଭାବେ ସ୍ଥିର କରିବା ପାଇଁ ମୁଖ୍ୟମନ୍ତ୍ରୀ ଅନୁରୋଧ କରିଛନ୍ତି।

ମୁଖ୍ୟମନ୍ତ୍ରୀ ଲେଖିଥିବା ଚିଠିରେ କହିଛନ୍ତି ଯେ, ରାଜ୍ୟ ସରକାର ଯେତେବେଳେ ପ୍ରଧାନମନ୍ତ୍ରୀଙ୍କୁ ପୁନଃ ନିର୍ବାଣ ପ୍ୟାକେଜ୍‌ ବାବଦରେ ତଥ୍ୟ ଉପସ୍ଥାପନ କରିଥିଲେ, ସେତେବେଳେ ସେମାନଙ୍କ ଲାଗି ସ୍ଵତନ୍ତ୍ର ଭାବେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ନିର୍ବାଣ ସହାୟତା ପ୍ରଦାନ କରିବାକୁ ଅନୁରୋଧ କରିଥିଲେ ବୋଲି ମୁଖ୍ୟମନ୍ତ୍ରୀ ତାଙ୍କ ପତ୍ରରେ ଦର୍ଶାଇଛନ୍ତି।

୧୦ ଜୁନ୍‌ରେ ମୌସୁମୀ ରାଜ୍ୟରେ ପ୍ରବେଶ କରିବାକୁ ଯାଉଛି। ଏଣୁ ଏହା ପୂର୍ବରୁ ଘର ନିର୍ମାଣ ଶେଷ ହେବା ଦରକାର। ରାଜ୍ୟ ସରକାର ପ୍ରୂର୍ବ ନିର୍ଦ୍ଧାରଣ ଅନୁସାରେ କେଉଁ ଘର କେତେ ଭାଙ୍ଗିଛି ତଥା ହିତାଧିକାରୀ କିଏ ହେବେ ସେ ନେଇ ଏକ ବିସ୍ତୃତ ସର୍ବେକ୍ଷଣ ଆରମ୍ଭ କରିଛନ୍ତି। ଏହି ସାର୍ବେକ୍ଷଣର ରିପୋର୍ଟ ଅନୁସାରେ ହିତାଧିକାରୀ ତାଲିକା ପ୍ରସ୍ତୁତ ହେବ। ଏହି ତାଲିକା ଆସିବା ପରେ ରାଜ୍ୟ ସରକାରଙ୍କ ପକ୍ଷରୁ ୧ ଜୁନ୍‌ରୁ ଘର ନିର୍ବାଣ ସହାୟତା ପ୍ରଦାନ କରାଯିବ ବୋଲି ନିଷ୍ପତ୍ତି ହୋଇଥିବା କହିଛନ୍ତି।

ଏହିକ୍ରମରେ କେନ୍ଦ୍ର ସରକାର ପିଏମ୍‌ଏୱାଇରେ ଥିବା ‘ସ୍ଥାୟୀ ଅପେକ୍ଷା ତାଲିକା’ ବ୍ୟବସ୍ଥାକୁ ଉଠାଇନେବାକୁ କୁହାଯାଇଛି।

Leave a Reply

Your email address will not be published. Required fields are marked *