କେନ୍ସ ଫିଲ୍ମ ଉତ୍ସବରେ ଓଡ଼ିଆ ଶର୍ଟ ଫିଲ୍ମ ‘ସ୍ଵାହା’

ପ୍ୟାରିସ୍‌ର କେନ୍ସଠାରେ ଅନୁଷ୍ଠିତ ହେବାକୁ ଥିବା ୭୨ତମ କ୍ଷୁଦ୍ର ଚଳଚ୍ଚିତ୍ର ଉତ୍ସବରେ ଓଡ଼ିଆ ଶର୍ଟଫିଲ୍ମ ‘ସ୍ଵାହା’ ପ୍ରଦର୍ଶିତ ହେବ। ଏଥିନେଇ ଆବଶ୍ୟକ ଅନୁମୋଦନ ମିଳିଥିବା ଏହାର ନିର୍ଦେଶକ ଶିଶିର କୁମାର ସାହୁ କହିଛନ୍ତି। ତୃତୀୟ ଓଡ଼ିଆ ଶର୍ଫିଟଲ୍ମ ଭାବେ ଏହି ଚଳଚ୍ଚିତ୍ର ଏପରି ଏକ ସମ୍ମାନଜନକ ପ୍ଲାଟଫର୍ମ ପାଇବ ବୋଲି କହିବା ସହ ଏନେଇ ଆନନ୍ଦ ପ୍ରକାଶ କରିଛନ୍ତି।

ମିଳିଥିବା ସୂଚନା ଅନୁସାରେ ମେ ମାସ ୧୪ ତାରିଖରୁ ୨୫ ତାରିଖ ଯାଏ ଏହି ମହୋତ୍ସବ ଅନୁଷ୍ଠିତ ହେବ। ୨୩ ତାରିଖ ଦିନ ‘ସ୍ଵାହା’ ପ୍ରଦର୍ଶନ କରାଯିବାକୁ ସ୍ଥିର ହୋଇଛି। ଏଥିନେଇ ୧୯ ତାରିଖରେ ଶିଶିର ପ୍ୟାରିସ୍‌ ଯାତ୍ରା କରିବେ।

ଶିଶିର କୁମାର ସାହୁ

୨୫ ମିନିଟ୍‌ ସମୟର ଏହି ଫିଲ୍ମ ସାମ୍ପ୍ରତିକ ସାମାଜିକ ବିଷୟକୁ ଉପସ୍ଥାପନ କରିଛି। ପିଢ଼ିଅନୁସାରେ ବିଚାରଧାରାରେ କିପରି ପରିବର୍ତ୍ତନ ଆସିଛି ତାହାକୁ ଦୁଇଜଣ ଲେଖକଙ୍କ ମାଧ୍ୟମରେ ବଣ୍ଣନା କରାଯାଇଛି। ଫିଲ୍ମର ମୁଖ୍ୟ ଚରିତ୍ରରେ ଅଛନ୍ତି ଅଭିାନେତା ସୁରେଶ ମିଶ, ଅଭିନେତ୍ରୀ ସୁସ୍ମିତା ରଥ ଏବଂ ପଲ୍ଲବୀ ବାର୍ବି। ଫିଲ୍ମର ପ୍ରଯୋଜନା କରିଛନ୍ତି ପ୍ରଦୀପ ସାହୁ ଓ ପୀନାକୀ ସିଂହ। ଫିଲ୍ମର ଅନ୍ତ ବେଶ୍‌ ଆଲୋଚ୍ୟ ବୋଲି କହନ୍ତି ଫିଲ୍ମର କାହାଣୀ ଲେଖକ ଶିଶିର।


ବିଜୁ ପଟ୍ଟନାୟକ ଫଇଲ୍ମ ଟ୍ରେନିଂ ଇନଷ୍ଟିଚ୍ୟୁଟ୍‌ରୁ ପାସ୍‌ କରିବା ପରେ ଜଣେ ପ୍ରଫେସନାଲ୍‌ ଫିଲ୍ମ ମେକର ଭାବେ ଶିଶିର କାର୍ଯ୍ୟ କରୁଛନ୍ତି। ବିଭିନ୍ନ ହିନ୍ଦି କମର୍ସିଆଲ୍‌ ଫିଲ୍ମରେ ସେ ସହଯୋଗୀ ନିର୍ଦେଶକ ଭାବେ କାର୍ଯ୍ୟ କରିଛନ୍ତି। ସ୍ଵାଧୀନ ଭାବେ ଶିଶିରଙ୍କ ଏହା ହେଉଛି ତୃତୀୟ ଫିଲ୍ମ। ପ୍ରଥମେ ଫର୍ଚା ଫିଲ୍ମ ତିଆରି କରି ସେ ଚର୍ଚିତ ହୋଇଥିଲେ। ଏହାପରେ ଓଡ଼ିଆ ପରମ୍ପରା ରଜ ଉପରେ ଏକ ପ୍ରାମାଣିକ ଚଳଚ୍ଚିତ୍ର ତିଆରି କରହିଥିଲେ।

Leave a Reply

Your email address will not be published. Required fields are marked *