୫ ଜିଲ୍ଲା, ୮ ସହରରେ ଜୀବନଯାତ୍ରା ପ୍ରାୟ ବନ୍ଦ ଆଦେଶ

ରାଜଧାନୀ ସମେତ ରାଜ୍ୟର ୪୦ ପ୍ରତିଶତ ଅଞ୍ଚଳକୁ ଲକ୍‌ଡାଉନ୍‌ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। କରୋନା ସଂକ୍ରମଣ ବିଷୟକୁ ଅନୁଧ୍ୟାନ କରି ଏହିପରି କଠୋର ପଦକ୍ଷେପ ସରକାର ନେଇଛନ୍ତି। ଘରେ ରହନ୍ତୁ ଏବଂ କରୋନାକୁ ଦୂରେଇ ରଖନ୍ତୁ ବୋଲି ମନ୍ତ୍ର ଦେଇ ଶ୍ରୀ ପଟ୍ଟନାୟକ ଆଜି ଓଡ଼ିଶାର ୫ ଜିଲ୍ଲା ଓ ୮ ସହରରେ ସମ୍ପୂଣ୍ଣ ଲକ୍‌ଡାଉନ୍‌ ଘୋଷଣା କରିଛନ୍ତି। ପୂର୍ବରୁ ମହାରାଷ୍ଟ୍ର ସରକାର ପୁନେ, ମୁମ୍ବାଇ, ନାଗପୁର, ପିମ୍ପ୍ରି ଛିଞ୍ଚୱାଡ଼ା ପ୍ରଭୃତି ୪ ସହରରେ ଲକ୍‌ଡାଉନ୍‌ ଘୋଷଣା କରିଥିଲେ।

ଭୁବନେଶ୍ଵର, (ଓଟି): ରାଜ୍ୟରେ ଦିନକୁ ଦିନ ଆତଙ୍କ ସୃଷ୍ଟି କୁଛି କରୋନା ଭୁତାଣୁ। ଯଦିଓ ରାଜ୍ୟରେ ମାତ୍ର ଦୁଇଜଣଙ୍କଠାରେ କୋଭିଡ୍‌-୧୯ ଭୁତାଣୁ ଚିହ୍ନଟ କରାଯାଇଛି କିନ୍ତୁ ୩ ହଜାର ଜଣ ଏହାର ବାହକ ହୋଇପାରନ୍ତି ବୋଲି ଆଶଙ୍କା କରିଛନ୍ତି ରାଜ୍ୟ ସରକାର। ପୁଣି ଏହି ୩ ହଜାର ଜଣ ବିଶ୍ଵର ବିଭିନ୍ନ କରୋନା ପ୍ରଭାବିତ ଦେଶ ବୁଲିକରି ଓଡ଼ିଶା ଆସିଛନ୍ତି। ସେମାନେ ନିଜକୁ ପୃଥକୀକୃତ କରିବା ବଦଳରେ ସହରର ବିଭିନ୍ନ ଅଞ୍ଚଳ ବୁଲିବା ତଥା ସାମାଜିକ କାର୍ଯ୍ୟରେ ଯୋଗ ଦେଇ ସାମାଜିକ ସମ୍ପର୍କ ବଢ଼ାଇଛନ୍ତି। ଏହିକ୍ରମରେ ରାଜ୍ୟର ୫ ଜିଲ୍ଲା ଏବଂ ୮ ସହରରେ ସ୍ଥିତି ସଙ୍ଗୀନ ହୋଇପାରେ ବୋଲି ଆଶଙ୍କା କରିଛନ୍ତି ରାଜ୍ୟ ସରକାର। ଏହି ସହରଗୁଡ଼ିକରୁ ଅନ୍ୟ ସହରକୁ ଭୁତାଣୁ ନ ବ୍ୟାପିବା ତଥା ଏହି ଅଞ୍ଚଳ ଗୁଡ଼ିକରୁ ଅନ୍ୟ ଲୋକଙ୍କୁ ଭୁତାଣୁ ସଂକ୍ରମଣ ଯେମିତି ନହେବ ସେଥିଲା ରାଜ୍ୟ ସରକାର ଦୃଢ଼ ପଦକ୍ଷେପ ନେଇଛନ୍ତି। ଏହିକ୍ରମରେ ୫ ଜିଲ୍ଲା ଓ ୮ ସହରରେ ଜୀବନଯାତ୍ରାକୁ ପ୍ରାୟ ସମ୍ପୂଣ୍ଣ ବନ୍ଦ କରାଯାଇଛି।

