କୋଭିଡ୍‌-୧୯: ଔଷଧ ଯୋଗାଣକାରୀଙ୍କୁ ଦେଢ଼ଗୁଣା ଦେୟ ୨୪ ଘଣ୍ଟାରେ ହେବ ପ୍ରଦାନ

ଭୁବନେଶ୍ଵର, (ଓଟି): ରାଜ୍ୟ ସାକରେ କୋଭିଡ୍‌ ମୁକାବିଲା ପାଇଁ ସ୍ଵାସ୍ଥ୍ୟ ଭିତ୍ତିଭୂମିକୁ ଶକ୍ତ କରିବା ଲାଗି ଚାହିଁଛନ୍ତି। ଏହିକ୍ରମରେ ଡାକ୍ତର ଓ ସ୍ଵାସ୍ଥ୍ୟକର୍ମୀମାନଙ୍କ ଲାଗି ସରକାର ୪ ମାସର ଅଗ୍ରୀମ ଦରମା ଘୋଷଣା କରିଛନ୍ତି। ଏବେ ଓଡ଼ିଶା ସରକାରଙ୍କ ମେଡିକାଲ୍‌ କର୍ପୋରେସନ୍‌ ସ୍ଵତନ୍ତ୍ର ପ୍ରୋତ୍ସାହନ ବ୍ୟବସ୍ଥା କରିଛନ୍ତି। ରାଜ୍ୟ ସରକାରଙ୍କ ପାଖରେ ଜରୁରୀକାଳୀନ ମେଡିସିନ୍‌ ଓ ଅନ୍ୟ ସରଞ୍ଜାମ ଯଥାଶୀଘ୍ର ମହଜୁଦ କରିବା ଲାଗି ଏହି ଘୋଷଣା କରାଯାଇଛି । ଏହି ଅନୁସାରେ ଯେଉଁ ସପ୍ଲାୟର ଆବଶ୍ୟକ ମେଡିସିନ୍‌କୁ ୭ ଦିନରୁ ୧ ମାସ ଭିତରେ ପହ୍ୟ୍ଚାଇଦେବେ ସେମାନଙ୍କୁ ସେମାନଙ୍କ ଧାର୍ଯ୍ୟ ଦେୟର ୧୦ ପ୍ରତିଶତରୁ ୫୦ ପ୍ରତିଶତ ଅଧିକ ମିଳିବ। ଏହା ସହ  ସମସ୍ତ ପରିବହନ ଖର୍ଚ ବି ଦିଆଯିବ। କେବଳ ସେତିକି ନୁହେଁ, ଏହି ଅର୍ଥକୁ ୨୪ ଘଣ୍ଟା ମଧ୍ୟରେ ପଇଠ କରାଯିବ ବୋଲି ମେଡିକାଲ୍‌ କର୍ପେରେସନ୍‌ ପକ୍ଷରୁ କୁହାଯାଇଛି।

କୋଭିଡ୍‌-୧୯ ସ୍ଵତନ୍ତ୍ର ମୁଖ୍ୟ ମୁଖପାତ୍ର ସୁବ୍ରତୋ ବାଗ୍‌ଚୀଙ୍କ କହିବା ଅନୁସାରେ, ଯେଉଁ ଯୋଗାଣକାରୀମାନେ ଓଡ଼ିଶା ମେଡିକାଲ୍‌ କର୍ପୋରେସନ୍‌କୁ ୭ ଦିନ ଭିତରେ ଅର୍ଡର ଦିଆଯାଇଥିବା ଔଷଧ ଏବଂ ସାମଗ୍ରୀ ଦେଇପାରୁଛନ୍ତି ସେମାନଙ୍କୁ ଦେଢ଼ଗୁଣା ଅର୍ଥ ମିଳିବ। ଯେଉଁମାନେ ଔଷଧ ପ୍ରଦାନ ୧୫ ଦିନ ଭିତରେ କରିବେ ତାଙ୍କୁ ୨୫ ପ୍ରତିଶତ ଏବହଂ ଯେଉଁମାନେ ୧ ମାସ ଭିତରେ ଔଷଧ ଯୋଗାଇବେ ସେମାନଙ୍କୁ ପରିବହନ ଖର୍ଚ ସହ ଅଧିକ ୧୦ ପ୍ରତିଶତ ଅର୍ଥ ମିଳିବ। ଏହା ପୁଣି ୨୪ ଘଣ୍ଟା ଭିତରେ ସିଧାସଳଖ କର୍ପୋରେସନ୍‌ ପକ୍ଷରୁ ସମ୍ପୃକ୍ତ ବ୍ୟବସାୟୀ ଆକାଉଣ୍ଟକୁ ପ୍ରେରଣ କରାଯିବ।

Leave a Reply

Your email address will not be published.