ମିଳୁନି କୋଇଲା: ଏନ୍ଟିପିସି- କଣିହା ବନ୍ଦ କରିପାରେ ବିଜୁଳି ଉତ୍ପାଦନ
ଭୁବନେଶ୍ଵର, (ଓଟି): ଆଗକୁ ଓଡ଼ିଶା ସମେତ ଅନୃ କିଛି ରାଜ୍ୟରେ ବିଜୁଳି ସଙ୍କଟ ଦେଖାଦେଇପାରେ। ରାଜ୍ୟର ସବୁଠାରୁ ବଡ଼ ତାପଜ ବିଜୁଳି ଉତ୍ପାଦନ କେନ୍ଦ୍ର ଏନ୍ଟିପିସି-କଣିହାଁ ଏହା ଏକ ପ୍ରେସ୍ ବାର୍ତ୍ତାରେ ପ୍ରକାଶ କରିଛି। କମ୍ପାନୀ ଆଶଙ୍କା କରିଛି ଯେ, ନିରନ୍ତର ଭାବେ ଲାଗି ରହିଥିବା କୋଇଲା ଅଭାବ ଏବେ ପ୍ଲାଣ୍ଟକୁ ସଙ୍କଟଜନକ ସ୍ଥିତିକୁ ଟାଣି ଆଣିଛି।
କେତେବେଳେ ଗ୍ରାମବାସୀଙ୍କ ଆନ୍ଦୋଳନ ଆଉ କେତେବେଳେ ଖଣିରେ ଦୁର୍ଘଟଣା ଯୋଗୁ ଏନ୍ଟିପିସି କଣିହାକୁ କୋଇଲା ପହଞ୍ଚିପାରୁ ନାହିଁ। ନିକଟରେ କଣିହା ଖୋଲା ଖାଦାନ ସ୍ଥାନୀ୍ରୟ ଗ୍ରାମବାସୀଙ୍କ ଆନ୍ଦୋଳନ ଯୋଗୁ ଉତ୍ପାଦନ କରିପାରୁ ନାହିଁ। ଫଳରେ କାରଖଶନା ପକ୍ଷରୁ ଗୋଟିଏ ପରେ ଗୋଟିଏ ୟୁନିଟ୍ ବନ୍ଦ କରାଯାଉଛି। ଏବେ କାରଖାନାର ୬ଟି ୟୁନିଟ୍ରୁ ୪ଟି ୟୁନିଟ୍ ବନ୍ଦ ରହିଛି। ଫଳରେ ୩୦୦୦ ମେଗାୱାଟ୍ ବିଜୁଳି ଉତ୍ପାଦନ କ୍ଷମତା ରଖିଥିବା ଏହି ଶକ୍ତି କେନ୍ଦ୍ର କେବଳ ୨ଟି ୟୁନିଟ୍ ଉପରେ ନିର୍ଭର କରୁଛି। କିନ୍ତୁ କୋଇଲା ୍ରଭାବରୁ ଏହି ଦୁଇଟି ୟୁନିଟ୍ ପୂଣ୍ଣ ଭାବେ କାର୍ଯ୍ୟକ୍ଷମ କରାଯାଇପାରୁ ନାହିଁ। ଏବେ କାର୍ଯ୍ୟକ୍ଷମଥିବା ୨ଟି ୟୁନିଟ୍ରୁ ୧୦୦୦ ମେଗାୱାଟ୍ ପରିବତ୍ତେର୍ର୍ ୬୦୦ ମେଗାୱାଟ୍ ବିଜୁଳି ଉତ୍ପାଦନ କରାଯାଉଛି।
କାରଖାନା ପକ୍ଷରୁ କୁହାଯାଇଛି ଯେ, ଏହି ସଙ୍କଟ ଭରତପୁରରେ ଦୁର୍ଘଟଣା ଦିନରୁ ଉତ୍କଟ ହୋଇଛି। ଜୁଲାଇ ୨୩ ତାରିଖ ଦିନ ଏହି ଦୁର୍ଘଟଣା ହେତୁ ଏମ୍ସିଏଲ୍ର ତାଳଚେର କୋଇଲା ଖାଦାନ କୋଇଲା ଯୋଗାଣ ବନ୍ଦ ରଖିଥିଲା।
ଏହାପରେ ଅଗଷ୍ଟ ୭ ତାରିଖ ଦିନ ତାଳଚେର କୋଇଲା ଖଣିରୁ ଆନ୍ଦୋଳନ ପ୍ରତ୍ୟାହର ହୋଇଥିଲେ ମଧ୍ୟ ଚାହିଦା ପୁଣି ପ୍ରଭାବିତ ହୋଇଥିଲା ଅଗଷ୍ଟ ୧୮ ତାରିଖ ଦିନ। ଏହିଦିନ କଣିହା ଖୋଲା ଖାଦାନକୁ କେନ୍ଦ୍ରକରି ନିକଟସ୍ଥ ଲୋକେ ଆନ୍ଦୋଳନ କରିଥିଲେ।