ଭିଡିଓ କନ୍‌ଫରେନ୍ସିରେ ହେଲା କ୍ୟାବିନେଟ୍‌ ବୈଠକ

ଭୁବନେଶ୍ୱର (ଓଟି): ମହାମାରୀ କରୋନା ଭୟ ମଧ୍ୟରେ ସରକାର ବହୁ ସତର୍କତା ମୂଳକ ଓ ଜରୁରୀ ପଦକ୍ଷେପ ଗ୍ରହଣ କରୁଛନ୍ତି। ଏହିକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ କ୍ୟାବିନେଟ ବୈଠକ ଶେଷ ହୋଇଛି। ଏଥିରେ ସାମାଜିକ ଦୂରତାକୁ ଗୁରୁତ୍ଵ ଦିଆଯିବା ସହ ଭିଡିଓ କନଫରେନ୍ସିଂରେ ବୈଠକ ଅନୁଷ୍ଠିତ ହୋଇଥିଲା। ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଉପରେ ଆଲୋଚନା ହେବା ସହ ୯ଟି ପ୍ରସ୍ତାବରେ କ୍ୟାବିନେଟ ମୋହର ଲାଗିଥିବା ଜଣାପଡ଼ିଛି।

ସୂଚନା ଅନୁସାରେ ବୈଠକରେ #କୋଭିଡ୍‌-୧୯ ତଥା କରୋନା ମୁକାବିଲା ପାଇଁ ଭବିଷ୍ୟତ ରଣନୀତି ନେଇ ପ୍ରସ୍ତାବ ପାରିତ ହୋଇଛି। ସେହିପରି ଜରୁରିକାଳୀନ ପାଣ୍ଠି ଆଇନରେ ସଂଶୋଧନ ପାଇଁ ମଧ୍ୟ ପ୍ରସ୍ତାବ ସ୍ଥିରିକୃତ ହୋଇଥିବାବେଳେ କରୋନା ପରୀକ୍ଷା କିଟ୍ ସଂଗ୍ରହ ପାଇଁ ସ୍ୱାସ୍ଥ୍ୟ ବିଭାଗର ପ୍ରସ୍ତାବକୁ ମଧ୍ୟ ମଞ୍ଜୁରି ମିଳିଥିବା ଜଣାପଡ଼ିଛି।

 

Leave a Reply

Your email address will not be published. Required fields are marked *