ଉଠିଲା ଗାର୍ଡ଼ ଅଫ୍ ଅନର୍
ଭୁବନେଶ୍ଵର, (ଓଟି): ଓଡ଼ିଶା ସରକାର ଆଜିଠାରୁ ଗାର୍ଡ଼ ଅଫ୍ ଅନର୍ ବ୍ୟବସ୍ଥା ଉଚ୍ଛେଦ କରିଛନ୍ତି। ଅର୍ଥାତ୍ ସାଧାରଣ ଦିନ ମାନଙ୍କରେ ମନ୍ତ୍ରୀ, ମୁଖ୍ୟମନ୍ତ୍ରୀ, ସରକାରୀ ପଦାଧିକାରୀଙ୍କୁ ଦିଆଯାଉଥିବା ସମ୍ବର୍ଦ୍ଧନା ବା ଗାର୍ଡ଼ ଅଫ୍ ଅନର୍ ଆଉ ସରକାରୀ ଭାବେ ଦିଆଯିବ ନାହିଁ।ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏନେଇ ଘୋଷଣା କରିଛନ୍ତି।
ଏକ ବିଜ୍ଞପ୍ତିରେ ମୁଖ୍ୟମନ୍ତ୍ରୀଙ୍କ ଦପ୍ତରରୁ କୁହାଯାଇଛି ଯେ, ‘ମୁଖ୍ୟମନ୍ତ୍ରୀ,, ମନ୍ତ୍ରୀ ଓ ସରକାରୀ ଅଧିକାରୀଙ୍କୁ ଦିଆଯାଉଥିବା ଗାର୍ଡ଼ ଅଫ୍ ଅନର୍ ବା ହାଉସ୍ ଗାର୍ଡ଼ ଏହି ନିଦ୍ଦେର୍ର୍ଶ ଦ୍ଵାରା ଉଚ୍ଛେଦ କରାଗଲା’
କିନ୍ତୁ ରାଷ୍ଟ୍ରପତି, ଉପରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ରାଜ୍ୟପାଳ, ଲୋକାୟୁକ୍ତ, ସୁପ୍ରିମ୍କୋର୍ଟ ଓ ହାଇକୋର୍ଟଙ୍କ ମୁଖ୍ୟ ବିଚାରପତି, ଓ ଅନ୍ୟ ବିଚାରପତିଙ୍କ କ୍ଷେତ୍ରରେ ପୂର୍ବଭଳି ଗାର୍ଡ଼ ଅଫ୍ ଅନର୍ ବଳବତ୍ତର ରହିବ।