କେଉଁ ଜିଲ୍ଲା ଓ କେଉଁ ସହର

ଏହି ସହରଗୁଡ଼ିକ ଜିଲ୍ଲାଗୁଡ଼ିକ ହେଉଛନ୍ତି, ଖେର୍ଦ୍ଧା, କଟକ, ଗଞ୍ଜାମ, କେନ୍ଦ୍ରାପଡ଼ା ଏବଂ ଅନୁଗୁଳ। ସେହିପରି ଯେଉଁ ୮ ସହରକୁ ସରକାର ପ୍ରାୟ ସମ୍ପୂଣ୍ଣ ବନ୍ଦ ଘୋଷଣା କରିଛନ୍ତି ସେଗୁଡ଼ିକ ହେଲା: ପୁରୀ, ରାଉରକେଲା, ସମ୍ବଲପୁର, ଝାରସୁଗୁଡ଼ା, ବାଲେଶ୍ଵର, ଯାଜପୁର ରୋଡ, ଯାଜପୁର ଟାଉନ ଏବଂ ଭଦ୍ରକ।

କ’ଣ ହେବ

ରାଜ୍ୟ ସରକାର ଏହି ସ୍ଥାନଗୁଡ଼ିକରେ ପ୍ରାୟ ସମ୍ପୂଣ୍ଣ ଲକ୍‌ଡାଉନ୍‌ ଘୋଷଣା କରିଛନ୍ତି। ଏହାର ଅର୍ଥ ହେଉଛି ଏହି ସହର ତଥା ଜିଲ୍ଲାଗୁଡ଼ିକରୁ କୌଣସି ଲୋକ ବାହାରକୁ ଯାଇପାରିବେ ନାହିଁ କି ଜିଲ୍ଲା ବାହାରୁ କୌଣସି ଲୋକ ଏହି ଅଞ୍ଚଳରେ ପ୍ରବେଶ କରିପାରିବେ ନାହିଁ। ସକାଳ ୭ଟାରୁ ଏହି ନିୟମ ଆରମ୍ଭ ହେବ। ରବିବାର ସକାଳ ୭ଟାରୁ ଆରମ୍ଭ ହୋଇ ୨୯ ତାରିଖ ରାତି ୯ଟା ଟାଏ ଏହି ଲକ୍‌ଡାଉନ୍‌ ଜାରି ରହିବ। ଯଦି ଏହି ସମୟ ଭିତରେ ସ୍ଥିତି ନ ସୁଧୁରେ ତେବେ ଆହୁରି କଠୋର ପଦକ୍ଷେପ ନିଆଯିବ।

ଏହି ପ୍ରାୟ ସମ୍ପୂଣ୍ଣ ଲକ୍‌ଡାଉନ୍‌ରେ ପନିପରିବା, ଗ୍ରୋସେରୀ, ଦୁଗ୍ଧ, ପୁଣିସ, ପ୍ରଶାସନ, ସ୍ଵାସ୍ଥ୍ୟସେବା, ଅଗ୍ନିଶମ ସେବା, ଓଡ୍ରାଫ, ବିଜୁଳି, ବ୍ୟାଙ୍କ୍‌, ଏଟିଏମ୍‌, ପେଟେଆଲ୍‌ ପମ୍ପ ଖୋଲା ରହିବ।

ପେନ୍‌ସନ୍‌ ଓ ପିଡିଏସ୍‌ ସ୍ଥଗିତ

ରାଜ୍ୟ ସରକାର ପେନ୍‌ସନ୍‌ ଓ ପିଡିଏସ୍‌ ଗହଳିକୁ ଲକ୍ଷ୍ୟ କରି ଏହାକୁ କିଛଇଦିନ ପାଇଁ ଘୁଞ୍ଚାଇଛନ୍ତି। କେବେ ଏହା ଉପଲବ୍ଧ ହେବ ନ କହିଥିଲେ ମଧ୍ୟ ଏହା ଏବେ ମିଳିବ ନାହିଁ ବୋଲି କୁହାଯାଇଛି। ପୁଣି ଜିଲ୍ଲାପାଳମାନଙ୍କ ସ୍ଥିତି ବିଷୟରେ ସମ୍ପୂଣ୍ଣ ନଜର ରଖିବାକୁ କୁହାଯାଇଛି। ଯଦି ଆବଶ୍ୟକ ପଡ଼େ ତେବେ କୌଣସି ସେବାକୁ ବନ୍ଦ କରିପାରିବେ ବା ଲାଗୁ କରିପାରିବେ।

ରେଷ୍ଟୁରାଣ୍ଟ ଖୋଲିବ କିନ୍ତୁ ଖାଇବା ପାଇଁ ନୁହେଁ

ଏହି ଲକ୍‌ଡାଉନ୍‌ ସମୟରେ ରେଷ୍ଟୁରାଣ୍ଟ, କଫିସପ୍‌ ଖେଶଲିବ କିନ୍ତୁ ସେଠାରେ ଖାଇବାକୁ ମିଳିବ ନାହିଁ। ରେଳବାଇ, ବସ୍‌ଷ୍ଟାଣ୍ଡ ଏୟାରପୋର୍ଟ ଖୋଲା ରହିବ।

Leave a Reply

Your email address will not be published.