୪ ମାସ ରାଜ୍ୟ ଚଳାଇବାକୁ ୫୬ହଜାର ୯୨୧ କୋଟି ଟଙ୍କା

ଭୁବନେଶ୍ଵର, (ଓଟି): ନିର୍ବାଚନ ମୁହାଁ ସରକାର ଓଡ଼ିଶାରେ ଜାରି ରହିଥିବା ଅତ୍ୟାବଶ୍ୟକ ଯୋଜନାଗୁଡ଼ିକୁ କାର୍ଯ୍ୟକ୍ଷମ ରଖିବା ପାଇଁ ଆବଶ୍ୟକ କାମଚଳା ଅନୁଦାନ ବିଧାନସଭାରେ ଅର୍ଥମନ୍ତ୍ରୀ ଶଶୀଭୂଷଣ ବେହେରା ଉପସ୍ଥାପନ କରିଥିଲେ। ଏହାର କିଛି କ୍ଷଣ ପରେ ବାଚସ୍ପତି ଏଥିଲାଗି ବାଚନିକ ଭୋଟ୍‌ ଆହ୍ବାନ କରାଇ ତାହାକୁ ଆଲୋଚନା ପାଇଁ ଗ୍ରହଣ କରିଛନ୍ତି।

ଉଭୟ ବିଜେପି ଓ କଂଗ୍ରସ ଦଳର ବିଧାୟକ ଏହି ସମୟରେ ଗୃହରେ ଉପସ୍ଥିତ ନଥିଲେ।

ଗୃହୀତ ହୋଇଥିବା ସମୁଦାୟ ଲେଖାନୁଦାନ ପରିମାଣ ହେଉଛି ୫୬ ହଜାର ୯୨୧ କୋଟି ଟଙ୍କା। ୪ ମାସ ପାଇଁ ଓଡ଼ିଶା ଚଳିବାର ଖର୍ଚ ଲାଗି ସରକାର ଏହି ଅନୁଦାନ ରାଜ୍ୟ ତହବିଲରୁ ଖର୍ଚ କରିବା ଲାଗି ବ୍ୟବସ୍ଥା କରିଛନ୍ତି। ୪ ମାସ ଭିତରେ ଓଡ଼ିଶା ଶାସନକୁ ନବ ନିର୍ବାଚିତ ସରକାର ଆସିବା ପରେ ଅବଶିଷ୍ଟ ସମୟ ପାଇଁ ବ୍ୟୟବରାଦ ତଥା ପୂଣ୍ଣ ବ୍ୟୟ ମଞ୍ଜୁରୀ ବିଲ୍‌ ତଥା ବଜେଟ୍‌ ଉପସ୍ଥାପନ କରିବେ।

କେଉଁ ଯୋଜନାକୁ କେତେ ଟଙ୍କା:

