ଫେବୃୟାରୀ୧୪ରୁ ୩୧ ଦିନିଆ ବିଧାନସଭା ବଜେଟ୍‌ ଅଧିବେଶନ

ଭୁବନେଶ୍ୱର, (ଓଟି) : ଫେବୃୟାରୀ ୧୪ରୁ ବସିବ ଓଡ଼ିଶା ବିଧାନସଭାର ବଜେଟ୍‌ ଅଧିବେଶନ। ପ୍ରାଥମିକ ସୂଚନା ଅନୁସାରେ ଏହି ଅଧିବେଶନ ୩୧ ଦିନ ଧରି ଚାଲିବାକୁ ସ୍ଥିର ହୋଇଛି। ଏପ୍ରିଲ୍‌ ୯ ତାରିଖରେ ବିଧାନସଭାରେ ବଜେଟ୍‌ ସହ ବିଭିନ୍ନ ପ୍ରସଙ୍ଗ ବାବଦରେ ଆଲୋଚନା ହେବା ନେଇ କାର୍ଯ୍ୟସୂଚୀ ପ୍ରସ୍ତୁତ ହୋଇଛି। ଏଥିରେ ଉଭୟ ସରକାରୀ ଓ ବେସରକାରୀ କାର୍ଯ୍ୟ ଦିବସ ମଧ୍ୟ ରହିଛି। 

ବିଧରନସଭା ପକ୍ଷରୁ ମଙ୍ଗଳବାର ଦିନ ପ୍ରକାଶିତ ବିଜ୍ଞପ୍ତି ଅନୁସାରେ ଅଧିବେଶନର ପ୍ରଥମ ଦିନ ଅର୍ଥାତ୍‌ ୧୪ ତାରିଖ ଦିନ  ରାଜ୍ୟପାଳ  ପ୍ରଫେସର ଗଣେଶି  ଲାଲ   ଅଭିଭାଷଣ ରଖିବେ ।  ଫେବୃୟାରୀ ୧୮ତାରିଖରେ  ବଜେଟ୍ ଉପସ୍ଥାପନ କରାଯିବ ହେବ । ଦୁଇଟି ପର୍ଯ୍ୟାୟରେ ହେବାକୁ ଥିବା ଏହି ଅଧିବେଶନର ପ୍ରଥମ ଭାଗ ଫେବୃୟାରୀ ୧୪ରୁ ୨୬ତାରିଖ ପର୍ଯ୍ୟନ୍ତ ଚାଲିବ। ୨୭ରୁ ଏପ୍ରିଲ୍‌ ୧୦ ଯାଏ ବଜେଟ୍‌ ବିଷୟରେ ବଢ଼ଇବା ଏବଂ ବିଧାୟକଙ୍କୁ ନିଜର ଯୁକ୍ତି ଉପସ୍ଥାପନ ପାଇଁ ସମୟ ମିଳିବ।  ଏହାପରେ ପୁଣିଥରେ ମାର୍ଚ୍ଚ ୧୧ରୁ ଏପ୍ରିଲ ୯ତାରିଖ ପର୍ଯ୍ୟନ୍ତ ଚାଲିବ।  

ରାଜ୍ୟ ସରକାର ଇତି ମଧ୍ୟରେ ବଜେଟ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । ବଜେଟ ପ୍ରସ୍ତୁତି ପାଇଁ ଅର୍ଥମନ୍ତ୍ରୀ ନିରଞ୍ଜନ ପୁଜାରୀ ଗତ ୧୫ ତାରିଖଠାରୁ ପ୍ରାକ ବଜେଟ ପରାମର୍ଶ ପ୍ରକ୍ରିୟା ଆରମ୍ଭ କରିଦେଇଛନ୍ତି । ପୂର୍ବତନ ଅର୍ଥମନ୍ତ୍ରୀ, ବିଶେଷଜ୍ଞ ଓ ସଚିବମାନଙ୍କ ସହ ସେ ଆଲୋଚନା କରୁଛନ୍ତି । ଏହା ସହିତ ସାଧାରଣ ଲୋକଙ୍କ ମତାମତ ମଧ୍ୟ ନିଆଯାଉଛି ।

Leave a Reply

Your email address will not be published.