ବିଜେପିରୁ ୧୫ ବହିଷ୍କୃତ

ଭୁବନେଶ୍ୱର,(ଓଟି): ଅନୁଶାସନ ଭଙ୍ଗ ଏବଂ ବିଶୃଙ୍ଖଳିତ କାର୍ଯ୍ୟ କାରଣରୁ ରାଜ୍ୟ ବିଜେପିର ୧୫ ଜଣ ସଦସ୍ୟଙ୍କୁ ବିଷ୍କାର କରାଯାଇଛି। ସେମାନେ ତୃଣମୂଳସ୍ତରରେ ବିଭିନ୍ନ ଦଳୀୟ ପଦପଦବୀ ଗ୍ରହଣ କରୁଥିଲେ । ରାଜ୍ୟ ସଭାପତି ବସନ୍ତ ପଣ୍ଡାଙ୍କ ଅନୁମୋଦନ କ୍ରମେ ତାଙ୍କୁ ବହିଷ୍କାର କରାଯାଇଥିବା ଦଳ ପକ୍ଷରୁ କୁହାଯାଇଛି ।

ବହିଷ୍କୃତ କର୍ମୀମାନେ ହେଲେ, ଭୂବନେଶ୍ୱର ଉତ୍ତର ବିଧାନସଭା କ୍ଷେତ୍ରରୁ ଯୁଗାଂଶୁ ପଣ୍ଡା, ଭୂବନେଶ୍ୱର ଏକାମ୍ର ବିଧାନସଭା କ୍ଷେତ୍ରରୁ ଭୀଷ୍ମ ନାରାୟଣ ନାୟକ, ବୋଲଗଡ-ବେଗୁନିଆ ବିଧାନସଭା କ୍ଷେତ୍ରରୁ ରୁଦ୍ର ନାରାୟଣ ବାହିନୀପତି, ରେଢାଖୋଲ ବିଧାନସଭା କ୍ଷେତ୍ରରୁ ସମର ପ୍ରଧାନ, ଚଂପୁଆ ବିଧାନସଭା କ୍ଷେତ୍ରରୁ ଶ୍ରୀମନ୍ତ କୁମାର ତ୍ରିପାଠୀ, କରଂଜିଆ ବିଧାନସଭା କ୍ଷେତ୍ରରୁ ସମାଇ ଚରଣ ପୁର୍ତି, ବାରବାଟୀ-କଟକ ବିଧାନସଭା କ୍ଷେତ୍ରରୁ ହେମନ୍ତ କୁମାର ବେହେରା, ବାଙ୍ଗିରୀପୋଷୀ ବିଧାନସଭା କ୍ଷେତ୍ରରୁ ଜିତେନ୍ଦ୍ର ପାତ୍ର, କେନ୍ଦ୍ରାପଡା ବିଧାନସଭା କ୍ଷେତ୍ରରୁ ଉର୍ମିଳା ସେଠୀ, ରାଜନଗର ବିଧାନସଭା କ୍ଷେତ୍ରରୁ ଅଜୟ କୁମାର ବେହେରା, ଯାଜପୁର ବିଧାନସଭା କ୍ଷେତ୍ରରୁ ପ୍ରଦୀପ କୁମାର ବେହୁରିଆ, ବସ୍ତା ବିଧାନସଭା କ୍ଷେତ୍ରରୁ ଅଜୟ କୁମାର ନାୟକ ଏବଂ ସଚିନ୍ଦ୍ର ଦାସ ଏବଂ ପାଟଣା ବିଧାନସଭା କ୍ଷେତ୍ରରୁ ଅଖିଳ ଚନ୍ଦ୍ର ନାୟକ। ଏ ସମସ୍ତଙ୍କୁ ଦଳର ପ୍ରାଥମିକ ସଦସ୍ୟ ପଦରୁ ବହିଷ୍କାର କରାଯାଇଥିବା ରାଜ୍ୟ ମୁଖପାତ୍ର ଗୋଲକ ମହାପାତ୍ର ସୂଚନା ଦେଇଛନ୍ତି ।

Leave a Reply

Your email address will not be published. Required fields are marked *