ରାଜ୍ୟରେ ସାମାଜିକ ବିକାଶ ପାଇଁ ସରକାର ଜାରି ରଖିଥିବା ପ୍ରମୁଖ ଯୋଜନାଗୁଡ଼ିକ ପାଇଁ ଅର୍ଥମନ୍ତ୍ରୀ ଲେଖାନୁଦାନରେ ବ୍ୟୟ ବରାଦ କରିଛନ୍ତି। ଏହି ଅନୁସାରେ କୃଷକମାନଙ୍କ ପାଇଁ ଆରମ୍ଭ କରାଯାଇଥିବା କାଳିଆ ଯୋଜନା ସର୍ବାଗ୍ରେ ରହିଛି। ଏହି ଯୋଜନା ପାଇଁ ୨୦୧୯-୨୦ ଆର୍ଥିକ ବର୍ଷର ୪ ମାସ ପାଇଁ ୪୪୬୧ କୋଟି ଟଙ୍କା ଖର୍ଚ କରିବାକୁ ସରକାର ବରାଦ କରିଥିବାବେଳେ କୃଷିଋଣ ରିହାତି ପାଇଁ ୮୦୦ କୋଟି, ଆମ ଗାଁ ଆମ ବିକାଶ ତଥା ପିଠା ଯୋଜନା ପାଇଁ ୪୦୦ କୋଟି, ଗ୍ରାମୀଣ ଜଳସେଚନ ତଥା ବସୁଧା ଯୋଜନା ପାଇଁ ୨୯୩୫ କୋଟି, ମଧୁବାବୁ ପେନ୍‌ସନ୍‌ ଯୋଜନା ବାବଦରେ ୨୧୨୦ କୋଟି, ମିଶନଶକ୍ତି ପାଇଁ ୩୦୧ କୋଟି, ମମତା ପାଇଁ ୩୦୫ କୋଟି, ବିଜୁ ସ୍ଵାସ୍ଥ୍ୟ କଲ୍ୟାଣ ଯୋଜନା ପାଇଁ ୮୬୪ କୋଟି, ଗୋପବନ୍ଧୁ ଗ୍ରାମୀଣ ଯୋଜନା ପାଇଁ ୫୦୦ କୋଟି, ବିଜୁ ଯୁବ ବାହିନୀ ପାଇଁ ୧୦୫ କୋଟି, ପାର୍ବତୀଗିରି ବୃହତ ଜଳସେଚନ ପାଇଁ ୧୭୭୭ କୋଟି, ଜଳ କ୍ଷେତ୍ର ଭିତ୍ତିଭୂମି ଉନ୍ନୟନ ପାଇଁ ୧୪୬୫ କୋଟି, ସଡ଼କ ଉନ୍ନୟନ ପାଇଁ ୧୩୦୦ କୋଟି, ୧ ଟଙ୍‌କିଆ ଚାଉଳ ଯୋଜନା ପାଇଁ ୧୦୨୮ କୋଟି, ଅନୂୁସୂଚିତ ଜାତି, ଜନଜାତି ବୃତ୍ତି ଲାଗି ୯୫୯ କୋଟି, ୩୩/୧୧ କେଭି ସବ୍‌ଷ୍ଟେସନ୍‌ ପାଇଁ ୫୩୩ କୋଟି, ବିଜୁ ସେତୁ ଯୋଜନା ଲାଗି ୫୦୦ କୋଟି, ରାଜ୍ୟଷର ରେଳ ପ୍ରକଳ୍ପ ଲାଗି ୪୧୦ କୋଟି, ଉନ୍ନତି ପାଇଁ ୪୦୧ କୋଟି, ଆଡ଼ିବନ୍ଧ ନିର୍ମାଣ ପାଇଁ ୩୫୭ କୋଟି, ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନା ପାଇଁ ୩୫୦ କୋଟି, ଓଡ଼ିଶଶ ଆଦର୍ଶ ବିଦ୍ୟାଳୟ ଲାଗି ୩୦୦ କୋଟି, ବିହନ ସାର କର୍ପସ ପାଣ୍ଠି ଲାଗି ୨୬୦ କୋଟି, ଭୂତଳ ଜଳ ଉତ୍ତୋଳନ ଲାଗି ୨୫୦ କୋଟି, ଏସ୍‌ସିଏସ୍‌ଟି ଛାତ୍ରାବସ ପାଇଁ ୨୨୭ କୋଟି, କେନାଲ୍‌ ପ୍ରଣାରଳି ପାଇଁ ୨୧୦ କୋଟି, ରାଜ୍ୟ ରାଜପଥ ଉନ୍ନତି ପାଇଁ ୨୦୦ କୋଟି, ରାଜ୍ୟ ରାଜଧାନୀ ବିଦୁ୍ୟତିକରଣ ଲାଗି ୧୯୦ କୋଟି, ସୂଚନା ଲୋକସମ୍ପର୍କ ଅନ୍ତର୍ଗତ ପ୍ରୋତ୍ସାହନ ଲଶଗି ୧୮୮ କୋଟି ଟଙ୍କା ଅନୁଦାନ ବ୍ୟବସ୍ଥା କରାଯାଇଛି।

Leave a Reply

Your email address will not be published. Required fields are marked *