ଓଡ଼ିଶା ବିଧାନସଭା ଫଳାଫଳ: କିଏ ଜିତିଲେ କେଉଁଠୁ
ଭୁବନେଶ୍ଵର,(ଓଟି): ଓଡ଼ିଶା ବିଧାନସଭା ନିର୍ବାଚନ ଫଳାଫଳ ଘୋଷଣା ପାଇଁ ଗଣତି ଜାରି ରହିଛି। ସକାଳ ୯ଟା ଅନୁସାରେ ନିର୍ବାଚନ କମିଶନଙ୍କ ସଦୂତ୍ରକୁ ଆଧାର କରି ୧୧୮ଟି ଆସନର ଫଳାଫଳ ଘେଶଷଣା ହୋଇଛି। ଆଉ ୨୮ଟି ନିର୍ବାଚନ ଫଳାଫଳ ପାଇଁ ଗଣତା ଜାରି ରହିଛି। ଗଣତି କିଛି ସ୍ଥାନରେ ସରିଛି କିନ୍ତୁ ଭିଭିପାଟ୍ ମସିନ୍ ସହ ତାହାକୁ ତାଳ ଦେବା ପ୍ରକ୍ରିୟା ଜାରି ରହିଛି। ଆଉ କିଛି ସମୟ ପରେ ସମ୍ପୂଣ୍ଣ ଫଳାଫଳ ଜଣାପଡ଼ିବ।
ମିଳିଥିବା ୧୧୮ଟି ସୂଚନା ଅନୁସାରେ ଭାରତୀୟ ଜନତା ପାର୍ଟି ବା ବିଜେପିକୁ ମାତ୍ର ୧୭ଟିରେ ସଫଳତା ମିଳିଛି। ଆଉ ୭ଟି ଆସନରେ ବିଜେପି ଆଗଆ ଚାଲିଛି। ବିଜୁ ଜନତା ଦଳ ବା ବିଜେଡିକୁ ୯୧ଟି ଆସନରେ ସଫଳତା ମିଳିଛି। ୨୧ଟିରେ ଦଳ ଆଗରେ ରହିଛି। ବଣାଇ ବିଧାନସଭା ଆସନରୁ ସିପିଏମ୍ ବିଜୟ ହାସଲ କରି ବିଧାନସଭାରେ ତାର ସ୍ଥିତି ବଜାୟ ରଖିବାକୁ ଚେଷ୍ଟା କରିଛି। ସେହିପରି ଜଣେ ସ୍ଵାଧୀନ ପ୍ରାଥେୀ ବି ଏଥର ନିର୍ବାଚନ ଜିତିଛନ୍ତି। ସେ ହେଲେ ରାୟଗଡ଼ାର ମକରନ୍ଦ ମୁଦୁଲି । ମନ୍ତ୍ରୀ ଲାଲ୍ ବିହାରୀ ହିମିରିକାଙ୍କୁ ସେ ପରାସ୍ତ କରିଛନ୍ତି। କଂଗ୍ରେସ ଏଥର ୮ଟି ଆସନ ଜିତିବାରେ ସକ୍ଷମ ହୋଇଚଇ। ଆଉ କୌଣସି ଆସନରେ ଆଗୁଆ ନାହିଁ।
ଆସନ୍ତୁ ନଜର ପକାଇବା କିଏ କେଉଁଠୁ ଆଗରେ ରହିଛି ଆଉ କାହାର ବିଜୟ ପତ୍ର ନିର୍ବାଚନ କମିଶନ ଅର୍ପଣ କରିଛନ୍ତି।
ଏହି ଲିଙ୍କ୍ରେ କ୍ଲିକ୍ କରି ଆପଣ ସମ୍ପୃକ୍ତ ପିଡିଏଫ୍ ଫାଇଲ୍କୁ ଡାଉନ୍ଲୋଡ୍ କରିପାରିବେ।
http://odishatime.com/wp-content/uploads/2019/05/ELECTION-RESULTS-2019-by-9-am-24-th-may-2019-1.pdf
http://odishatime.com/wp-content/uploads/2019/05/ELECTION-RESULTS-2019-by-9-am-24-th-may-2019.pdf