ବଜେଟ୍‌ ଅଧିବେଶନ ଶେଷ

ଭୁବନେଶ୍ୱର (ଓଟି): ସରିଛି ରାଜ୍ୟ ବଜେଟ୍‌ ଅଧିବେଶନ। ମହାମାରୀ କରୋନା କାରଣରୁ ଏଥିପାଇଁ ଅନେକ ସମସ୍ୟା ସୃଷ୍ଟି ହୋଇଥଥିଲେ ମଧ୍ୟ ଆଜି ପ୍ରଥମଥର ପାଇଁ ଲୋକସେବା ଭବନରେ ବିଧାନସଭା ବୈଠକ ହୋଇଥିଲା। ଏଥିପାଇଁ ବାଚସ୍ପତି ପୂର୍ବରୁ ସୂଚନା ପ୍ରଦାନ କରିଥିଲେ ଏବଂ ସେହି ଅନୁସାରେ ପ୍ରସ୍ତୁତି କରାଯାଇଥିଲା।

ସୂଚନା ଅନୁସାରେ ଆଜି ବିଧାନସଭା ବୈଠକରେ ପାରିତ ହୋଇଛି ବ୍ୟୟ ମଞ୍ଜୁରି ବିଲ୍। ସବୁ ଦଳର ୩୦% ବିଧାୟକଙ୍କ ଉପସ୍ଥିତିରେ ଏହି ବିଲ୍ ପାସ ହୋଇଥିବା ସୂଚନା ମିଳିଛି। ସେହିପରି ବିଭିନ୍ନ ବିଭାଗର ଖର୍ଚ୍ଚ ଦାବି ମଧ୍ୟ ଗିଲୋଟିନରେ ପାସ୍ ହୋଇଛି। ଏଥିସହ କେତେକ ଗୁରୁତ୍ଵପୂର୍ଣ୍ଣ ବିଷୟରେ ଆଲୋଚନା ହୋଇଥିବାବେଳେ ବିଧାନସଭାର ବଜେଟ ଅଧିବେଶନ ଶେଷ ହୋଇଥିବା ଜଣାପଡ଼ିଛି।

Leave a Reply

Your email address will not be published.