+୨ ବିଜ୍ଞାନ ଫଳାଫଳ ପ୍ରକାଶିତ: ୭୨.୩୩% ପାସ

ଭୁବନେଶ୍ୱର, (ଓଟି): ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ +୨ ବିଜ୍ଞାନ ଫଳାଫଳ ପ୍ରକାଶ ପାଇଛି । ଏଥିରେ ସମୁଦାୟ ୭୦୭୦୬ ଜଣ ଅର୍ଥାତ୍‌ ୭୨.୩୩% ପରୀକ୍ଷାର୍ଥୀ ପାସ୍‌ କରିଛନ୍ତି। ବାଲେଶ୍ଵର ଜିଲ୍ଲାର ଫଳାଫଳହାର ସର୍ବାଧିକ ରହିଥିବା କୁହାଯାଇଛି। ଏହି ଜିଲ୍ଲାରେ ସମୁଦାୟ ପାସ୍‌ ହାର ୮୬.୫୬ ପ୍ରତିଶତ ଥିବା ବେଳେ ଗଜପତି ଜିଲ୍ଲାରେ ସର୍ବନିମ୍ନ ୩୬.୨୦ ପ୍ରତିଷତ ପିଲା ପାସ୍‌ କରିଥିବା ଜଣଶପଡ଼ିଛି।

ଭୁବନେଶ୍ଵରସ୍ଥ ଗୀତଗୋବିନ୍ଦ ସଦନଠାରେ ଏନେଇ ଏକ ସ୍ଵତନ୍ତ୍ର ଉତ୍ସବ ଆୟୋଜନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ପରୀକ୍ଷା ଫଳ ପୁସ୍ତିକାକୁ ଉନ୍ମୋଚନ କରିଥିଲେ। ମନ୍ତ୍ରୀ ଶ୍ରୀ ଦାଶ ଉତ୍ତୀର୍ଣ୍ଣ ହୋଇଥିବା ବିଦ୍ୟାର୍ଥୀମାନଙ୍କୁ ଶୁଭକାମନା ଜଣାଇବା ସହିତ ସେମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଛନ୍ତି।

ଶ୍ରୀ ଦାଶ କହିଛନ୍ତି, ଯେ ଚଳିତ ବର୍ଷ ଯୁକ୍ତ-୨ ବିଜ୍ଞାନରେ ମୋଟ ୯୭ ହଜାର ୭୫୦ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ । ସେମାନଙ୍କ ମଧ୍ୟରୁ ୪୦ ହଜାର ୫୮ ଜଣ ଛାତ୍ର ଏବଂ ୩୦ ହଜାର ୬୪୮ ଜଣ ଛାତ୍ରୀଙ୍କୁ ମିଶାଇ ମୋଟ ୭୦ ହଜାର ୭୦୬ ଜଣ ଅର୍ଥାତ୍‌ ୭୨.୩୩% କୃତକାର୍ଯ୍ୟ ହୋଇଛନ୍ତି ।

ଛାତ୍ରମାନଙ୍କ ସଫଳତା ହାର ୭୦.୪% ଥିବାବେଳେ ଛାତ୍ରୀମାନଙ୍କ ସଫଳତା ହାର ୭୫.୦୨% ରହିଛି। ଏମାନଙ୍କ ମଧ୍ୟରେ ୨୦ ହଜାର ୮୦୬ ଜଣ ପ୍ରଥମ ଶ୍ରେଣୀରେ, ୨୩ ହଜାର ୯୦୪ ଜଣ ଦ୍ୱିତୀୟ ଶ୍ରେଣୀରେ ଏବଂ ୨୫ ହଜାର ୩୬୦ ଜଣ ତୃତୀୟ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଥିବାବେଳେ ୬୩୬ ଜଣ କମ୍ପାର୍ଟମେଣ୍ଟାଲ୍‌ ପରୀକ୍ଷାରେ ସଫଳତା ହାସଲ କରିଛନ୍ତି ।

ପାସ୍‌ ହାର କମିଛି

ପୂର୍ବବର୍ଷ ତୁଳନାରେ ଏଥର ପାସ୍‌ ହାର କମିଛି। ୨୦୧୮ ମସିହାରେ ସମୁଦାୟ ପାସ୍‌ ହାର ୭୬.୯୮ ବା ପାଖଶପାଖି ୭୭ ପଅତିଶତ ଥିଲା ।ଏଥର ଏହା ୭୨.୩୩ ପ୍ରତିଶତେର ସୀମିତ ରହିଛି।


ବାଲେଶ୍ୱର ଜିଲ୍ଲାରେ ସର୍ବାଧିକ ୮୬.୫୬ ପ୍ରତିଶତ ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଛନ୍ତି । ସେହିପରି ଚଳିତ ବର୍ଷ ୬୦ ଜଣ ଛାତ୍ରଛାତ୍ରୀ ୯୦ ପ୍ରତିଶତରୁ ଅଧିକ, ୧୮୭୨ ଜଣ ୮୦ ପ୍ରତିଶତରୁ ଅଧିକ ଏବଂ ୫୮୮୫ ଜଣ ୭୦ ପ୍ରତିଶତରୁ ଅଧିକ ମାର୍କ ରଖିବାରେ ସଫଳ ହୋଇଛନ୍ତି ବୋଲି ମନ୍ତ୍ରୀ ଶ୍ରୀ ଦାଶ ପ୍ରକାଶ କରିଥିଲେ।

ଆୟୋଜିତ କାର୍ଯ୍ୟକ୍ରମରେ ମନ୍ତ୍ରୀ ଶ୍ରୀ ଦାଶଙ୍କ ସହିତ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ, ଉଚ୍ଚ ମାଧ୍ୟମିକ
ଶିକ୍ଷା ପରିଷଦର ବରିଷ୍ଠ ପଦାଧିକାରୀମାନଙ୍କ ସମେତ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ସଚିବ ଶ୍ରୀମତୀ
ଲୋପାମୁଦ୍ରା ମହାନ୍ତି ଓ ପରୀକ୍ଷା ନିୟନ୍ତ୍ରକ ବିଜୟ କୁମାର ସାହୁ ଉପସ୍ଥିତ ଥିବାବେଳେ ପରିଷଦର ଅଧ୍ୟକ୍ଷ
ଅମରେନ୍ଦ୍ର ପଟ୍ଟନାୟକ ପ୍ରାରମ୍ଭିକ ସୂଚନା ଦେଇଥିଲେ ।

Leave a Reply

Your email address will not be published.