ଓଡ଼ିଶାରେ ୧୦ଗୁଣା ବଢ଼ିବ #covid19 ଟେଷ୍ଟିଂ!
ଭୁବନେଶ୍ଵର, (ଓଡ଼ିଶା ଟାଇମ୍): ରାଜ୍ୟରେ ଦୈନିକ କରୋନା ଭୁତାଣୁ ପରୀକ୍ଷଣ ସଂଖ୍ୟାକୁ ୧୦ଜଗୁଣା ବଢ଼ାଯିବ। ଏବେ ୩୫୦୦ ନମୁନା ପରୀକ୍ଷଣ ହେଉଥିବା ବେଳେ ଆସନ୍ତା କିଛିଦିନ ଭିତରେ ତାହା ୩୫ ହଜାରକୁ ବୃଦ୍ଧି ପାଇବ। ଯଦିଓ ଏଥିଲାଗି ଏଯାଏ ବ୍ୟବସ୍ଥା ନାହିଁ ଏବଂ ଦ୍ରୂତ ପରୀକ୍ଷଣକୁ ରାଜ୍ୟରେ ବନ୍ଦ କରାଯାଇଛି ତଥାପି ଏମିତି ଏକ ସମ୍ଭାବନା ବ୍ୟକ୍ତ କରିଛି ମୁଖ୍ୟମନ୍ତ୍ରୀଙ୍କ ଅଫିସ। ଏକ ପ୍ରେସ୍ ବିଜ୍ଞପ୍ତିରେ କୁହାଯାଇଛି ଯେ, ଅଗାମୀ ଦିନରେ ବାରିପଦା, ବାଲେଶ୍ଵର, କୋରାପୁଟ ଓ ବାଙ୍ଗୀରରେ ସରକାର ଟେଷ୍ଟିଂ ବ୍ୟବସ୍ଥା କରୁଛନ୍ତି। ଏ ଭିତରେ ସମୁଦାୟ ୪୬ ହଜାର ନମୁନା ପରୀକ୍ଷଣ ଶେଷ ହୋଇଛି ଏବଂ ଏଥିରୁ ୧୭୦ ସାମ୍ପଲ୍ ପଜିଟିଭ୍ ଚିହ୍ନଟ କରାଯାଇଛି। ସାରା ଦେଶରେ ପ୍ରତି ୧୦ ଲକ୍ଷରେ ୮୮୩ଟି ଟେଷ୍ଟ କରାଯାଇଥିବା ବେଳେ ଆମ ରାଜ୍ୟରେ ଲହା ୧୦୦୦ ରହିଛି।
ଏବେ ରାଜ୍ୟରେ ଗୋଟିଏ ଘରୋଇ ଲାବୋରେଟୋରୀକୁ ମିଶାଇ ୮ଟି ଲ୍ୟାବ୍ରେ କରୋନା ଭୁତାଣୁ ପରୀକ୍ଷଣ ପାଇ ଭାରତୀ୍ର ବେଷଜ ଗବେଷଣା ପରିଷଦ ଅନୁମତି ଦେଇଛନ୍ତି। ଏଥିରୁ ୪ଟି ଲ୍ୟାବ୍ ଭୁବନେଶ୍ଵରରେ ଅବସ୍ଥିତ। କିଛିଦିନ ତଳେ ସରକାରଙ୍କ କୋଭିଡ୍ ୧୯ ସ୍ଵାସ୍ଥ୍ୟ ସାମଗ୍ରୀ କିଣା ଲାଗି ରାଜ୍ୟ ସରକାରଙ୍କ ପକ୍ଷରୁ ନିଯୁକ୍ତ ଅଧିକାରୀ ହେମନ୍ତ ଶର୍ମା ବାରିପଦା, ବାଲେଶ୍ଵର, କୋରାପୁଟ ଓ ବଲାଙ୍ଗୀର ଚାରି ସ୍ଥାନରେ କରୋନା ଲାବୋରେଟୋରୀ ପ୍ରତିଷ୍ଠା ଲକ୍ଷ୍ୟ ଥିବା କହିଥିଲେ। ଏବଂ ଏଠାରେ ଭୁବନେଶ୍ଵର ପରି ଅତ୍ୟାଧୁନିକ ମସିନ୍ ବସାଯିବ ବୋଲି ବି ସୂଚନା ଦେଇଥିଲେ। ଏଥିଲାଗି ଯନ୍ତ୍ରପାତି କିଣିବା ଆଦେଶ ଦିଆଯାଇଥିଲେ ମଧ୍ୟ ସେସବୁ ଆସି ବ୍ୟବସ୍ଥାତ ହେବା ଏବଂ ତାହାକୁ କାର୍ଯ୍ୟକ୍ଷମ କରାଇବା ଲାଗି ୨ରୁ ୩ ମାସ ଲାଗିବ ବୋଲି କହିଥିଲେ।