#କୋଭିଡ-୧୯: ଯାଜପୁର, ଭଦ୍ରକ ଓ କେନ୍ଦ୍ରାପଡ଼ାର ସ୍ଥିତି ସମୀକ୍ଷା

ଭୁବନେଶ୍ୱର (ଓଟି): ବ୍ୟାପୁଛି ମହାମାରୀ କୋଭିଡ୍-୧୯ ବା କରୋନା ଭାଇରସ୍। ଦିନକୁ ଦିନ ସଂକ୍ରମିତଙ୍କ ସଂଖ୍ୟା ବଢୁଥିବାବେଳେ ସରକାର ଓ ପ୍ରଶାସନର ଚିନ୍ତା ବଢ଼ିଯାଇଛି। ସେହି ଅନୁସାରେ ତ୍ଵରିତ୍‌ ପଦକ୍ଷେପ ମଧ୍ୟ ନିଆଯାଉଛି। ଏହି ପରିପ୍ରେକ୍ଷୀରେ ରାଜ୍ୟର ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ଓ ୫-ଟି ସଚିବ ଭିକେ ପାଣ୍ଡିଆନ୍ ୩ ଜିଲ୍ଲା ଗସ୍ତ କରି ସ୍ଥିତି ସମୀକ୍ଷା କରିଛନ୍ତି।

ସୂଚନା ଅନୁସାରେ ଯାଜପୁର, ଭଦ୍ରକ ଓ କେନ୍ଦ୍ରାପଡ଼ାରେ କରୋନା ମୁକାବିଲା ପାଇଁ ନିଆଯାଇଥିବା ପଦକ୍ଷେପ ଓ ଆନୁଷଙ୍ଗିକ ସ୍ଥିତି ସମୀକ୍ଷାକୁ ଗୁରୁତ୍ଵ ଦିଆଯାଇଛି। ଏଥିସହ କରୋନା ମୁକାବିଲା ନେଇ ସମ୍ପୃକ୍ତ ଜିଲ୍ଲାର ଜିଲ୍ଲାପାଳଙ୍କ ସହ ଆଲୋଚନା କରିବା ନେଇ ସୂଚନା ମିଳିଛି। ଏଥିସହ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ନେଇ ବିଚାର ବିମର୍ଷ କରାଯାଇଥିବା ଜଣାପଡ଼ିଛି। ପ୍ରକାଶ ଥାଉକି ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୨ ଥିବାବେଳେ ସେମଧ୍ୟରୁ ୨ଜଣ ସୁସ୍ଥ ହୋଇ ଫେରିଥିଲେ। ସେହିପରି ଜଣଙ୍କ ପ୍ରାଣହାନୀ ଘଟିଛି।

Leave a Reply

Your email address will not be published. Required fields are marked *