କରୋନା ଆତଙ୍କ: ମୁଖ୍ୟମନ୍ତ୍ରୀଙ୍କ ୩ ‘ସ’ ମନ୍ତ୍ର

ଭୁବନେଶ୍ବର(ଓଟି): ମହାମାରୀ କରୋନା ମୁକାବିଲା କରିବା ସହ ରୋକିବା ଲାଗି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦେଇଛନ୍ତି ୩ଟି ‘ସ’ ମନ୍ତ୍ର। ସେସବୁ ହେଲା ସମ୍ବନ୍ଧନ, ସଙ୍ଗରୋଧ ଓ ସମ୍ମାନ। ଏହା ହିଁ କରୋନାକୁ ରୋକିବ ବୋଲି ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ରାଜ୍ୟ ସରକାରଙ୍କ ଆଭିମୁଖ୍ୟ ଓ କାର୍ଯ୍ୟ ସମ୍ପର୍କରେ ସୂଚନା ଦେଇ ସରକାରଙ୍କ ସ୍ଵତନ୍ତ୍ର ମୁଖପାତ୍ର ସୁବ୍ରତ ବାଗଚୀ ଏହି ସୂଚନା ଦେଇଛନ୍ତି। ସାମାଜିକା ଦୂରତା ଉପରେ ଗୁରୁତ୍ବ ଦେଇ ମୁଖ୍ୟମନ୍ତ୍ରୀ ଜନସାଧାରଣଙ୍କୁ ସଙ୍ଗରୋଧ ହୋଇ ଘରେ ରହିବାକୁ ରହିବାକୁ ନିବେଦନ କରିଥିବା ଶ୍ରୀ ବାଗ୍‌ଚୀ ସୂଚନା ଦେଇଛନ୍ତି। ତେବେ ଆଶାସ୍ଵନାର ବିଷୟ ଯେ ରାଜ୍ୟରେ କରୋନା ପଜିଟିଭ ବା ଆକ୍ରାନ୍ତ ସଂଖ୍ୟା ବଢ଼ିନଥିବା ସେ ପ୍ରକାଶ କରିଛନ୍ତି।

ସବିଶେଷ ସୂଚନା ଅନୁସାରେ ରାଜ୍ୟରେ ୧୨୯ ଟେଷ୍ଟ ରିପୋର୍ଟରୁ ୨ ପଜିଟିଭ୍‌ ଆସିଥିବାବେଳେ ଆକ୍ରାନ୍ତଙ୍କ ସ୍ଵାସ୍ଥ୍ୟାବସ୍ଥା ସ୍ଥିର ରହିଛି। ସେହିଭଳି ୧୦୪ ନମ୍ବରରେ ୪,୦୧୫ ଜଣ ପଞ୍ଜିକରଣ କରିଥିବା ଜଣରପଡ଼ିଛି। ଅନ୍ୟପକ୍ଷରେ ବିଶ୍ଵରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ସେହିପରି ଦେଶରେ କରୋନା ଆକ୍ରାନ୍ତ ସଂଖ୍ୟା ୬୦୬ ଛୁଇଁଥିବା ବେଳେ ମୃତ୍ୟୁ ସଂଖ୍ୟା ୧୧​‌​‌ରେ ପହଞ୍ଚିଛି ବୋଲି ସୂଚନା ଦିଆଯାଇଛି।

Leave a Reply

Your email address will not be published. Required fields are marked *