ସାମ୍ବାଦିକଙ୍କ ପାଇଁ ନବୀନଙ୍କ ପ୍ୟାକେଜ୍

ଭୁବନେଶ୍ୱର(ଓଡ଼ିଶା ଟାଇମ୍‌): ସାମ୍ବାଦିକଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି ପ୍ୟାକେଜ୍। କରୋନା ଭାଇରସରେ ଆକ୍ରାନ୍ତ ହୋଇ ସାମ୍ବାଦିକଙ୍କ ମୃତ୍ୟୁ ହେଲେ ମିଳିବ କ୍ଷତିପୂରଣ। ସଂକ୍ରମିତ ସାମ୍ବାଦିକଙ୍କ ପରିବାରକୁ  ୧୫ଲକ୍ଷ ଟଙ୍କାର ଅନୁକୂମ୍ପାମୂଳକ ରାଶି ପ୍ରଦାନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି।

ଉଲ୍ଲେଖଯୋଗ୍ୟ ଯେ ସାରାଦେଶରେ କରୋନା ଭାଇରସ ଭଳି ମହାମାରୀ ସମୟରେ ସାମ୍ବାଦିକମାନେ ନିଷ୍ଠାର ସହ ଦାୟିତ୍ଵ ତୁଲାଉଛନ୍ତି। କରୋନା ଭାଇରସ ଯୋଗୁଁ ସାରା ବିଶ୍ୱରେ ଏକ ବିରାଟ ସ୍ୱାସ୍ଥ୍ୟ ସମସ୍ୟା ଦେଖା ଦେଇଛି । ଏହି ପ୍ରରିପେକ୍ଷୀରେ କରୋନା ଭାଇରସ ସଂପର୍କରେ ଜନସଚେତନତା ସୃଷ୍ଟି କରିବା ସହ ଏଭଳି କଠିନ ପରିସ୍ଥିତିରେ ମଧ୍ୟ ସାମ୍ବିଦିକମାନ ନିଷ୍ଠାର ସହିତ ସେମାନଙ୍କ ଦାୟିତ୍ୱ ନିର୍ବାହ କରିଚାଲିଛି। ତେଣୁ କାର୍ଯ୍ୟରତ ସାମ୍ବାଦିକଙ୍କ କରୋନାରେ ଆକ୍ରାନ୍ତ ହୋଇ ମୃତ୍ୟୁ ହେଲେ ତାଙ୍କ ପରିବାରକୁ ୧୫ଲକ୍ଷ ଟଙ୍କାର ସହାୟତା ପ୍ରଦାନ କରାଯିବ ବୋଲି ରାଜ୍ୟ ସରକାର ଘୋଷଣା କରିଛନ୍ତି।

Leave a Reply

Your email address will not be published. Required fields are marked *