କରୋନା ଭୟ: ଓଡ଼ିଶା ବିଧାନସଭା ମୁଲତବୀ
ଭୁବନେଶ୍ଵର, (ଓଟି): ଓଡ଼ିଶା ବିଧାନସଭାର ଚଳିତ ଅଧିବେଶନକୁ ମୁଲତବୀ ଘୋଷଣା କରାଯାଇଛି। ବଜେଟ୍ ଉପସ୍ଥାପନ ପରେ ଆଲୋଚନା ଲାଗି ଏହାର ଦ୍ଵିତୀୟାର୍ଦ୍ଧ ସୋମବାରଠାରୁ ଆରମ୍ଭ ହୋଇଥିଲା। କିନ୍ତୁ ଦେଶରେ ଯେଉଁପରି ଭାବେ କରୋନା ବିପତ୍ତି ବଢ଼ିବାରେ ଲାଗିଛି ତାହାକୁ ଆଖି ଆଗରେ ରଖି ବିଧାନସଭାର ଅଧିବେଶକନକୁ ୨୯ ତାରିଖ ଯାଏ ମୁଲତବୀ ଘୋଷଣା କରାଯାଇଛି।
ରାଜ୍ୟ ସରକାରଙ୍କ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି କରୋନା ସମ୍ପର୍କିତ ପ୍ରସ୍ତୁତି ସମ୍ପର୍କରେ ଗୃହକୁ ଅବଗତ କରିଥିଲେ। ଏହାକୁ ରାଜ୍ୟ ବିପତ୍ତି ଭାବେ ଘେଶଷଣା କରାଯିବା ସହ ରାଜ୍ୟ ସରକାର ଏହି ବିପତ୍ତିର ମୁକାବିଲା ପାଇଁ ତୃଣମୂଳସ୍ତରରେ ଅଧିକାରୀଙ୍କୁ ଆବଶ୍ୟକ ପ୍ରତିକାର ବ୍ୟବସ୍ଥା ଗ୍ରହଣ କରିବାକୁ କ୍ଷମତାପନ୍ନ କରିଛନ୍ତି। ଏହାସହ ରାଜ୍ୟରେ ସମସ୍ତ ସ୍କୁଲ୍ କଲେଜ ଓ ଶିକ୍ଷାନୁଷତଠାନକୁ ବନ୍ଦ ଘୋଷଣା କରିଛନ୍ତି।
ରାଜ୍ୟରେ ସଭା ସମିତି ଆେ୍ରାଜନ, ଧର୍ମୀୟ ଏବଂ ବିବାହ ଉତ୍ସବ, ପ୍ରଭୃତି ଉପରେ କଟକଣା ଲାଗିଛି। ସ୍ଥାନୀୟ ଅଧିକାରୀ ଚାହିଁଲେ ଏହି ପ୍ରକାର ଉତ୍ସବକୁ ବାତିଲ୍ କରିବା କ୍ଷମତା କରିପାରିବେ। ଏହାଛଡ଼ା ରାଜ୍ୟ ସରକାର ୨୦୦ କୋଟି ଟଘଙ୍କାର ବିପର୍ଯ୍ୟୟ ପାଣ୍ଠି କରୋନା ମୁକାବିଲା ପାଇଁ ଘୋଷଣା କରିଛନ୍ତି। ରାଜ୍ୟବାସୀଙ୍କୁ ସଚେତନ ରହିବା ସହ ପ୍ରତିକାର ବ୍ୟବସ୍ଥା ଗ୍ରହଣ କରିବାକୁ ସରକାର ଅନୁରୋଧ କରିଛନ୍ତି।