ଏବେ ଦିଲ୍ଲୀପଙ୍କ ପାଳି!

ବିଜେପିରୁ ଇସ୍ତଫା ଦେଇଥିବା ବିଜୟ ମହାପାତ୍ର ପାଞ୍ଚ ମାସ ପରେ ପୁଣି ଥରେ ଦଳକୁ ଫେରିଛନ୍ତି। କ୍ଷମତା ହାସଲ ପାଇଁ ସଂଗ୍ରାମ କରୁଥିବା ବିଜେପି ଦଳର ବରିଷ୍ଠ ନେତା ବିଜୟ ମାହାପାତ୍ରଙ୍କ ମାନଭଞ୍ଜନ କରିବା ପରେ ସେ ଆଜି ଦଳୀୟ କାର୍ଯ୍ୟାଳୟକୁ ଆସି କ୍ୟାସେଟ‍୍‌ ଉନ୍ମୋଚନ କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି।

ପାଞ୍ଚ ମାସ ତଳେ ଏକାଠି ଦିଲ୍ଲୀପ-ବିଜୟ ଏକାଠି ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କୁ ଅଭିମାନ ଭରା ଚିଠି ଲେଖି ଦଳରୁ ଇସ୍ତଫା ଦେଇଥିଲେ। ଏହାପରେ ଦିଲ୍ଲୀପ-ବିଜୟଙ୍କ ପରବର୍ତ୍ତୀ ରାଜନୈତିକ ପଦକ୍ଷେପ ନେଇ ଅନେକ କଳ୍ପନାଜଳ୍ପନା ପ୍ରକାଶ ପାଇଥିଲା। କେତେବେଳେ ବିଜେଡ଼ି ତ କେତେବେଳେ କଂଗ୍ରେସରେ ଯୋଗ ଦେଉଛନ୍ତି ବୋଲି ଆଲୋଚନ ହେବା ସହିତ ଡ଼ା. ଦାମୋଦର ରାଉତଙ୍କ ନବ ଗଠିତ ଦଳରେ ସାମିଲ ହେବେ ବୋଲି କଥା ଉଠୁଥିଲା।

ଏସବୁ ଆଲୋଚନା କେବଳ ଆଲୋଚନାରେ ହିଁ ରହିଗଲା। ଶେଷରେ ଗତ ୧୬ ତାରିଖ ଦିନ ଦିଲ୍ଲୀପ ରାୟ ନବୀନ ନିବାସକୁ ଯିବା ପରେ ଦିଲ୍ଲୀପ-ବିଜୟ ବିଜେଡିରେ ଯୋଗ ଦେଉଛନ୍ତି ବୋଲି ଗଣମାଧ୍ୟମରେ ଖୁବ‍୍‌ ପ୍ରଚାର ହୋଇଥିଲା। କିନ୍ତୁ ପରେ ସମସ୍ତଙ୍କୁ ଚମକାଇ ଦେବା ଭଳି ଏପର୍ଯ୍ୟନ୍ତ ବିଜେଡିରେ ଦିଲ୍ଲୀପ ଯୋଗ ଦେଇନାହାଁନ୍ତି।

ଏହା ଭିତରେ କେନ୍ଦ୍ରାପଡ଼ାରେ ଜିତିବା ପାଇଁ ବିଜେପିର ନବ ନିଯୁକ୍ତ ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା କେନ୍ଦ୍ରାପଡ଼ା ଲୋକସଭା ଆସନ ପାଇଁ ଦଳୀୟ ପ୍ରାର୍ଥୀ ବୈଜୟନ୍ତ ପଣ୍ଡାଙ୍କ ତତ୍ପରତା ପରେ ବିଜୟ ମହାପାତ୍ର ଆଜି ଦଳକୁ ଫେରିଆସିଛନ୍ତି।

ବିଜୟ ବିଜେପିକୁ ଫେରିବା ପରେ ଦିଲ୍ଳୀପ କେବେ ଫେରୁଛନ୍ତି ବୋଲି ଏବେ ସମସ୍ତଙ୍କ ମନରେ ପ୍ରଶ୍ନ? ଆଜି ରାଜ୍ୟ କାର୍ଯ୍ୟାଳୟରେ ଦିଲ୍ଲୀପ ପ୍ରଥ୍ୟାବର୍ତ୍ତନ ସମ୍ପର୍କରେ ଯେତେବେଳେ ବିଜୟଙ୍କୁ ପ୍ରଶ୍ନ କରାଗଲା, ଏହାର ଉତ୍ତରରେ ସେ କହିଛନ୍ତି, ଏ ଦିଗରେ କଥାବାର୍ତ୍ତା ଚାଲିଛି, ଖୁବ‍୍‌ ଶୀଘ୍ର ନିଷ୍ପତ୍ତି ନିଆଯିବ। ଯଦି ବିଜୟଙ୍କ କଥାର ଗୁରୁତ୍ୱ ଥାଏ ତେବେ ଖୁବ‍୍‌ ଶୀଘ୍ର ଦିଲ୍ଳୀପ ବିଜେପିକୁ ଫେରି ଆସିବେ।

ଅଧିକ ପାଠ ପାଇଁ କ୍ଲିକ୍‌ କରନ୍ତୁ:

ଅଙ୍କ ଛିଣ୍ଡିଲା: ବିଜୟଙ୍କୁ ବିଜେପିକୁ ସ୍ଵାଗତ

ବିଜେଡିରେ ଦିଲୀପ ରାୟଙ୍କର ଆବଶ୍ୟକତା ନାହିଁ

ପୁରୀ ଲୋକସଭା : ବ୍ରାହ୍ମଣ ଲଢ଼େଇ

Leave a Reply

Your email address will not be published.